କନକ ବ୍ୟୁରୋ : ୫୦୦ ଟଙ୍କାକୁ ନେଇ ରାଜଧାନୀରେ ଫୁଟିଲା ଗୁଳି । ଜଣେ ଗ୍ରାହକ ୫୦୦ ଟଙ୍କାର ଜିନିଷ କିଣି ଦୋକାନୀଙ୍କୁ ୫୦୦ ଟଙ୍କା ନୋଟ ଦେଇଥିଲେ । ଖୁଚୁରା ନାହିଁ କହି ଦୋକାନୀ ମନା କରିବାରୁ ପାଟିତୁଣ୍ଡ ହୋଇଥିଲା । ଦୋକାନୀର ପାଖରେ ତାର ଭାଇ ଓ ସମ୍ପର୍କୀୟମାନେ ଗ୍ରାହକଙ୍କ କଲର ଧରି ଟଣା ଓଟରା କରିଥିଲେ ।
ନିଜ ଜୀବନ ବଞ୍ଚାଇବାକୁ ଯାଇ, ଲାଇସେନ୍ସ ବନ୍ଧୁକରୁ ଫାଙ୍କା ଗୁଳି ଫୁଟାଇ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ ଗ୍ରାହକ । ହେଲେ ଗୁଳି ଫୁଟିବା ପରେ, ପ୍ରାୟ ୫ରୁ ଅଧିକ ଦୋକାନୀ ଉକ୍ତ ଗ୍ରାହକଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ । ଦୋକାନୀଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ୟବସାୟୀ ହେଉଛନ୍ତି ବିଭୁତି ବଡ଼ଜେନା । ଘର ଏୟାରଫିଲଡ ଥାନା ଅଞ୍ଚଳରେ ।
ଅଧିକ ପଢନ୍ତୁ : କଟକ ତ୍ରିଶୁଳିଆ ନିକଟରେ ଗୁଳିକାଣ୍ଡ, ରାସ୍ତା ପାଇଁ ଦୁଇ ବିଲଡର ସଂସ୍ଥାର କଳିରୁ ଫୁଟିଲା ଗୁଳି
ଦୋକାନୀ ଓ ବିଭୁତି ଉଭୟ ଦୁଇଟି ଅଭିଯୋଗ କରିବା ପରେ, ଉଭୟଙ୍କୁ ଥାନାକୁ ଡାକି ମୁଁହା ମୁହିଁ ପଚରା ଉଚରା କରାଯାଉଛି । ଉଭୟଙ୍କ ଅଭିଯୋଗକୁ ନେଇ ଦୁଇଟି ମାମଲା ରୁଜୁ କରାଯାଇଛି । ହତ୍ୟା ଉଦ୍ୟମ, ଦଫା ଲାଗିଛି । ଉଭୟ ପକ୍ଷକୁ ନୋଟିସ ଜାରି କରି ପୁଲିସ ଛାଡିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଆଧାରରେ ତଦନ୍ତ ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/22/note-2026-02-22-07-45-02.jpg)