୫୦୦ ଟଙ୍କାକୁ ନେଇ ରାଜଧାନୀରେ ଗୁଳିକାଣ୍ଡ, ଫାଙ୍କା ଗୁଳି ପରେ ଗ୍ରାହକ ଲହୁଲୁହାଣ

Advertisment

୫୦୦ଟଙ୍କାକୁ ନେଇ ରାଜଧାନୀରେ ଫୁଟିଲା ଗୁଳି । ଜଣେ ଗ୍ରାହକ ୫୦୦ ଟଙ୍କାର ଜିନିଷ କିଣି ଦୋକାନୀଙ୍କୁ ୫୦୦ ଟଙ୍କା ନୋଟ ଦେଇଥିଲେ ।  ଖୁଚୁରା ନାହିଁ କହି ଦୋକାନୀ ମନା କରିବାରୁ ପାଟିତୁଣ୍ଡ ହୋଇଥିଲା ।

୫୦୦ଟଙ୍କାକୁ ନେଇ ରାଜଧାନୀରେ ଫୁଟିଲା ଗୁଳି । ଜଣେ ଗ୍ରାହକ ୫୦୦ ଟଙ୍କାର ଜିନିଷ କିଣି ଦୋକାନୀଙ୍କୁ ୫୦୦ ଟଙ୍କା ନୋଟ ଦେଇଥିଲେ ।  ଖୁଚୁରା ନାହିଁ କହି ଦୋକାନୀ ମନା କରିବାରୁ ପାଟିତୁଣ୍ଡ ହୋଇଥିଲା ।

Note

କନକ ବ୍ୟୁରୋ : ୫୦୦ ଟଙ୍କାକୁ ନେଇ ରାଜଧାନୀରେ ଫୁଟିଲା ଗୁଳି । ଜଣେ ଗ୍ରାହକ ୫୦୦ ଟଙ୍କାର ଜିନିଷ କିଣି ଦୋକାନୀଙ୍କୁ ୫୦୦ ଟଙ୍କା ନୋଟ ଦେଇଥିଲେ ।  ଖୁଚୁରା ନାହିଁ କହି ଦୋକାନୀ ମନା କରିବାରୁ ପାଟିତୁଣ୍ଡ ହୋଇଥିଲା ।  ଦୋକାନୀର ପାଖରେ ତାର ଭାଇ ଓ ସମ୍ପର୍କୀୟମାନେ ଗ୍ରାହକଙ୍କ କଲର ଧରି ଟଣା ଓଟରା କରିଥିଲେ ।

 ନିଜ ଜୀବନ ବଞ୍ଚାଇବାକୁ ଯାଇ, ଲାଇସେନ୍ସ ବନ୍ଧୁକରୁ ଫାଙ୍କା ଗୁଳି ଫୁଟାଇ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ ଗ୍ରାହକ ।  ହେଲେ ଗୁଳି ଫୁଟିବା ପରେ, ପ୍ରାୟ ୫ରୁ ଅଧିକ ଦୋକାନୀ ଉକ୍ତ ଗ୍ରାହକଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ ।  ଦୋକାନୀଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ୟବସାୟୀ ହେଉଛନ୍ତି ବିଭୁତି ବଡ଼ଜେନା । ଘର ଏୟାରଫିଲଡ ଥାନା ଅଞ୍ଚଳରେ ।  

ଅଧିକ ପଢନ୍ତୁ : କଟକ ତ୍ରିଶୁଳିଆ ନିକଟରେ ଗୁଳିକାଣ୍ଡ, ରାସ୍ତା ପାଇଁ ଦୁଇ ବିଲଡର ସଂସ୍ଥାର କଳିରୁ ଫୁଟିଲା ଗୁଳି

ଦୋକାନୀ ଓ ବିଭୁତି ଉଭୟ ଦୁଇଟି ଅଭିଯୋଗ କରିବା ପରେ, ଉଭୟଙ୍କୁ ଥାନାକୁ ଡାକି ମୁଁହା ମୁହିଁ ପଚରା ଉଚରା କରାଯାଉଛି ।  ଉଭୟଙ୍କ ଅଭିଯୋଗକୁ ନେଇ ଦୁଇଟି ମାମଲା ରୁଜୁ କରାଯାଇଛି ।  ହତ୍ୟା ଉଦ୍ୟମ, ଦଫା ଲାଗିଛି ।  ଉଭୟ ପକ୍ଷକୁ ନୋଟିସ ଜାରି କରି ପୁଲିସ ଛାଡିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।  ସିସିଟିଭି ଆଧାରରେ ତଦନ୍ତ ଚାଲିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe