କନକ ବ୍ୟୁରୋ : ଅନୁଗୁଳର ବ୍ୟବସାୟୀ ସୁନିଲ ଅଗ୍ରୱାଲଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନରେ GST ଚଢ଼ାଉ । ୧୨ ଘଣ୍ଟାରୁ ଅଧିକ ସମୟ ଧରି କେନ୍ଦ୍ରୀୟ ଜିଏସଟି ଗୁଇନ୍ଦା ଶାଖାର ଖୋଳତାଡ଼ । ଜିଏସଟି ଟିମ୍ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ । ବ୍ୟବସାୟ ପ୍ରତିଷ୍ଠାନରେ ଥିବା କମ୍ପ୍ୟୁଟର, ଲାପଟପ୍ ସମେତ ଗୋଟି ଗୋଟି କରି କାଗଜପତ୍ରର ଯାଞ୍ଚ କରିଛନ୍ତି ୧୨ ଜଣିଆ ଟିମ୍ । ବ୍ୟବସାୟୀ ସୁନିଲ ଅଗ୍ରୱାଲ ଓ ତାଙ୍କ ସଂସ୍ଥାର କର୍ମଚାରୀଙ୍କୁ ବି କରିଛନ୍ତି ପଚରାଉଚରା ।
ଅଧିକ ପଢ଼ନ୍ତୁ : ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ୨ଜଣ ନର୍ସ ନିପା ଭୂତାଣୁରେ ସଂକ୍ରମିତ; ଓଡ଼ିଶା ପାଇଁ ବଢ଼ିଲା ଭୟ
ନିକଟରେ ପୁରୀ ଜିଲ୍ଲାର ଗୋପ ଏବଂ ନିମାପଡ଼ା ଅଞ୍ଚଳରେ ଚାଲିଥିବା ବେଆଇନ କାଠ କାରବାର ଉପରେ ବନ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି । ଗୁପ୍ତ ସୂଚନା ଆଧାରରେ ବନ ବିଭାଗର ଦୁଇଟି ସ୍ୱତନ୍ତ୍ର ଟିମ୍ ଏହି ଅଭିଯାନ ଚଳାଇ ଏକ ବେଆଇନ କାଠ ମିଲ୍ର ପର୍ଦ୍ଦାଫାଶ କରିଛନ୍ତି । ନିମାପଡ଼ା ଅଞ୍ଚଳରେ ଦୀର୍ଘ ଦିନ ଧରି କୌଣସି ବୈଧ ଅନୁମତି ବିନା ଏହି କାଠ ମିଲ୍ଟି ଚାଲୁଥିଲା । ବନ ବିଭାଗର ଅଧିକାରୀମାନେ ଅଚାନକ ସେଠାରେ ପହଞ୍ଚି ଚଢ଼ାଉ କରିବା ସମୟରେ ବିପୁଳ ପରିମାଣର କାଠ ଗଣ୍ଡି ଓ ପ୍ରସ୍ତୁତ କାଠ ଜବତ କରିଛନ୍ତି । ଏହା ସହିତ ମିଲ୍ରେ ବ୍ୟବହୃତ ହେଉଥିବା ଲକ୍ଷାଧିକ ଟଙ୍କାର କାଠ କଟା ମେସିନ୍ ଏବଂ ଯନ୍ତ୍ରାଂଶକୁ ମଧ୍ୟ ଜବତ କରାଯାଇଛି । କାଠ ଚୋରା ଚାଲାଣ ପାଇଁ ବ୍ୟବହୃତ ହେଉଥିବା ଏକ କାଠ ବୋଝେଇ ଟ୍ରାକ୍ଟରକୁ ମଧ୍ୟ ବନ ବିଭାଗ ନିଜ ହେପାଜତକୁ ନେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/14/gst-raid-2026-01-14-10-07-06.jpg)