କନକ ବ୍ୟୁରୋ : ପ୍ରେମ ଓ ବାହାଘର ପରେ ନିର୍ଯ୍ୟାତନା । ଆଉ ପରେ ହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବିଜୟନଗର ଗାଁରୁ ଆସିଛି ବଧୂହତ୍ୟାର ଅଭିଯୋଗ । ସ୍ଥାନୀୟ ଥାନା ପରମାନନ୍ଦପୁର ମାଲବାଡ଼ ଗାଁର ସୁଦାମ ସେନାପତିଙ୍କ ଝିଅକୁ ପ୍ରେମ ବିଭାଗ କରିଥିଲେ ବିଜୟନଗର ଗ୍ରାମର ଚିଣ୍ଟୁ ପାଣ୍ଡବ । ବିବାହ ସମୟରେ ଯୌତୁକ ନେଇଥିଲେ ବି ପୁଣିଥରେ ଅଧିକ ଯୌତୁକ ପାଇଁ ଝିଅକୁ ବାରମ୍ବାର ମାଡ଼ ମାରୁଥିବା ନେଇ ଅଭିଯୋଗ ହୋଇଥିଲା ।
ଅଧିକ ପଢନ୍ତୁ : ଭାଲେଣ୍ଟାଇନରେ ଡେ’: ନୋଏଡାରେ ପ୍ରେମିକାଙ୍କୁ ଗୁଳିକରି ହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା
ଏନେଇ ଅଭିଯୋଗ ହୋଇଥିଲା ଏବଂ ସମାଧାନ ମଧ୍ୟ ହୋଇଥିଲା। ତେବେ ପବିତ୍ର ଜାଗର ଦିନ ନବ ବଧୂ ହଠାତ୍ ବାଥରୁମରେ ପଡ଼ି ପ୍ରାଣତ୍ୟାଗ କରିଥିବା ପରିବାର ଲୋକେ କହିଛନ୍ତି । ହେଲେ ଝିଅର ବାପଘର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ପୁଲିସ ଶବ ଜବତ କରିଥିବା ବେଳେ ଆଜି ଶବ ବ୍ୟବଛେଦ ହେବ ବୋଲି ଜଣାପଡ଼ିଛି । ଏପଟେ ମେଡିକାଲରେ ଆମ୍ବୁଲାନ୍ସ ଆଗରେ ବାପଘର ଲୋକେ ପ୍ରତିବାଦ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/16/death-2026-02-16-08-07-17.jpg)