କନକ ବ୍ୟୁରୋ : ଇସ୍ରାଏଲୀ ବାୟୁସେନା ଶୁକ୍ରବାର ସକାଳେ ୮୦ ରୁ ଅଧିକ ଲଢ଼ୁଆ ବିମାନ ବ୍ୟବହାର କରି ଇରାନର ରାଜଧାନୀ ତେହେରାନ ଉପରେ ବଡ଼ ଧରଣର ଆକ୍ରମଣ କରିଛି । ପରମାଣୁ ଓ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବା ମଧ୍ୟରେ ଟ୍ରମ୍ପ ଇରାନର ନିଃସର୍ତ୍ତ ଆତ୍ମସମର୍ପଣ ଦାବି କରିଛନ୍ତି । ଇସ୍ରାଏଲୀ ବାୟୁସେନାର ଯୁଦ୍ଧ ବିମାନ ତେହେରାନ ଉପରେ ଆକାଶ ମାର୍ଗରୁ ଇମାମ ହୁସେନ ବିଶ୍ୱବିଦ୍ୟାଳୟ ସମେତ ପ୍ରମୁଖ ଇସଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (ଆଇଆରଜିସି) ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ ।
ଏହି ଘାତକ ବୋମାମାଡ଼ର ଲକ୍ଷ୍ୟ ଥିଲା ଇରାନର ସାମରିକ କ୍ଷମତା, କ୍ଷେପଣାସ୍ତ୍ର ସଂରକ୍ଷଣ କେନ୍ଦ୍ର, କମାଣ୍ଡ ସେଣ୍ଟର ଓ ଏହାର ନେତୃତ୍ୱ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା। ଏହାସହ ଇରାନର ପରମାଣୁ ଓ ସାମରିକ ପ୍ରତିଷ୍ଠାନ ବି ଇସ୍ରାଏଲ ସେନା ଟାର୍ଗେଟରେ ଥିବା ଦାବି କରାଯାଇଛି ।
ଅଧିକ ପଢ଼ନ୍ତୁ---ଇସ୍ରାଏଲକୁ ୧୫୧.୮ ମିଲିୟନ୍ ଡଲାରର ସାମରିକ ସହାୟତା ଘୋଷଣା କଲା ଆମେରିକା, ଥରି ଉଠିବ ଇରାନ !
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/07/tehran-2026-03-07-19-01-43.jpg)