ମହିଳା କ୍ରିକେଟ୍ ଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ, ନିଜ ବାସଭବନରେ ବିଶ୍ବବିଜୟିନୀଙ୍କୁ ଭେଟିଲେ ଆଉ କଲେ ପ୍ରଶଂସା

Advertisment

ପ୍ରଥମଥର ମହିଳା ଦିନିକିଆ ବିଶ୍ବକପ୍‌ ଜିତି ଇତିହାସ ରଚିଛି ଭାରତ

ପ୍ରଥମଥର ମହିଳା ଦିନିକିଆ ବିଶ୍ବକପ୍‌ ଜିତି ଇତିହାସ ରଚିଛି ଭାରତ

Modi Meets Indian Womens

Modi Meets Indian Womens Photograph: (KanakNews)

କନକ ବ୍ୟୁରୋ: ବିଶ୍ବବିଜୟୀ ମହିଳା କ୍ରିକେଟ୍ ଟିମକୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନିଜ ବାସଭବନରେ ଗତକାଲି ରାତିରେ ମହିଳା କ୍ରିକେଟଙ୍କୁ ଭେଟି ତାଙ୍କ ଅଦ୍ଭୁତପୂର୍ବ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମଥର ମହିଳା ଦିନିକିଆ ବିଶ୍ବକପ୍‌ ଜିତି ଇତିହାସ ରଚିଛି ଭାରତ। ରବିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାସ୍ତକରି ଭାରତୀୟ ମହିଳା ଦଳ ପ୍ରଥମଥର ବିଶ୍ବ ଚମ୍ପିଆନ୍‌ ହୋଇଛି ।

ମହିଳା କ୍ରିକେଟ୍ ବିଶ୍ବକପ୍, ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଫାଇନାଲରେ ଭାରତ

ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ବିଶ୍ବ ବିଜୟିନୀ ଭାରତୀୟ ଖେଳାଳିଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିସିସିଆଇକୁ ଔପଚାରିକ ନିମନ୍ତ୍ରଣ ପତ୍ର ପଠାଯାଇଥିଲା । ପରେ ବୁଧବାର ରାତି ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଚମ୍ପିଆନ୍ ଭାରତୀୟ ମହିଳା ଖେଳାଳିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ରବିବାର ମଧ୍ୟରାତ୍ରରେ ନବି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ବିଶ୍ବକପ୍‌ ଜିତିବା ପରେ ଏକ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ବିଜୟ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe