କନକ ବ୍ୟୁରୋ: ଗୁରୁପ୍ରୀୟା ସେତୁ ପ୍ରତି ବଢୁଛି କି ବିପଦ। ଚଳିତ ବର୍ଷ ମାଲକାନଗିରିରେ ରେକର୍ଡ ପରିମାଣରେ ବର୍ଷା ହୋଇଛି। ବାଲିମେଳା ଜଳଭଣ୍ଡାରର ଜଳସ୍ତର ବଢୁଛି। ଜଳସ୍ତରର ଏଫଆରଏଲ ବା ଫୁଲ ରିଜର୍ଭୟର ଲେବଲ ନଛୁଉଣୁ ସେତୁର ଅତିନିକଟତର ହେଲାଣି ଜଳସ୍ତର। ବର୍ତମାନର ସ୍ଥିତିକୁ ଦେଖିଲେ ମନରେ ପ୍ରଶ୍ନ ଉଠେ, ଏଫଆରଏଲକୁ ଅଣଦେଖା କରି ସେତୁ ନିର୍ମାଣ ହୋଇଛି କି? ନା ଗୁରୁପ୍ରିୟା ଉପରେ ନିର୍ମାଣ ହୋଇଥିନା ସେତୁ ପ୍ଲାନିଂରେ କିଛି ତ୍ରୁଟି ରହିଛି।
ଗୁରୁପ୍ରିୟା ସେତୁର ଅତିନିକଟରେ ବାଲିମେଳା ଜଳଭଣ୍ଡାରର ଜଳସ୍ତର। ଗାର୍ଡର ଠାରୁ ଆଉ ମାତ୍ର ୨ ଫୁଟ ଦୂରରେ ପାଣି। ଗାର୍ଡରକୁ ଜଳଭଣ୍ଡାର ପାଣି ଛୁଇଁଲେ ଗାର୍ଡର ପାଣିରେ ଭାସିବାର ସମ୍ଭାବନା ରହିଛି। ତେଣୁ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଥିବା ଜଣାପଡ଼ିଛି। ୨୦୧୮ ଜୁଲାଇରେ ୧୮୭ କୋଟି ଟଙ୍କାରେ ସେତୁ ନିର୍ମାଣ କରିଛି କୋଲକାତା ଘରୋଇ କମ୍ପାନୀ। ଡିଜାଇନ୍ ଓ ଅର୍ଥ ଟଙ୍କାର ଏଷ୍ଟିମେଂଟ ସବୁ ପ୍ରସ୍ତୁତ କରିଥିଲା କମ୍ପାନୀ। ତେବେ ଏବେର ସ୍ଥିତିକୁ ଦେଖିଲେ ପ୍ରଶ୍ନ ଉଠୁଛି। ତରବରିଆ ଭାବେ ହୋଇଥିଲା କି ପୋଲ କାମ? ପୋଲ ନିର୍ମାଣ ପୂର୍ବରୁ ଏଚଏଫଏଲ ବା ହାଇ ଫ୍ଲଡ ଲେଭଲ ନେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା ହୋଇଥିଲା କି ନାହିଁ? ପୋଲ ତଳେ ଡଙ୍ଗା ଯାତାୟତ ପାଇଁ ଯେଉଁ ଫ୍ରି ବୋର୍ଡର ଆବଶ୍ୟକ, ତାହା ରଖାଗଲାନି କାହିଁକି?
ଚିତ୍ରକୋଣ୍ଡା ଜଳଭଣ୍ଡାରର ଜଳଧାରଣା କ୍ଷମତା ୧୫ଶହ ୧୮ ଫୁଟ । ପୂର୍ବରୁ ପାଣି ୧୫ଶହ ୧୬ ଫୁଟ ଅତିକ୍ରମ କଲେ ଜଳ ନିଷ୍କାସନ କରାଯାଉଥିଲା। ହେଲେ ଏବେ ୧୫ଶହ ୧୨ ଫୁଟ ଅତିକ୍ରମ କରିବା ମାତ୍ରେ ପାଣି ଛାଡ଼ି ଦିଆଯାଉଛି । ବର୍ଷା ଦିନେ ଜଳ ନିଷ୍କାସନ ଯୋଗୁଁ ଖରାଦିନେ ବିଦ୍ୟୁତ ଉତ୍ପାଦନରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/AgSvsV8U4AELSFrxy1Ry.jpg)