ସୁଧ ପାଇଁ ରକ୍ତ ଶୋଷୁଥିଲା ସାହୁକାର; ଋଣ ବୋଝ ପାଇଁ ବିକିଦେଲେ କିଡ୍‌ନି

Advertisment

ଋଣ ବୋଝରେ ଚାପି ହୋଇ ଜଣେ ଚାଷୀ କିଡନି ବିକ୍ରି କରିବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଚାଷୀଙ୍କ ଅଭିଯୋଗ ପରେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବେଆଇନ ସାହୁକାରଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ । 

ଋଣ ବୋଝରେ ଚାପି ହୋଇ ଜଣେ ଚାଷୀ କିଡନି ବିକ୍ରି କରିବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଚାଷୀଙ୍କ ଅଭିଯୋଗ ପରେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବେଆଇନ ସାହୁକାରଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ । 

Kidny

Kidny Photograph: (kanak news)

କନକ ବ୍ୟୁରୋ : ଯେତେବେଳେ ସାହୁକାର ଋଣ ଅସୁଲ ନାଁରେ ମାନବିକତା ଭୁଲିଯାଏ… ସୁଧ ଆଶାରେ ନୀରିହ ଲୋକଙ୍କ ରକ୍ତ ଶୋଷିବାକୁ ଲାଗେ… ଭଲ ମନ୍ଦର ହିତାହିତ ଜ୍ଞାନ ଭୁଲିଯାଏ… ସେତେବେଳେ ଋଣ ନେଇଥିବା ଲୋକଟି ଋଣ ସୁଝିବାକୁ ନିଜକୁ ବିକ୍ରି କରିଦେବାକୁ ବାଧ୍ୟ ହୁଏ । ମହାରାଷ୍ଟ୍ରରେ କିଛି ଏମିତି ହିଁ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଋଣ ବୋଝରେ ଚାପି ହୋଇ ଜଣେ ଚାଷୀ କିଡନି ବିକ୍ରି କରିବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଚାଷୀଙ୍କ ଅଭିଯୋଗ ପରେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବେଆଇନ ସାହୁକାରଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ । 

ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ଏହି ଘଟଣା । ପୀଡ଼ିତ ଚାଷୀଙ୍କ ନାଁ ହେଉଛି ରୋଶନ ସଦାଶିବ କୁଡେ । ରୋଶନଙ୍କ ଅଭିଯୋଗ ସାହୁକାର ଋଣ ସୁଝିବା ଚାପରେ ତାଙ୍କୁ ନିଜର କିଡନି ବିକ୍ରି କରିବାକୁ ପଡ଼ିଛି । ପୁଲିସ ମୁତାବକ ଗତ ୨୦୨୧ରେ ଚିକିତ୍ସା ଓ ବ୍ୟବସାୟ ପାଇଁ ରୋଶନ ସୁଧରେ ଏକ ଲକ୍ଷ ଟଙ୍କା ଆଣିଥିଲେ । ହେଲେ ରୋଶନଙ୍କ ପାରିବାରିକ ସ୍ଥିତି ଏମିତି ହେଲା ଯେ ନା ସେ ଆଉ ସମୟରେ ନା ସୁଧ ଦେଇପାରିଲେ ନା ମୂଳଧନ । ଯେତେବେଳେ ସୁଧ ଦେଇପାରୁନଥିଲେ ସାହୁକାର ସୁଧ ଉପରେ ସୁଧ ଲଗାଉଥିଲା । ୫ ବର୍ଷ ଭିତରେ ଋଣ ବଢ଼ି ବଢ଼ି ୭୪ ଲକ୍ଷ ହୋଇଗଲା । ଲକ୍ଷେ ଟଙ୍କା ଋଣ ରୋଶନଙ୍କୁ ଏତେ ଭାରି ପଡ଼ିବ କେବେ ସେ ଚିନ୍ତା ବି କରିନଥିବେ । କାହିଁକି ନା ଏହି ଲକ୍ଷେ ଟଙ୍କା ସୁଝିବାକୁ କିଡ୍‌ନି ବିକ୍ରି କରିବା ପୂର୍ବରୁ ଦୁଇ ଏକର ଜମି, ଏକ ଟ୍ରାକ୍ଟର, ଗାଡ଼ି, ଘର, ସୁନା ସବୁ କିଛି ବିକିବାକୁ ପଡ଼ିଥିଲା । 

ଅଧିକ ପଢ଼ନ୍ତୁ---ମୃତ୍ୟୁ ବେଡରୁ ପ୍ରେମିକାର ଶେଷ କଥା: ‘ମୋ ପ୍ରେମର କିଛି ବି କରିବନି’

ଏହାପରେ ବି ସାହୁକାରର ସୁଧ ଲୋଭ ଯାଇନଥିଲା । ଚାଷୀ ଜଣକ ଅଭିଯୋଗ କରିଛନ୍ତି ଯେ, ସାହୁକାର ତାଙ୍କୁ କିଡନି ବିକ୍ରି କରିବାକୁ ପରାମର୍ଶ ଦେଇଥିଲା । କିଡ୍‌ନି ବିକିବାକୁ ଜଣେ ଦଲାଲ ତାଙ୍କୁ ପ୍ରଥମେ କୋଲକାତା ନେଇଯାଇଥିଲେ, ଯେଉଁଠାରେ ତାଙ୍କର ଡାକ୍ତରୀ ପରୀକ୍ଷା ହୋଇଥିଲା । ଏହାପରେ କାମ୍ବୋଡିଆରେ ଅସ୍ତ୍ରୋପଚାର କରାଯାଇ ତାଙ୍କ କିଡନି କାଢ଼ି ନିଆଯାଇଥିଲା ।  ରୋଶନ ଆଠ ଲକ୍ଷ ଟଙ୍କାରେ ନିଜର କିଡନି ବିକ୍ରି କରିଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଋଣ ଜାଲରେ ଫସିଥିବା ଚାଷୀଙ୍କ ଏହି କାହାଣୀ ମାନବିକତାକୁ ଦୋହଲାଇ ଦେଇଛି  । ବେଆଇନ ସାହୁକାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି । ସେ ବ୍ୟାଙ୍କ ଟ୍ରାଞ୍ଜାକ୍ସନରୁ ଅଭିଯୁକ୍ତମାନଙ୍କ ଖାତାକୁ କ୍ରମାଗତ ଭାବେ ଟଙ୍କା ଯାଇଥିବାର ପ୍ରମାଣ ମିଳିଛି । କିଡନି ବିକ୍ରି ଅଭିଯୋଗର ସ୍ୱତନ୍ତ୍ର ଭାବେ ତଦନ୍ତ କରାଯାଉଛି । ମେଡିକାଲ ରିପୋର୍ଟ ଏବଂ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe