ଅଧପନ୍ତରିଆ ନିର୍ମାଣ, ଅସହାୟ ୨ କୋଟିର ପ୍ରକଳ୍ପ

Advertisment

ମହମ୍ମଦ ନଗର ପାଟଣା ଓ ରାଜପୁର ପଞ୍ଚାୟତର ୬୩ଟି ଭୂମିହୀନ ପରିବାରକୁ ଜମି ସହ ଘର ଯୋଗାଇବାକୁ ୨୦୧୯ ମସିହାରେ ଯୋଜନା ହୋଇଥିଲା । ତତ୍କାଳୀନ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ ମିଳିତ ବାସଗୃହ ନିର୍ମାଣ ଯୋଜନା କରିଥିଲେ। ତତ୍କାଳୀନ ବାଲେଶ୍ଵର ଜିଲ୍ଲାପାଳ ଏହାକୁ ପାଇଲଟ୍ ପ୍ରକଳ୍ପ ଭାବେ ଓଳିନ୍ଦା କ୍ଲଷ୍ଟର ପ୍ରକଳ୍ପକୁ ଅନୁମୋଦନ କରିଥିଲେ। 

a3

କନକ ବ୍ୟୁରୋ : ଗରିବ ଭୂମିହୀନମାନଙ୍କ ଥଇଥାନ ପାଇଁ ନିର୍ମିତ ବାଲେଶ୍ବର ଜିଲ୍ଲାର ପ୍ରଥମ ପାଇଲଟ୍ ପ୍ରକଳ୍ପ। ଭୂମିହୀନଙ୍କ ପାଇଁ ନିର୍ମାଣ ହେଲା, କିନ୍ତୁ ବିଦ୍ୟୁତ୍‌ ସଂଯୋଗ ହୋଇପାରିଲା ନାହିଁ। ପିଇବା ପାଣିର ବ୍ୟବସ୍ଥା ନଥିବାରୁ ଥଇଥାନ କେନ୍ଦ୍ରକୁ ଆସିବାକୁ ଆଗ୍ରହ ଦେଖାଉନାହାନ୍ତି ଭୂମିହୀନ। ତେଣୁ ବର୍ଷ ବର୍ଷ ଧରି ଅଚଳ ହୋଇ ପଡ଼ିଛି ୬୩ଟି ବାସଗୃହ। ବାଲେଶ୍ବର ଜିଲ୍ଲା ଜଳେଶ୍ଵରରୁ ଦେଖିବା ଗ୍ରାଉଣ୍ଡ ଜିରୋ ରିପୋର୍ଟ।

 ଘର ଅଛି, କବାଟ ଝରକା ନାହିଁ। ବିଜୁଳି ନାହିଁ କି ନାହିଁ ପିଇବା ପାଣିର ବ୍ୟବସ୍ଥା । ଆନୁସଙ୍ଗିକ ସୁବିଧା ନଥିବାରୁ ଲୋକ ମଧ୍ୟ ରହୁନାହାନ୍ତି । ସଂପୂର୍ଣ୍ଣ ସ୍ଥିତିକୁ ଦେଖିଲେ କୁହାଯାଇପାରେ ଭୂତକୋଠି ପାଲଟିଛି ସରକାରୀ ପ୍ରକଳ୍ପ। ଘରଗୁଡ଼ିକ ୨୦୧୯-୨୦ ଆର୍ଥିକ ବର୍ଷରେ ଖର୍ଚ୍ଚ ହୋଇଛି ୨ କୋଟି ଟଙ୍କା।

ଅଧିକ ପଢ଼ନ୍ତୁ :  ବାଲେଶ୍ବରରେ ମହିଳା କର୍ମଚାରୀଙ୍କୁ ଯୌନଶୋଷଣ ଅଭିଯୋଗ, ଆକ୍ସନ ମୋଡ଼ରେ OPHC

 ସ୍ଥାନୀୟ ଅଞ୍ଚଳର ଭୂମିହୀନଙ୍କୁ ସୁରକ୍ଷିତ ବାସ ଯୋଗାଇ ଦେବା ଉଦ୍ଦେଶ୍ୟରେ ନିର୍ମିତ ଏହି ଘର ରହିବାକୁ ସ୍ୱପ୍ନ ଦେଖୁଥିଲେ ମହମ୍ମଦ ନଗର ପାଟଣା ଓ ରାଜପୁର ପଞ୍ଚାୟତର ୬୩ଟି ଭୂମିହୀନ ପରିବାର। ହେଲେ ପକ୍କ ଘର ସ୍ବପ୍ନ ମଉଳି ଯାଇଛି। ଘର ନିର୍ମାଣ ହୋଇଛି, ବିଦ୍ୟୁତ୍ ଟ୍ରାନ୍ସଫର୍ମର ବସିଛି, ଖୁଣ୍ଟ ବସାଇ ତାର ଟଣାଯାଇଛି ହେଲେ କୈଣସି ଘରକୁ ବିଜୁଳି ସଂଯୋଗ ହୋଇନାହିଁ। ପିଇବା ପାଣି ପାଇଁ ପମ୍ପ ଘର ଅଛି, ବୋରିଂ ହୋଇଛି, ହେଲେ ପାଇପ୍ ସଂଯୋଗ ହୋଇନଥିବାରୁ ପାଣି ଆସୁନି। କୌଣସି ଆନୁସଙ୍ଗୀକ ବ୍ୟବସ୍ଥା ନଥିବାରୁ ଯେଉଁମାନେ କଲୋନୀରେ ରହିବା କଥା ସେମାନେ, ଆସିବାକୁ ଅମଙ୍ଗ ହେଉଛନ୍ତି।

ମହମ୍ମଦ ନଗର ପାଟଣା ଓ ରାଜପୁର ପଞ୍ଚାୟତର ୬୩ଟି ଭୂମିହୀନ ପରିବାରକୁ ଜମି ସହ ଘର ଯୋଗାଇବାକୁ ୨୦୧୯ ମସିହାରେ ଯୋଜନା ହୋଇଥିଲା । ତତ୍କାଳୀନ ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁ ମିଳିତ ବାସଗୃହ ନିର୍ମାଣ ଯୋଜନା କରିଥିଲେ। ତତ୍କାଳୀନ ବାଲେଶ୍ଵର ଜିଲ୍ଲାପାଳ ଏହାକୁ ପାଇଲଟ୍ ପ୍ରକଳ୍ପ ଭାବେ ଓଳିନ୍ଦା କ୍ଲଷ୍ଟର ପ୍ରକଳ୍ପକୁ ଅନୁମୋଦନ କରିଥିଲେ। 

ଅଧିକ ପଢ଼ନ୍ତୁ :  ବାଲେଶ୍ବର ସୋରରେ ଲଜ୍ଜା, ଟିଉସନ୍‌ରୁ ଫେରିବା ସମୟରେ କଲେଜ ଛାତ୍ରୀଙ୍କୁ ଉଠାଇନେଇ ଗଣଦୁର୍ଷ୍କମ ଅଭିଯୋଗ

୬୩ଟି ଗୋଷ୍ଠୀ ଆବାସ ଘର, ପାନୀୟ ଜଳଯୋଗାଣ ପମ୍ପ ଘର, ପାଇଖାନା ଗୁଡ଼ିକ ସବୁ ଭୂତକୋଠି ପାଲଟିଯାଇଛି। ଯଦି ଲୋକଙ୍କଯେଉଁ ମହତ୍ ଉଦ୍ଦେଶ୍ୟ ନେଇ ଏହି ପାଇଲଟ୍ ପ୍ରକଳ୍ପ ଭୂମିହିନ ମାନଙ୍କ ପାଇଁ ନିର୍ମାଣ ହୋଇଥିଲା ପ୍ରଶାସନ ଅଧିକାରୀଙ୍କ ଉଦାସୀନତା କାରଣରୁ ତାହା ଅବହେଳିତ ହୋଇ ପଡ଼ିଛି।  ପାଇଲଟ ପ୍ରକଳ୍ପ ଜରିଆରେ ନିର୍ମିତ ୬୩ଟି ଘରକୁ ବାସପୋଯୋଗୀ ନକଲେ ଘର ଗୁଡ଼ିକ ମାଟିରେ ମିଶିବାକୁ ବେଶୀ ସମୟ ଲାଗିବନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe