କନକ ବ୍ୟୁରୋ : ସୁରଟର ଏକ ରଙ୍ଗ କାରଖାନାରେ କାମ କରୁଥିବା ବିହାରର ୩ ଜଣ ଶ୍ରମିକଙ୍କର ଶ୍ବାସରୁଦ୍ଧ ହେବା ଯୋଗୁଁ ମୃତ୍ୟୁ ଘଟିଛି । ଏମାନେ ଏକ ଭୂତଳ ଟାଙ୍କିରେ ସଫେଇ ଉଦ୍ଦେଶ୍ୟରେ ପଶିଥିବାବେଳେ ଅମ୍ଳଜାନ ଅଭାବରୁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଗୁରୁବାର ରାତିରେ ରସାୟନ ରହୁଥିବା ଏକ ଗଭୀର ଟାଙ୍କି ଭିତରକୁ ଜଣକ ପରେ ଜଣେ ଶ୍ରମିକ ପ୍ରବେଶ କରିଥିଲେ । ଟାଙ୍କିରେ ଅମ୍ଳଜାନ ସ୍ତର ଅତ୍ୟନ୍ତ କମ ଥିବା ଓ ବିଷାକ୍ତ ରାସାୟନିକ ଧୂଆଁ ଥିବା ଯୋଗୁ ଟାଙ୍କି ଭିତରେ ପ୍ରବେଶ କରିବାର କିଛି ସମୟ ମଧ୍ୟରେ ସେମାନେ ଅଚେତ ହୋଇଯାଇଥିଲେ । 

Advertisment

ଶ୍ରମିକଙ୍କ ଅବସ୍ଥାକୁ ଦେଖି ଅନ୍ୟମାନେ ଭୟଭୀତ ହୋଇଯାଇଥିଲେ। ଅଚେତ ୪ ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକ ଶ୍ରମିକମାନଙ୍କ ଘର ବିହାରରେ ହୋଇଥିବାବେଳେ କାମ ଅନ୍ବେଷଣରେ ସେମାନେ ଗୁଜରାଟ ଆସିଥିଲେ ।

ଅଧିକ ପଢ଼ନ୍ତୁ---ତେହେରାନରେ ଇସ୍ରାଏଲର ପ୍ରଳୟଙ୍କାରୀ ଆକ୍ରମଣ: ୮୦ରୁ ଅଧିକ ଯୁଦ୍ଧ ବିମାନରେ ବୋମାମାଡ଼