କନକ ବ୍ୟୁରୋ : ପ୍ରେମସମ୍ପର୍କକୁ ନେଇ ଗୁଳିକାଣ୍ଡ ଘଟଣା । ଅଭିଯୁକ୍ତ ପ୍ରେମିକ ଗିରଫ । ପିସ୍ତଲ୍ ସହ ଖୋକା ଜବତ, ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍, ମୁଖ୍ୟ ଅଭିଯୁକ୍ତ ପ୍ରେମିକର ଭାଇ ଫେରାର । ଗଜପତି ଜିଲ୍ଲା ଚନ୍ଦ୍ରଗିରି ଢେପାସାହିରେ ପ୍ରେମ ସମ୍ପର୍କକୁ ନେଇ ଗୁଳିକାଣ୍ଡ ଘଟଣାରେ ପୁଲିସ୍ ଅଭିଯୁକ୍ତ ପ୍ରେମିକ ଲାଜାର୍ ପ୍ରଧାନକୁ ଗିରଫ କରିବା ସହ ତା ଠାରୁ ପିସ୍ତଲ୍ ଜବତ କରିଛି । ଅନ୍ୟପଟେ ପାରଳାଖେମୁଣ୍ଡିରୁ ସାଇଣ୍ଟିଫିକ୍ ଟିମ୍ର ୩ ଜଣ ଗାଁକୁ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି । ଘଟଣାସ୍ଥଳରୁ ୩ଟି ଗୁଳି ଜବତ ହୋଇଛି । ଅଭିଯୁକ୍ତ ଲାଜାର୍ ପ୍ରଧାନ ଓ ଭାଇ ସନ୍ତୋଷ ପ୍ରଧାନ ଦୁହେଁ ମିଶି ଯୋଜନାବଦ୍ଧ ଭାବେ ଏହି ଗୁଳିମାଡ଼ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।
ଲାଜର ପ୍ରଧାନ ପିସ୍ତଲ୍କୁ ୧୫ ହଜାର ଟଙ୍କାରେ ବାହାର ରାଜ୍ୟରୁ କିଣିଥିବା ନେଇ ପୁଲିସ ଆଗରେ ସ୍ଵୀକାର କରିଛି । ଗୁଳିମାଡ଼ରେ ଶିକାର ହୋଇଥିବା ଝିଅର ସମ୍ପର୍କୀୟ ଭାଇ ଅନିଲ କରାଡର ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ଚାଲିଛି । ତେବେ ଘଟଣାରେ ସଂମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଲାଜରର ବଡ ଭାଇ ସନ୍ତୋଷ ପ୍ରଧାନ ଏବେ ବି ଫେରାର ରହିଛି । ସନ୍ତୋଷ ପ୍ରଧାନ ଗିରଫ ହେବା ପରେ ପୁଲିସକୁ ଅଧିକ ତଥ୍ୟ ମିଳିବବୋଲି କୁହାଯାଉଛି । ପ୍ରେମସମ୍ପର୍କକକୁ ନେଇ ଗତକାଲି ଢ଼େପସାହିରେ ବୈଠକ ବସିଥିବାବେଳେ ଝିଅର ଭାଇ ଉପରେ ଗୁଳିମାଡ଼ କରିଥିଲା ଲାଜରର ଭାଇ ସନ୍ତୋଷ ।
ଅଧିକ ପଢନ୍ତୁ---ହାତରେ ବନ୍ଧୁକ ଧରି ବାନ୍ଧବୀଙ୍କୁ ଧମକାଇଲେ ଯୁବକ
ଢ଼େପସାହିର ଏକ ଯୁବତୀକୁ ଜୋରଜବରସ୍ତ ଉଠାଇ ନେଇଥିଲା ଅଭିଯୁକ୍ତ ଲାଜର ପ୍ରଧାନ । କିଛିଦିନ ତଳେ ଯୁବତୀ ଜଣକ ଲାଜର କବଳରୁ ଖସି ଆସିଥିଲା । ହେଲେ ପୁଣି ତାକୁ ଉଠାଇନେଇ ଲୁଚେଇ ରଖିଥିଲା । ଝିଅକୁ ଛଡ଼େଇ ଆଣିବା ପାଇଁ ପରିବାର ଲୋକ ଗାଁ ମୁରବିଙ୍କ ବୈଠକ ଡାକିଥିଲେ । ଏହି ସମୟରେ ଲାଜରର ଭାଇ ଯୁବତୀଙ୍କ ଭାଇ ଉପରକୁ ଗୁଳିମାଡ଼ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/07/gajapati-2026-01-07-13-12-37.jpg)