କନକ ବ୍ୟୁରୋ : ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ନୂଆପଡ଼ାରେ ଅଭାବନୀୟ ଘଟଣା । ଛୁରାମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, କୌଣସି କାରଣକୁ ନେଇ ସାମାନ୍ୟ ବଚସା ହୋଇଥଲା ।
ଅଧିକ ପଢନ୍ତୁ : କେନ୍ଦ୍ରାପଡାରେ ଅଭାବନୀୟ ଘଟଣା : ସ୍ତ୍ରୀକୁ କଟୁରୀରେ ହାଣି ସ୍ବାମୀ କଲା ହତ୍ୟା
ପରେ ଏହା ଉଗ୍ର ରୂପ ନେଇଥିଲା । ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଆକ୍ରମଣ କରିଥିଲେ । ଯେଉଁଥିରେ ଛୁରାମାଡ଼ରେ ଜଣଙ୍କର ଜୀବନ ଚାଲିଯାଇଛି। ମୃତକ ଜଣକ ହେଲେ ସୋମନାଥ ମେହେରା । ସେହିପରି ଦୁଇ ଗୁରୁତରଙ୍କୁ ପ୍ରଥମେ ବିନିକା ଓ ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/11/16-2026-02-11-09-52-55.jpg)