କନକ ବ୍ୟୁରୋ: ଗୁରୁପ୍ରିୟା ସେତୁ, ବିଚ୍ଛିନ୍ନାଞ୍ଚଳକୁ ଯୋଡ଼ିଛି ଏହି ସେତୁ, ସ୍ବାଭିମାନ ଅଞ୍ଚଳକୁ ପରିଚୟ ଦେଇଛି ଏହି ସେତୁ । ୨୦୧୮ରେ ଉଦଘାଟନ ପରେ ଏହି ବ୍ରିଜ୍‌କୁ ଦେଖିବାକୁ ରାଜ୍ୟର କୋଣ ଅନୁକୋଣରୁ ଲାଗୁଥିଲା ପର୍ଯ୍ୟଟକଙ୍କ ଭିଡ଼ । ମନ ମୋହୁଥିଲା ଗୁରୁପ୍ରିୟା । ସେତୁ ପାଖରେ ଥିବା ଝୁଲା ପୋଲ ଓ ହନ୍ତାଳଗୁଡା ପାହାଡ଼ ଥିଲା ଏହାର ଅନ୍ୟତମ ଆକର୍ଷଣ । ହେଲେ ଏବେ ଗୁରୁପ୍ରିୟା ପର୍ଯ୍ୟଟକ ଶୂନ୍ୟ ହୋଇଯାଇଛି । ଆଉ ସେମିତି ଲୋକ ଆସୁନାହାନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।

Advertisment

କିଙ୍ଗ୍ କୋହଲି ଅନ୍ ଫାୟାର୍ .. ପ୍ରଶ୍ନ ନୁହେଁ ଆଉ କେତେ ବର୍ଷ ଖେଳିବେ? ପ୍ରଶ୍ନ , କିଏ ତାଙ୍କୁ ଖେଳିବାରୁ ଅଟକାଇବ?

ଗୁରୁପ୍ରିୟାକୁ ଅଣଦେଖା!
ମୁହଁ ଫେରାଉଛନ୍ତି ପର୍ଯ୍ୟଟକ!
ପର୍ଯ୍ୟଟକ ଏହି ସବୁ ଅଞ୍ଚଳକୁ ଆସୁନଥିବାର ମୁଖ୍ୟ କାରଣ ହେଲା ଏଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ କୌଣସି ବନ୍ଦୋବସ୍ତ ନାହିଁ । ଖାଇବା ପାଇଁ ଭଲ ହୋଟେଲ ବ୍ୟବସ୍ଥା ମଧ୍ୟ ନାହିଁ । ବାହାରୁ ଖାଇବା ପିଇବା ଜିନିଷ ଆଣି କିଛି ମଉଜ ମସ୍ତି କରି ଚାଲିଯାଆନ୍ତି ଲୋକେ । ଆଉ ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆସୁଥିବା ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଗୁରୁପ୍ରିୟାକୁ ପ୍ରାଶାସନିକ ସ୍ତରରେ ଅଣଦେଖା କରାଯାଉଥିବା ଅଭିଯୋଗ କରାଯାଉଛି । ତୁରନ୍ତ ସ୍ୱାଭିମାନ ଅଞ୍ଚଳରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଦାବି ହୋଇଛି ।