ଦିନେ ବିକାଶର ବାଧକ ସାଜିଥିଲା ନକ୍ସଲଙ୍କ ନାଲିଆଖି, ଗୁରୁପ୍ରିୟା ସେତୁ ବଦଳାଇଦେଲା ୧୫୧ ଖଣ୍ଡ ଗାଁର ପରିଚୟ

Advertisment

ବିସ୍ତୀର୍ଣ୍ଣ ନୀଳ ଜଳ ରାଶି ଉପରେ ଦମ୍ଭ ଦେଖାଇ ଛିଡା ହେଇଥିବା ସେତୁଟି ବଦଳାଇ ଦେଇଛି ୧୫୧ ଖଣ୍ଡ ଗାଁର ପରିଚୟ। ଏଇ ଗୁରୁପ୍ରିୟା ସେତୁ ପାଇଁ ବିକାଶ ଦେଖୁଛି ମାଓ ଗଡ଼ର ଅପବାଦ ମୁଣ୍ଡାଇଥିବା ବିଛିନ୍ନାଞ୍ଚଳ। ଏହା କେବଳ ଏକ ସେତୁ ନୁହେଁ, ବର୍ଷବର୍ଷ ଧରି ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଥିବା ଗ୍ରାମବାସୀଙ୍କ ଜୀବନରେଖା। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ରୋଜଗାରର ପ୍ରମୁଖ ମାଧ୍ୟମ। 

2A

କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳ। ଦିନେ ମାଓଗଡ଼ର ଦୁର୍ନାମ ମୁଣ୍ଡାଇଥିଲା। ଲାଲ ବାହିନୀର ନାଲି ଆଖିରେ ଥରହର ହେଉଥିଲା। ବର୍ଷ ବର୍ଷ ଧରି ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିଲେ ଗ୍ରାମବାସୀ। ବିକାଶ କଥା ଉଠାଇଲେ ମାଓବାଦୀଙ୍କଠୁ ମିଳୁଥିଲା ହତ୍ୟା ଧମକ। ଏବେ ମାଓ ଭୟ ଦୂରେଇ ଯାଇଛି। ଗୁରୁପ୍ରିୟା ଡେଇଁ ପାହାଡ଼ି ଗାଁରେ ଗାଡ଼ି ପହଞ୍ଚି ପାରୁଛି। ଯଦିଓ ଅନେକ ସ୍ଥାନରେ ଆଜି ଲୋକେ ସଂଘର୍ଷ କରୁଛନ୍ତି, ତଥାପି ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ୱାଭିମାନ ଅଞ୍ଚଳବାସୀଙ୍କ ସାମଗ୍ରୀକ ବିକାଶ କିଛି ମାତ୍ରାରେ ହୋଇଛି। ଆଜିର ଏହି ରିପୋର୍ଟରେ ଆମେ ଜାଣିବା କେତେ ବିକାଶ ହୋଇଛି? କେତେ ସରକାରୀ ସୁବିଧା ପାଇପାରିଛନ୍ତି ଜଳଭଣ୍ଡାର ସେପଟେ ଥିବା ସ୍ୱାଭିମାନୀ ମଣିଷ।

ବିସ୍ତୀର୍ଣ୍ଣ ନୀଳ ଜଳ ରାଶି ଉପରେ ଦମ୍ଭ ଦେଖାଇ ଛିଡା ହେଇଥିବା ସେତୁଟି ବଦଳାଇ ଦେଇଛି ୧୫୧ ଖଣ୍ଡ ଗାଁର ପରିଚୟ। ଏଇ ଗୁରୁପ୍ରିୟା ସେତୁ ପାଇଁ ବିକାଶ ଦେଖୁଛି ମାଓ ଗଡ଼ର ଅପବାଦ ମୁଣ୍ଡାଇଥିବା ବିଛିନ୍ନାଞ୍ଚଳ। ଏହା କେବଳ ଏକ ସେତୁ ନୁହେଁ, ବର୍ଷବର୍ଷ ଧରି ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଥିବା ଗ୍ରାମବାସୀଙ୍କ ଜୀବନରେଖା। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ରୋଜଗାରର ପ୍ରମୁଖ ମାଧ୍ୟମ। 

ଅଧିକ ପଢ଼ନ୍ତୁ: ଗୁରୁପ୍ରିୟା ସେତୁ ପ୍ରତି ଅଛି କି ବିପଦ: ଚଳିତ ବର୍ଷ ବାଲିମେଳା ଜଳଭଣ୍ଡାରରୁ ବାରମ୍ୱାର ଜଳ ନିଷ୍କାସନ ପରେ ଉଠୁଛି ପ୍ରଶ୍ନ

୧୯୮୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲଭ ପଟ୍ଟନାୟକ ଗୁରୁପ୍ରିୟା ସେତୁର ଶିଳାନ୍ୟାସ କରିଥିଲେ। ହେଲେ ମାଓ ଭୟ ପାଇଁ ପୋଲ ନିର୍ମାଣ କରିପାରିନଥିଲେ ସେହି ସମୟର ସରକାର। ପ୍ରାୟ ୪୬ ବର୍ଷ ପରେ ୨୦୧୮ ଜୁଲାଇ ୨୬ରେ ଲୋକାର୍ପଣ ଗୁରୁପ୍ରିୟା ସେତୁ ଉଦଘାଟନ କରି ବିଚ୍ଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ଘୋଷଣା କରିଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ତା'ପରଠୁ ଆଗେଇ ଚାଲିଛି ବିକାଶମୂଳକ କାମ। 

 ସ୍ୱାଭିମାନ ଅଞ୍ଚଳର ଗାଁଗୁଡ଼ିକୁ ରାସ୍ତା, ପୋଲ, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇବା ପ୍ରକ୍ରିୟା ଜାରି ରହିଛି। ପ୍ରାଶାସନିକ ଅଧିକାରୀ ଗାଁରେ ପହଞ୍ଚିପାରୁଛନ୍ତି। ଯଦିଓ ଏବେ ବି କିଛି ଗାଁ ବିକାଶକୁ ଚାହିଁ ରହିଛି, ଜଳଭଣ୍ଡାରରେ ଜଳଯାତ୍ରା କରୁଛନ୍ତି। ତଥାପି ଧୀରେଧୀରେ ବିକାଶର ଗାଡ଼ି ଆଗକୁ ଗଡ଼ୁଛି। ମତ୍ସ୍ୟଜୀବୀ ଗୁରୁପ୍ରିୟା ନଦୀରୁ ମାଛ ଧରି ଚିତ୍ରକୋଣ୍ଡା ବଜାରରେ ବିକ୍ରି କରି ଲାଭବାନ ହେଉଛନ୍ତି। ସମ୍ପୂର୍ଣ୍ଣ ଅଞ୍ଚଳ ମାଓମୁକ୍ତ ହୋଇଛି। ଲୋକେ ସୁରକ୍ଷିତ ଜୀବନ ଅତିବାହିତ କରୁଥିବା ଚିତ୍ର ସାମ୍ନାକୁ ଆସୁଛି। କିନ୍ତୁ ଅନେକ କାମରେ ଦୁର୍ନୀତିର ଛିଟା ପଡ଼ିଛି। ପ୍ରକଳ୍ପ ଅଧାରେ ପଡ଼ିଛି। ସ୍ୱାଭିମାନ ଅଞ୍ଚଳର ନଦୀ ନାଳ ଉପରେ ସେତୁ ନିର୍ମାଣ ଧିମେଇ ଯାଇଛି।

ସବୁଠାରୁ ବଡ଼ କଥା ହେଲା ଯେଉଁ ଅଞ୍ଚଳରୁ ଦିନେ ଲୋକମାନେ ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ଡରୁଥିଲେ, ଏବେ ସେହି ଅଞ୍ଚଳରୁ ଲୋକ ପ୍ରତିନିଧି ବାହାରିଲେଣି। ଗୁରୁପ୍ରିୟାକୁ ଅନ୍ୟ ଅଞ୍ଚଳର ଲୋକଙ୍କ ପାଇଁ ପର୍ଯ୍ୟଟନୀସ୍ଥଳୀ  ପାଲଟିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe