କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ଏହି ବଜେଟରେ ସାଧାରଣ ଜନତାଙ୍କ ପାଇଁ କଲ୍ୟାଣକାରୀ ଯୋଜନା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ସଂସ୍କୃତି ପାଇଁ ସ୍ୱତନ୍ତ୍ର ଫୋକସ୍ ଦିଆଯାଇଛି ।

Advertisment

ଜଗନ୍ନାଥ ସଂସ୍କୃତି ପାଇଁ ଐତିହାସିକ ନିଷ୍ପତ୍ତି

ସରକାର ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଅନେକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି ମୋହନ ସରକାର । ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ । ପୁରୀଠାରେ ଏକ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ଲାଇବ୍ରେରି କେନ୍ଦ୍ର ପ୍ରତିଷ୍ଠା ପାଇଁ ୧,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । 

'ସମର୍ପଣ' ଡିଜିଟାଲ ହୁଣ୍ଡି: ଶ୍ରୀଜଗନ୍ନାଥ ମନ୍ଦିରକୁ ଦାନ ପ୍ରକ୍ରିୟାକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ  'ସମର୍ପଣ' ନାମରେ ଏକ ଅନଲାଇନ୍ ଡିଜିଟାଲ ହୁଣ୍ଡି ବ୍ୟବସ୍ଥା ଆରମ୍ଭ କରାଯିବ । ଏହା ଦ୍ୱାରା ଦେଶ ବିଦେଶର ଭକ୍ତମାନେ ସହଜରେ ଦାନ କରିପାରିବେ ।

ରତ୍ନଭଣ୍ଡାର ଗଣତି: ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ଅଳଙ୍କାର ଗଣତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବଜେଟରେ ୫ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ପ୍ରସ୍ତାବ ଦିଆଯାଇଛି ।

ବଜେଟର ଅନ୍ୟାନ୍ୟ ପ୍ରମୁଖ ଦିଗ

ମୋଟ ୩.୧୦ ଲକ୍ଷ କୋଟିର ବଜେଟରେ ୧,୮୦,୦୦୦ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ପାଇଁ ରଖାଯାଇଛି ।

କୃଷି ଓ ଗ୍ରାମୀଣ ବିକାଶ: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ସର୍ବାଧିକ ୨୫,୦୦୩.୩୨ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି ।

ସ୍ୱାସ୍ଥ୍ୟ ଓ ଶିକ୍ଷା: ସ୍ୱାସ୍ଥ୍ୟ ସେବା ପାଇଁ ୧୭,୭୩୬.୯୩ କୋଟି ଏବଂ ଶିକ୍ଷା ପାଇଁ ୧୫,୮୪୯.୩୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ମହିଳା ସଶକ୍ତିକରଣ: ମହିଳା ଓ ଶିଶୁ ବିକାଶ ପାଇଁ ୧୬,୧୨୨.୯୩ କୋଟି ଟଙ୍କା ରଖାଯାଇଛି ।

ଏହି ବଜେଟ୍ ଓଡ଼ିଶାର ଭୌତିକ ବିକାଶ ସହିତ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାକୁ ଏକ ନୂଆ ଶିଖରକୁ ନେଇଯିବ ବୋଲି ଆଶା କରାଯାଉଛି । ଖାସକରି ଜଗନ୍ନାଥ ସଂସ୍କୃତି ପାଇଁ ଏତେ ବଡ଼ ପାଣ୍ଠିର ବ୍ୟବସ୍ଥା ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଖେଳାଇ ଦେଇଛି ।