ଲୋକଙ୍କ ସରକାରରେ ସ୍ବାସ୍ଥ୍ୟ: ଶିକ୍ଷା, ମହିଳା ଓ କୃଷିକୁ ଫୋକସ

Advertisment

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ଲକ୍ଷ ୧୦ହଜାର କୋଟିର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ପ୍ରତିଷ୍ଠା ହେବ ୫ ମେଡିକାଲ କଲେଜ । ୫ଟି ହସ୍ପିଟାଲରେ ଖୋଲିବ ବର୍ଣ୍ଣ ୟୁନିଟ୍ ।

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ଲକ୍ଷ ୧୦ହଜାର କୋଟିର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ପ୍ରତିଷ୍ଠା ହେବ ୫ ମେଡିକାଲ କଲେଜ । ୫ଟି ହସ୍ପିଟାଲରେ ଖୋଲିବ ବର୍ଣ୍ଣ ୟୁନିଟ୍ ।

odisha budget 2026 27

odisha budget 2026 27 Photograph: (KanakNews)

କନକ ବ୍ୟୁରୋ: ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ବଜେଟ ବୃଦ୍ଧି ପାଇଛି । ଏଥିରେ ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କ୍ରୀଡ଼ା, ଶିଳ୍ପ, ବାଣିଜ୍ୟ, ମହିଳା ଓ ଶିଶୁ ବିକାଶ କଲ୍ୟାଣ, ସାମାଜିକ ସଶକ୍ତୀକରଣ ଆଦି ବିକାଶମୂଳକ କାର୍ଯ୍ୟ ପାଇଁ ଲକ୍ଷ୍ୟ  ରଖାଯାଇଛି। ସର୍ବାଧିକ ଅର୍ଥ ବିଭାଗକୁ 65 ହଜାର 292 କୋଟି, ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ 34 ହଜାର 166 କୋଟି, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କୁ 31 ହଜାର 997 କୋଟି, ସ୍ୱାସ୍ଥ୍ୟ ବିଭାଗ କୁ 23 ହଜାର 182 କୋଟି, ଜଳ ସମ୍ପଦ ବିଭାଗକୁ 16 ହଜାର 488 କୋଟି, ମହିଳା ଓ ଶିଶୁ ବିଭାଗ କୁ 16 ହଜାର 152 କୋଟି, କୃଷି ବିଭାଗ କୁ 14 ହଜାର 701 କୋଟି, ପୂର୍ତ୍ତ ବିଭାଗ କୁ 13 ହଜାର 451 କୋଟି, ଗୃହ ବିଭାଗ କୁ 11 ହଜାର 28 କୋଟି, ଗୃହ ଓ ନଗର ଉନ୍ନୟନ ବିଭାଗ କୁ 10 ହଜାର 567 କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗ କୁ 10 ହଜାର 204 କୋଟି, ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ କୁ 9 ହଜାର 610 କୋଟି, ରାଜସ୍ବ ବିପର୍ଯୟ ଓ ପରିଚାଳନା ବିଭାଗ କୁ 5 ହଜାର 558 କୋଟି ବ୍ୟୟ ବରାଦ କରାଯାଇଛି । 

ଅଧିକ ପଢନ୍ତୁ:ଓଡ଼ିଶା ବଜେଟ୍ ୨୦୨୬: ସୁଭଦ୍ରା ଯୋଜନା ପାଇଁ ୧୦ହଜାର କୋଟି

ବଜେଟରେ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟରେ 4ଟି ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବେ ସରକାର। 2047 ସୁଦ୍ଧା ବିଶ୍ୱ ଦକ୍ଷତା କେନ୍ଦ୍ର 7 ଟି କ୍ୟାମ୍ପସ ପ୍ରତିଷ୍ଠା ସହ 2036 ମସିହା ପୂର୍ବରୁ 5 ଟି କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ସମ୍ବଲପୁର ଓ ବ୍ରହ୍ମପୁର ରେ 278 କୋଟି ଟଙ୍କାରେ ଦୁଇ ଟି ନୂତନ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ପାରାଦ୍ୱୀପ ଓ ବଲାଙ୍ଗୀରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିଅର କଲେଜ ସ୍ଥାପନ କରାଯିବ । କଲେଜ ଉତ୍କର୍ଷ ITI ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ କରାଯାଇଛି। ସେହିଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସରକାର ବଜେଟରେ ବ୍ୟବସ୍ଥା କରିଛନ୍ତି। ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର ଏବଂ କ୍ୟାପିଟାଲ ହସ୍ପିଟାଲ ରେ ବର୍ଣ୍ଣ ୟୁନିଟ ପ୍ରତିଷ୍ଠା ହେବ । ଜିଲ୍ଲାରେ ସରକାରୀ ଚିକିତ୍ସା ସୁବିଧା ନଥିଲେ ସେହି ଜିଲ୍ଲାରେ ନର୍ସିଙ୍ଗ, ପାରାମେଡିକାଲ ଓ ଆଲାଏଡ଼ ହେଲଥ କେୟାର ଶିକ୍ଷା ଆରମ୍ଭ ହେବ । ଗଜପତି, ମାଲକାନଗିରି, ରାୟଗଡ଼ାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ହେବ । 
 
 ଅନ୍ୟ କ୍ଷେତ୍ରରେ ମଧ୍ୟ ରାଜ୍ୟ ବଜେଟରେ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ୧ କୋଟିରୁ ଊର୍ଦ୍ଧ୍ବ ମହିଳା ଉପକୃତ ହେବେ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ । ସମୃଦ୍ଧ ଅଙ୍ଗନବାଡି ଯୋଜନା ପାଇଁ ୬୩୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିସହ ମଧୁବାବୁ ପେନସନ୍, ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ପାଇଁ ମଧ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ୪ ହଜାର ୨୭୯ କୋଟି ବ୍ୟୟରେ ଭୁବନେଶ୍ବର ଗୋଠପାଟଣାରେ ହେବ ବିଶ୍ବସ୍ତରୀୟ କ୍ରୀଡ଼ା କମ୍ପଲେକ୍ସ । ଏଥିସହ KBK ଜିଲ୍ଲାର ଭିତ୍ତିଭୂମି ବିକାଶ ପାଇଁ ୨୫୦ କୋଟି ଟଙ୍କା ବ୍ୟୟ ହେବ । ପିପିଲି ଚାନ୍ଦୁଆ ବଜାର ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe