କନକ ବ୍ୟୁରୋ: ଏଥର ଫିକା ପଡିବ ନୂଆବର୍ଷ । ବନ୍ଦ ହେଲା ଭୁବନେଶ୍ୱରର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଶିଖରଚଣ୍ଡୀ ପାହାଡ଼। ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗେଟ ବନ୍ଦ କଲା ବନ ବିଭାଗ। ଏଥର ଆଉ ହୋଇପାରିବନି ନୂଆବର୍ଷ ଭୋଜି । ହାତୀ ଚଳପ୍ରଚଳ କରୁଥିବାରୁ ବନବିଭାଗ ପକ୍ଷରୁ ଗେଟ୍ ବନ୍ଦ କରାଯାଇଥିବା ସୂଚନା ମିଳିଛି । ତେବେ ଖାଲି ନୂଆବର୍ଷ ନୁହେଁ ଶିଖରଚଣ୍ଡୀ ସବୁଦିନ ପର୍ଯ୍ୟଟକଙ୍କ ଗହଳି ଲାଗିଥାଏ ।
ଅଧିକ ପଢନ୍ତୁ; ନୂଆରୂପ ପାଇବ ଭୁବନେଶ୍ୱର ଶିଖରଚଣ୍ଡୀ ମନ୍ଦିର । ଖର୍ଚ୍ଚ ହେବ ୨୫ କୋଟି ଟଙ୍କା । ମାଷ୍ଟରପ୍ଲାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ।
ଭଣଭୋଜି ହେଉ କି ଜନ୍ମଦିନ ପାଳନ ହେଉ ଏଠାରେ ଲୋକେ ଖୁବ୍ ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହ ମଜାମସ୍ତି କରିଥାନ୍ତି । ଆଉ ନୂଆବର୍ଷରେ ତ ଶିଖରଚଣ୍ଡୀରେ ପର୍ଯ୍ୟଟକଙ୍କ ଗହଳି ଲାଗିଥାଏ । କିନ୍ତୁ ଏଥର ହାତୀ ଡରରେ ଶିଖରଚଣ୍ଡୀରେ ନୂଆବର୍ଷ ପାଳନ କରିପାରିବେନି ପର୍ଯ୍ୟଟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/27/sikharchandi-hill-closed-2025-12-27-11-10-26.jpg)