କନକ ନ୍ୟୁଜ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ଆରମ୍ଭ ହେବା ପୂର୍ବରୁ ଯେତେବେଳେ ବ୍ରଡକାଷ୍ଟର୍ ଏହାର କମେଣ୍ଟ୍ରି ପ୍ୟାନେଲ୍ ତାଲିକା ପ୍ରକାଶ କରିଥିଲା, ସେତେବେଳେ ଏଥିରେ ଟିମ୍ ଇଣ୍ଡିଆର ପୂର୍ବତନ ଅଲ୍ରାଉଣ୍ଡର ଇରଫାନ ପଠାନଙ୍କ ନାମ ନଥିଲା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଇରଫାନ ଆଇପିଏଲ ଖେଳିବା ଜାରି ରଖିଥିଲେ ଏବଂ ଯେତେବେଳେ ସେ ଆଇପିଏଲରୁ ଅବସର ନେଇଥିଲେ, ସେ ଅନ୍ୟ ଟି-୨୦ ଲିଗ୍ ରେ ଅଂଶଗ୍ରହଣ କରିବା ସହିତ କମେଣ୍ଟ୍ରି ଜାରି ରଖିଥିଲେ। ଗତ ସିଜନ୍ରେ ମଧ୍ୟ ଇରଫାନ୍ ଆଇପିଏଲରେ ହିନ୍ଦୀ ଓ ଇଂରାଜୀ କମେଣ୍ଟ୍ରି କରୁଥିବାର ନଜର ଆସିଥିଲେ କିନ୍ତୁ ଏଥର ତାଙ୍କୁ କମେଣ୍ଟ୍ରି ପ୍ୟାନେଲରୁ ବାଦ୍ ଦିଆଯାଇଛି। ଗଣମାଧ୍ୟମ ରିପୋର୍ଟରେ ଅନୁସାରେ,ଇରଫାନ ଟିମ ଇଣ୍ଡିଆର ଷ୍ଟାର ଖେଳାଳିଙ୍କ ଉପରେ ବ୍ୟକ୍ତିଗତ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ଖେଳାଳିମାନେ ଅଭିଯୋଗ କରିଥିଲେ, ଯାହା ପରେ ତାଙ୍କୁ ପ୍ୟାନେଲରୁ ହଟାଇ ଦିଆଯାଇଥିଲା ।
ଷ୍ଟାର ଖେଳାଳିଙ୍କ ଉପରେ କହିବା ପଡିଲା ମହଙ୍ଗା
୨୦୨୫ଆଇପିଏଲ କମେଣ୍ଟ୍ରି ପ୍ୟାନେଲରୁ ବାଦ ପଡିଛନ୍ତି ପୂର୍ବତନ କ୍ରିକେଟର ଇରଫାନ ପଠାନ
ବାଦ ପଡିବାପରେ ପଠାନ ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି
ବର୍ଡର-ଗାଭାସ୍କର ସିରିଜ୍ରେ ଭାରତର ପରାଜୟ ପରେ ଭାରତୀୟ ଷ୍ଟାର୍ ଖେଳାଳିଙ୍କୁ ସମାଲୋଚନା କରିଥିଲେ ଇରଫାନ
ଖବର ଅନୁସାରେ ଉକ୍ତ ଖେଳାଳି ବିସିସିଆଇ ଆଗରେ ଅଭିଯୋଗ ମଧ୍ୟ କରିଥିଲେ
ସେହି ଖେଳାଳି ମଧ୍ୟ ଇରଫାନଙ୍କ ନମ୍ବରଙ୍କୁ ବ୍ଲକ କରିଥିଲେ
ପଠାନ କେବେ କାହାର ବ୍ୟକ୍ତିଗତ ଜୀବନ ଉପରେ ମନ୍ତବ୍ୟ ଦେଉଥିବା ଶୁଣିବାକୁ ମିଳିନାହିଁ
କ୍ରିକେଟରେ ଖେଳାଳିଙ୍କ ଖେଳକୁ ନେଇ ମତ ଦେଇଥାନ୍ତି ଇରଫାନ
ଇରଫାନ ପଠାନ କିମ୍ବା ବିସିସିଆଇ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ବୟାନ ଦେଇନାହିଁ ।
କିଛି ଖେଳାଳିଙ୍କ ସହ ଇରଫାନ ପଠାନଙ୍କ ମତାନ୍ତର ହୋଇଥିଲା ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି
ସୋସିଆଲ ମିଡିଆ ଚର୍ଚ୍ଚା ଅନୁସାରେ କୋହଲିଙ୍କୁ ସମାଲୋଚନା କରି ଫସିଲେ ଇରଫାନ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/28/qpsTnDdzBnwfM1F6YHC1.jpeg)