ବିପଦରେ ହର୍ଷିତ ରାଣାଙ୍କ କ୍ୟାରିୟର! ଇରଫାନ ପଠାନଙ୍କ ଭଳି ଅଟକିଯିବ କି ଭାଗ୍ୟ?

Advertisment

ପେସ୍ ବୋଲରରୁ ଜଣେ ଅଲରାଉଣ୍ଡର ହେଉ ହେଉ କ୍ୟାରିଅର ଏଭଳି ମୋଡ଼ ନେଲା ଯେ ନା ରହିଲା ସୁଇଙ୍ଗ୍ ନା ରହିଲା ସ୍ପିଡ୍ । ବରଂ ଦଳ ପାଇଁ ବୋଝ ପାଲଟିଗଲେ । ପରିଣାମ ହେଲା, ଇରଫାନ ପଠାନ ଦଳରୁ ବାଦ୍ ପଡିଲେ ଓ ସମୟ ପୂର୍ବରୁ ତାଙ୍କ କ୍ୟାରିୟର ଶେଷ ହୋଇଗଲା । 

ପେସ୍ ବୋଲରରୁ ଜଣେ ଅଲରାଉଣ୍ଡର ହେଉ ହେଉ କ୍ୟାରିଅର ଏଭଳି ମୋଡ଼ ନେଲା ଯେ ନା ରହିଲା ସୁଇଙ୍ଗ୍ ନା ରହିଲା ସ୍ପିଡ୍ । ବରଂ ଦଳ ପାଇଁ ବୋଝ ପାଲଟିଗଲେ । ପରିଣାମ ହେଲା, ଇରଫାନ ପଠାନ ଦଳରୁ ବାଦ୍ ପଡିଲେ ଓ ସମୟ ପୂର୍ବରୁ ତାଙ୍କ କ୍ୟାରିୟର ଶେଷ ହୋଇଗଲା । 

Harsit-Rana

Harsit-Rana Photograph: (Kanak News)

କନକ ବ୍ୟୁରୋ: ପୂର୍ବତନ ଦ୍ରୁତ ବୋଲର ଇରଫାନ ପଠାନ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବାର ସମୟ ମନେପକାନ୍ତୁ! ସେବେ ଇରଫାନ ବଲ ଧରିଲେ, ଷ୍ଟାଡ଼ିୟମ ଫାଟିପଡ଼ୁଥିଲା।  ଗତି ସହିତ ଇରଫାନ ଯେପରି ବଲକୁ ଭିତରକୁ ଏବଂ ବାହାରକୁ ସୁଇଙ୍ଗ୍ କରାଉଥିଲେ, ତାହା ଦେଖି ବ୍ୟାଟରଙ୍କ ମୁଣ୍ଡ ମଧ୍ୟ ଘୂରି ଯାଉଥିଲା । କିଛି ସମୟ ମଧ୍ୟରେ ଇରଫାନ ନିଜକୁ ଜାତୀୟ ଦଳରେ ପ୍ରତିଷ୍ଠିତ କରିପାରିଥିଲେ । ଟିମ୍ ପାଇଁ ଇରଫାନ ପଠାନଙ୍କ ବୋଲିଂ ବିଜୟର ଗ୍ୟାରେଣ୍ଟି ପାଲଟିଯାଇଥିଲା। ହେଲେ ଭାରତୀୟ ଦଳର କୋଚ୍ ଭାବେ ଯେବେ ଗ୍ରେଗ୍ ଚାପେଲ ଦାୟିତ୍ୱ ନେଲେ, ସେବେ ବଦଳିଗଲା ଚିତ୍ର।  ଚାପେଲଙ୍କ ସାନିଧ୍ୟରେ ବଦଳିଲା ଇରଫାନ ପରିଚୟ। ଦ୍ରୁତ ବୋଲରରୁ ପାଲଟିଗଲେ ଅଲରାଉଣ୍ଡର। ଆଉ ଅଳ୍ପ କିଛି ଦିନ ମଧ୍ୟରେ କ୍ୟାରିଅର ଆସିଗଲା ମଝିରାସ୍ତାକୁ। ବିତର୍କରେ ରହିଲା  ପଠାନଙ୍କ ପ୍ରଦର୍ଶନ।  

ପେସ୍ ବୋଲରରୁ ଜଣେ ଅଲରାଉଣ୍ଡର ହେଉ ହେଉ କ୍ୟାରିଅର ଏଭଳି ମୋଡ଼ ନେଲା ଯେ ନା ରହିଲା ସୁଇଙ୍ଗ୍ ନା ରହିଲା ସ୍ପିଡ୍ । ବରଂ ଦଳ ପାଇଁ ବୋଝ ପାଲଟିଗଲେ । ପରିଣାମ ହେଲା, ଇରଫାନ ପଠାନ ଦଳରୁ ବାଦ୍ ପଡିଲେ ଓ ସମୟ ପୂର୍ବରୁ ତାଙ୍କ କ୍ୟାରିୟର ଶେଷ ହୋଇଗଲା । 

ଆଜିକାଲି ଟିମ୍ ଇଣ୍ଡିଆରେ ହର୍ଷିତ ରାଣାଙ୍କ ସହ କିଛି ଏଭଳି ଘଟୁଛି । ଗୌତମ ଗମ୍ଭୀରଙ୍କ କୋଚିଂରେ ରାଣାଙ୍କୁ କ୍ରମାଗତ ଭାବରେ ଟିମ୍ ଇଣ୍ଡିଆରେ ଖେଳିବାର ସୁଯୋଗ ମିଳୁଛି । ଟେଷ୍ଟ, ଦିନିକିଆ ଏବଂ ଟି-୨୦ ତିନୋଟି ଯାକ ଫର୍ମାଟରେ ଗମ୍ଭୀରଙ୍କ ସେ ପ୍ରଥମ ପସନ୍ଦ ହୋଇ ରହିଛନ୍ତି । କିନ୍ତୁ ଯେଉଁଭଳି ତାଙ୍କୁ ବ୍ୟବହାର କରାଯାଉଛି, ସେଥିରୁ ମନେହେଉଛି ଯେ ସେ ଟିମ୍ ଇଣ୍ଡିଆର ଦ୍ୱିତୀୟ ଇରଫାନ ପଠାନ ହେବା ପଥରେ ଚାଲିଛନ୍ତି।

ଆହୁରି ପଢ଼ନ୍ତୁ... ଦିଲ୍ଲୀ ଓ ଉତ୍ତର ଭାରତରେ ଝଡ଼ବର୍ଷା ଓ ତୁଷାରପାତ: ବରଫ ଚାଦର ତଳେ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ

ବିଶେଷଜ୍ଞଙ୍କ ଯୁକ୍ତି ହେଉଛି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ହର୍ଷିତ ଜଣେ ପ୍ରତିଭାବାନ ଖେଳାଳି । ତାଙ୍କୁ ଯେତେବେଳେ ସୁଯୋଗ ମିଳିଛି, ସେ ନିଜକୁ ପ୍ରମାଣିତ କରିଛନ୍ତି । କିନ୍ତୁ ହର୍ଷିତ ଭୁଲିବା ଉଚିତ୍ ନୁହେଁ ଯେ ଟିମ୍ ଇଣ୍ଡିଆରେ ତାଙ୍କୁ ଜଣେ ଦ୍ରୁତ ବୋଲର ଭାବରେ ଏଣ୍ଟ୍ରି ମିଳିଛି । ତାଙ୍କର ପ୍ରଥମ ଦାୟିତ୍ୱ ହେଉଛି ଖେଳରେ ବୋଲିଂ ମାଧ୍ୟମରେ ଦଳକୁ ବିଜୟୀ କରାଇବା । 

ଏମିତି ନୁହେଁ ଯେ ଦୁନିଆରେ ପେସ୍ ବୋଲିଂ ଅଲରାଉଣ୍ଡର ନାହାଁନ୍ତି । ସବୁଠାରୁ ବଡ ଉଦାହରଣ ତ ଟିମ୍ ଇଣ୍ଡିଆରେ ହିଁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନୀତିଶ କୁମାର ରେଡ୍ଡୀ।  ଟିମ୍ ଇଣ୍ଡିଆରେ ସେମାନଙ୍କୁ ପେସ୍ ବୋଲିଂ ଅଲରାଉଣ୍ଡର ଭାବରେ ସ୍ଥାନ ମିଳିଥାଏ । ସେଥିପାଇଁ ସେମାନଙ୍କ ଦାୟିତ୍ୱ ହେଉଛି ଦଳରେ ଜଣେ ଫିଲର ବୋଲର ସହିତ ମଧ୍ୟକ୍ରମରେ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବା। ହେଲେ ହର୍ଷିତଙ୍କ କ୍ଷେତ୍ରରେ ଏହା ଲାଗୁ ହୁଏ ନାହିଁ ।

ଗୌତମ ଗମ୍ଭୀର ହର୍ଷିତଙ୍କୁ ୮ମ ନମ୍ବର ବ୍ୟାଟର ଭାବେ ପ୍ରସ୍ତୁତ କରିବାକୁ ଜିଦ୍ ଧରିଛନ୍ତି । ବ୍ୟାଟିଂ ତ ଠିକ୍ ଅଛି, କିନ୍ତୁ ତାଙ୍କ ବୋଲିଂର କ’ଣ ହେବ, ଏହା ହେଉଛି ସବୁଠାରୁ ବଡ ପ୍ରଶ୍ନ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ହର୍ଷିତ ୪ଟି ଛକା ଏବଂ ୪ଟି ଚୌକା ମାରି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। କିନ୍ତୁ ତାଙ୍କ ବୋଲିଂରେ  ୩ଟି ୱିକେଟ୍ ନେବା ପାଇଁ ସେ ଖର୍ଚ୍ଚ କରିଥିଲେ ୮୪ ରନ୍।  

ବ୍ୟାଟିଂ ଏବଂ ବୋଲିଂ ଉଭୟ କ୍ଷେତ୍ରରେ ହର୍ଷିତଙ୍କ ଖେଳକୁ ନେଇ  କ୍ରିକେଟ୍ ବିଶେଷଜ୍ଞ ଚିନ୍ତାରେ। ଏଇଥିପାଇଁ ଯେ ଗୋଟିଏ ପଟେ ହର୍ଷିତ ନୂଆ ବଲରେ ୱିକେଟ୍ ନେଉଛନ୍ତି, କିନ୍ତୁ ବଲ୍ ପୁରୁଣା ହେବା ମାତ୍ରେ ତାଙ୍କୁ ପ୍ରବଳ ରନ୍ ମାଡ଼ ହେଉଛି । ଅନ୍ୟପଟେ ଟପ୍ ଅର୍ଡର ବ୍ୟାଟିଂ ଫେଲ୍ ହେବା ପରେ ବଡ଼ ସ୍କୋରର ପିଛା କଲାବେଳେ ହର୍ଷିତଙ୍କ ବିସ୍ଫୋରକ ବ୍ୟାଟିଂ କେବେ କେବେ ଦଳକୁ ଜିତାଇପାରେ, କିନ୍ତୁ ଏହି ପ୍ରୟୋଗ ସବୁବେଳେ କାମ ଦେବ ନାହିଁ । 

ପ୍ରଶ୍ନ ଉଠିଲାଣି, ହର୍ଷିତଙ୍କ କ୍ୟାରିଅର ବିଗାଡ଼ୁନାହାନ୍ତି ତ ଗୌତମ ଗମ୍ଭୀର? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe