କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ଶିକ୍ଷାଧିକାରୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ । ବିଭାଗର ଜଣେ ମହିଳା ଅଧିକାରୀ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆଣିଛନ୍ତି ଏହି ଅଭିଯୋଗ । ବରିଷ୍ଠ ଅଧିକାରୀ ଜଣଙ୍କ କାର୍ଯ୍ୟକ୍ଷେତ୍ରରେ  ବାରମ୍ବାର ନିର୍ଯାତନା ଦେଉଥିବା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ମହିଳା ଅଧିକାରୀ ।

Advertisment

ଅଧିକ ପଢନ୍ତୁ : ପ୍ରେମ ଓ ବାହାଘର ପରେ ନିର୍ଯାତନା : ଶେଷରେ ହତ୍ୟା ..

ଜିଲ୍ଲାପାଳ ବି ଅଭିଯୋଗ କଥାକୁ ସ୍ବୀକାର କରିଛନ୍ତି ଏବଂ ତଦନ୍ତ କରୁଥିବା କଥା କହିଛନ୍ତି । ଅନ୍ୟପଟେ ବରିଷ୍ଠ ଶିକ୍ଷା ଅଧିକାରୀ ଜଣଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ସେ କିଛି ଜାଣି ନାହାନ୍ତି ବୋଲି ଫୋନ୍ ଯୋଗେ ପ୍ରତିକ୍ରିୟା ଦେଇଛନ୍ତି ।