କନକ ବ୍ୟୁରୋ : ପ୍ରାକୃତିକ ସୈାନ୍ଦର୍ଯର ଗନ୍ତାଘର ଆମ ରାଜ୍ୟ ଓଡିଶା । ରାଜ୍ୟର କୋଣ ଅନୁକୋଣରେ ଭରି ରହିଛି ଅନନ୍ୟ ଅପରୁପ ସୈାନ୍ଦର୍ଯ୍ୟରାଜି । ତାକୁ ଉପଭୋଗ କରିବା ଓ ଚର୍ମଚକ୍ଷୁରେ ଦେଖିବା ପରେ ଅଭୁଲା ହୋଇ ରହିଯାଏ ପର୍ଯଟକଙ୍କ ମନ ଭିତରେ । ସେଥିମଧ୍ୟରୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଗୁଦଗୁଦା ଜଳ ପ୍ରପାତ ଅନ୍ୟତମ ।

Advertisment

କଥାରେ ଅଛି ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ସେହିଭଳି ଏକ ଅନ୍ୟନ ସୁନ୍ଦରତାର ଗନ୍ତାଘର କୁଚିଣ୍ଡାର ଗୁଦଗୁଦା ଜଳପ୍ରପାତ । ସୁଉଚ୍ଚ ପାହାଡ଼ର ଛାତି ଚିରି ଝରି ଆସୁଛି ଜଳପ୍ରପାତ । ଯାହାର କୁଳୁକୁଳୁ ନାଦ ଶୁଣିଲେ ଆପଣଙ୍କ ଦିନଯାକର ଥକା ଦୂର ହୋଇଯିବ । ଥରେ ଏଠାକୁ ବୁଲିବାରୁ ଆସିଲେ ମନ ଭରିବନି । ବାରମ୍ବାର ଏଠାକାର ସୌନ୍ଦର୍ଯ୍ୟ ଆପଣଙ୍କୁ ଟାଣିଆଣିବ ଅଭୁଲା ସ୍ମୃତିକୁ ସାଉଁଟିବା ପାଇଁ । ପ୍ରକୃତିର ଏହି ଅନନ୍ୟ ଶୋଭାରାଜିକୁ ଉପଭୋଗ କରିବା ପାଇଁ ଖାଲି ରାଜ୍ୟ କାହିଁକି ରାଜ୍ୟ ବାହାରୁ ବି ପର୍ଯ୍ୟଟକଙ୍କ ଭିଡ଼ ଜମେ ।

ଅଧିକ ପଢ଼ନ୍ତୁ : ଫିକା ପଡିବ ନୂଆବର୍ଷ, ହାତୀ ଭୟରେ ବନ୍ଦ ହେଲା  ପର୍ଯ୍ୟଟନ ସ୍ଥଳୀ ଶିଖରଚଣ୍ଡୀ ପାହାଡ଼

ଗୁଦଗୁଦା ଜଳପ୍ରପାତକୁ ଦେଖିବାକୁ ପର୍ଯ୍ୟଟକ ଯେତିକି ଖୁସି ହୋଇଥାନ୍ତି ତାଠାରୁ ଅଧିକ ବିରକ୍ତି ଭାବ ପ୍ରକାଶ କରିଛନ୍ତି ଏହାର ବ୍ୟବସ୍ଥାକୁ ନେଇ । ଏଠାରେ ଗାଡ଼ି ଓ ବ୍ୟକ୍ତିଙ୍କ ପିଛା ଟଙ୍କା ଅସୁଲ୍‌ କରାଯାଉଥିବା ଅଭିଯୋଗ ଆଣିଛନ୍ତି ପର୍ଯ୍ୟଟକ । ସାଧାରଣ ଠାରୁ ଅଧିକ ଟଙ୍କା ନିଆଯାଉଛି । ଯାହା ପର୍ଯ୍ୟଟକଙ୍କ ନାପସନ୍ଦର କାରଣ ପାଲଟିଛି । ଗୁଦଗୁଦା ଜଳପ୍ରପାତର ଉନ୍ନତିକରଣ ନାଁରେ ଟଙ୍କା ଅସୁଲିକୁ ବନ୍ଦ କରିବାକୁ ଦାବି ହୋଇଛି ।