କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ ଘୋଷଣା କରି ପାକିସ୍ତାନ ୟୁ-ଟର୍ଣ୍ଣ ନେବା ପରେ ଏବେ ବାଂଲାଦେଶ ମଧ୍ୟ ଏକ ୟୁ-ଟର୍ଣ୍ଣ ନେଇଛି । ବାଂଲାଦେଶ ସରକାର କହିଛନ୍ତି ଯେ ବିଶ୍ବକପ୍ ପାଇଁ ଭାରତ ଗସ୍ତ ନ କରିବା ନିଷ୍ପତ୍ତି ଖେଳାଳିମାନେ ନେଇଥିଲେ ।
ଏହା ବି ପଢ଼ନ୍ତୁ: ସୁପର ଓଭରରେ ଆଫଗାନିସ୍ତାନକୁ ହରାଇଲା ଦକ୍ଷିଣ ଆଫ୍ରିକା
ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ କ୍ରିକେଟ୍ ଦ​ଳ ଚଳିତ ବିଶ୍ବକପ୍ ଖେଳିବାକୁ ଭାରତ ଆସିବାକୁ ମନା କରିବା ପରେ ଆଇସିସି ପକ୍ଷରୁ ବାଂଲାଦେଶ୍କୁ ବିଶ୍ବକପରୁ ବାହାର କରି ସ୍କଟଲାଣ୍ଡକୁ ସାମିଲ କରାଯାଇଥିଲା । ସେତେବେଳେ ବାଂଲାଦେଶ ସରକାରଙ୍କ କ୍ରୀଡ଼ା ଓ ଯୁବବ୍ୟାପାର ପରାମର୍ଶଦାତା ଆସିଫ୍ ନଜରୁଲ୍ କହିଥିଲେ ଯେ ଭାରତ ଗସ୍ତ ନ କରିବା ନିଷ୍ପତ୍ତି ସରକାରଙ୍କର ଥିଲା । ଏପରିକି ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କେତେକ ଖେଳାଳି ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ । ଖେଳାଳିଙ୍କ ମତକୁ ଗ୍ରହଣ ନକରି ନିଷ୍ପତ୍ତି ନିଆଯାଇଥିଲା କେତେକ ଖେଳା​ଳି ଜଣାଇଥିଲେ । କିନ୍ତୁ ଏବେ ସେ କହିଛନ୍ତି ଯେ ଭାରତ ଗସ୍ତ ନ କରିବା ନିଷ୍ପତ୍ତି ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଓ ଖେଳାଳିମାନଙ୍କର ଥିଲା । ବାଂଲାଦେଶ କ୍ରିକେଟ୍ର ସୁରକ୍ଷା, ଦେଶର ଲୋକମାନଙ୍କର ସୁରକ୍ଷା ପାଇଁ ସେମାନେ ଏହି ତ୍ୟାଗ କରିଥିଲେ । ଦେଶର ମର୍ଯ୍ୟଦା ରକ୍ଷା ପାଇଁ ସେମାନେ ଅନୁକରଣୀୟ ତ୍ୟାଗ କରିଛନ୍ତି । ବାଂଲାଦେଶ ଦଳ ବିଶ୍ବକପରେ ଅଂଶଗ୍ରହଣ ନ କରିବାକୁ ନେଇ କୌଣସି ଅନୁଶୋଚନା ଅଛି କି ବୋଲି ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ ଏହାର ପ୍ରଶ୍ନ ଉଠୁନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/27/bangladesh-2026-01-27-21-01-46.jpg)