କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି କେନ୍ଦୁଝରର ହଦଗଡ଼ । ପାହାଡ଼ ଓ ନୀଳ ଜଳରାଶିର ସୋନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ବଣଭୋଜିର ମଜା ସତରେ ସମ୍ପୂର୍ଣ୍ଣ ନିଆରା । ପ୍ରକୃତିର ଏହି ମଜା ନେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସୁଛନ୍ତି ହଦଗଡ଼ ଡ୍ୟାମ୍‌କୁ । ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ହଦଗଡ଼ । ଚାରିପଟେ ପାହାଡ଼ ମଝିରେ ଡ୍ୟାମ୍‌ର ନୀଳ ଜଳ ରାଶିର ଦୃଶ୍ୟ ଅତି ମନୋରମ । ସୁଉଚ୍ଚରୁ ଖସୁଥିବା ପାଣି ଦେଖିଲେ ଝରଣାର ଭ୍ରମ ସୃଷ୍ଟି ହୁଏ । ଥରେ ଗଲେ ମନ ଭରେନି, ବାରମ୍ବାର ଯିବାକୁ ଇଚ୍ଛା ହେବ ।  ସାଳନ୍ଦୀ ନଦୀ ଉପରେ ଥିବା ଏହି ଡ୍ୟାମଟି ଚାଷୀଙ୍କ ଉଦ୍ଦେଶ୍ୟ ନିର୍ମାଣ କରାଯାଇଥିଲା । ହେଲେଆଜି ଏହା ପର୍ଯ୍ୟଟକ ପ୍ରଥମ ପସନ୍ଦ ପାଲଟିଛି । 

Advertisment

ଆନନ୍ଦପୁର-ଭଦ୍ରକ ରାସ୍ତାରେ ୧୬କିମି ଉତ୍ତରକୁ ଗଲେ ପଡ଼େ ଏହି ହଦଗଡ଼ ଡ୍ୟାମ । ପ୍ରତିବର୍ଷ ଡିସେମ୍ବରରୁ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ । ରାଜ୍ୟ ସମେତ ପଶ୍ଚିମବଙ୍ଗରୁ ଏଠାକୁ ପର୍ଯ୍ୟଟକ ବଣଭୋଜି କରିବାକୁ ଆସିଥାନ୍ତି । କିନ୍ତୁ ଏଠାରେ ପର୍ଯ୍ୟଟନ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ପାନୀୟ ଜଳ, ଶୌଚାଳୟ କିଛି ସୁବିଧା କରାଯାଇନାହିଁ! ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ । ହଦଗଡ଼ର ଆନୁସଙ୍ଗିକ ବିକାଶ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଗଲା ପର୍ଯ୍ୟଟନ କ୍ଷେତ୍ରରେ ଏହା ଆହୁରି ନାଁ କମାଇପାରନ୍ତା । 

ଅଧିକ ପଢ଼ନ୍ତୁ---ଶୀତ ସାଙ୍ଗକୁ କଲବଲ କରୁଛି କୁହୁଡ଼ି ; ସାରା ରାଜ୍ୟରେ ତଳ ମୁହାଁ ପାରଦ