କନକ ବ୍ୟୁରୋ: ମହିଳା କ୍ରିକେଟ୍ ବିଶ୍ବକପ ଟୁର୍ଣ୍ଣାମେଣ୍ଟରୁ ଡିଫେଣ୍ଡିଙ୍ଗ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଆଉଟ୍। ସେମିଫାଇନାଲରେ ଏକ ରୋମାଞ୍ଚକର ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୩୮ ରନ୍ର ବଡ଼ ସ୍କୋର କରିଥିଲା । ୩୩୯ ରନ୍ ବିଜୟଲକ୍ଷ୍ୟକୁ ଭାରତ ଆହୁରି ୯ଟି ବଲ୍ ବାକିଥାଇ ହାସଲ କରିନେଇଥିଲା । ବିଶ୍ବକପ୍ ଇତିହାସରେ ଏହା ସବୁଠୁ ବଡ଼ ରନ୍ ଚେଜ୍। ଭାରତ ପକ୍ଷରୁ ଜେମିମା ରୋଡ୍ରିଗ୍ସ ଅପରାଜିତ ଶତକ ହାସଲ କରିଥିଲେ । ସେ ୧୨୭ ରନ୍ ଏବଂ କ୍ୟାପ୍ଟେନ୍ ହରମନପ୍ରିତ୍ କୌର ୮୯ ରନ୍ କରିଥିଲେ । ରବିବାର ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟାଇଟଲ୍ ଲଢେଇ ହେବ।
ହେଟର୍ସଙ୍କ ମୁହଁ ଚୁପ୍; ଅଷ୍ଟ୍ରେଲିଆରେ ଚମକିଲେ ରୋ-କୋ ଯୋଡ଼ି
ସେପଟେ ପୁରୁଷ କ୍ରିକେଟରେ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ ଖେଳାଯିବ। ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ଗୋଟାଏ ୪୫ରେ ଏହି ମ୍ୟାଚ ଆରମ୍ଭ ହେବ । ପ୍ରଥମ ଟି-୨୦ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ମୋଟ ୧୦ ଓଭର ଖେଳ ସମ୍ଭବ ହୋଇଥିଲା । ତେବେ ବାରମ୍ବାର ବର୍ଷା ହେବାରୁ ମ୍ୟାଚକୁ ବାତିଲ କରିଥିଲେ ଅମ୍ପାୟାର । ତେଣୁ ଆଜିର ମ୍ୟାଚକୁ ଦୁଇ ଦଳ ଜିତିବାକୁ ଚେଷ୍ଟା କରିବେ। ୩ଟିକିଆ ଦିନିକିଆ କ୍ରିକେଟ ସିରିଜକୁ ଅଷ୍ଟ୍ରେଲିଆ ୨-୧ରେ ଜିତିଥିଲା । 
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/31/world-cup-2025-10-31-08-20-59.jpg)