ରୋଗ ଗାୟବ କରେ ଗ୍ରୀନ୍‌ ମଟର; ଶୀତଦିନେ ଖାଆନ୍ତୁ ପ୍ରଚୁର

Advertisment

ଗ୍ରୀନ୍ ମଟରର ତରକାରୀ , ପରଟା ଖାଇବା ପାଇଁ ପିଲାଙ୍କ ଭିତରେ ମଧ୍ୟ ଆଗ୍ରହ ବଢୁଛି । ଖାଲି ପାଟିକୁ ସୁଆଦିଆ ନୁହଁ , ସୁସ୍ଥ ଶରୀର ପାଇଁ ମଧ୍ୟ ଗ୍ରୀନ୍ ମଟର ଖୁବ୍ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ଗ୍ରୀନ୍ ମଟର ଆମ ଶରୀରକୁ ସୁସ୍ଥ କରିବା ଦିଗରେ କେମିତି କାମ କରେ ।

ଗ୍ରୀନ୍ ମଟରର ତରକାରୀ , ପରଟା ଖାଇବା ପାଇଁ ପିଲାଙ୍କ ଭିତରେ ମଧ୍ୟ ଆଗ୍ରହ ବଢୁଛି । ଖାଲି ପାଟିକୁ ସୁଆଦିଆ ନୁହଁ , ସୁସ୍ଥ ଶରୀର ପାଇଁ ମଧ୍ୟ ଗ୍ରୀନ୍ ମଟର ଖୁବ୍ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ଗ୍ରୀନ୍ ମଟର ଆମ ଶରୀରକୁ ସୁସ୍ଥ କରିବା ଦିଗରେ କେମିତି କାମ କରେ ।

Green Peas

Green Peas Photograph: (kanak news)

କନକ ବ୍ୟୁରୋ : ଶୀତ ଋତୁରେ ଅନେକ ପ୍ରକାରର ପନିପରିବା ମିଳେ, ଯାହା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ । ପରିବା ବଜାରରେ ଏବେ ସ୍ପ୍ରୀଙ୍ଗ୍ ଓନିୟନ୍ , ତଟକା ଫୁଲକୋବି , ଦେଶୀ ବିନ୍ସ , ବନ୍ଧାକୋବି , ବ୍ରୋକୋଲି ଆଦି ନାନା ‘ୱିଣ୍ଟର୍ ଭେଜିଟେବଲ’ ର ଆସର ଜମିଛି । ଏଥିମଧ୍ୟରୁ ଗ୍ରୀନ୍ ମଟର ପ୍ରତି ଲୋକଙ୍କ ଅଧିକ ଚାହିଦା ବଢିଛି । ଗ୍ରୀନ୍ ମଟରର ତରକାରୀ , ପରଟା ଖାଇବା ପାଇଁ ପିଲାଙ୍କ ଭିତରେ ମଧ୍ୟ ଆଗ୍ରହ ବଢୁଛି । ଖାଲି ପାଟିକୁ ସୁଆଦିଆ ନୁହଁ , ସୁସ୍ଥ ଶରୀର ପାଇଁ ମଧ୍ୟ ଗ୍ରୀନ୍ ମଟର ଖୁବ୍ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ଗ୍ରୀନ୍ ମଟର ଆମ ଶରୀରକୁ ସୁସ୍ଥ କରିବା ଦିଗରେ କେମିତି କାମ କରେ । ମଟର ଏକ ସୁପରଫୁଡ୍, ଯାହା ପ୍ଲାଣ୍ଟ-ବେସ୍ଡ  ପ୍ରୋଟିନ୍, ଫାଇବର ଏବଂ ଆବଶ୍ୟକ ଭିଟାମିନରେ ଭରପୁର । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ସବୁଜ ମଟର ଖାଇବା ଯେତିକି ସ୍ୱାଦିଷ୍ଟ ତାଠୁ ବେଶି ସ୍ୱାସ୍ଥ୍ୟ ହିତକର । ଆସନ୍ତୁ ଜାଣିବା ଶୀତଦିନେ ମଟର କାହିଁକି ଖାଇବା ଉଚିତ ? ଗ୍ରୀନ୍‌ ମଟର ଖାଇଲେ କେଉଁ ରୋଗ ଭଲ ହୁଏ ।
ଶୀତଦିନେ ମଟର କାହିଁକି ଖାଇବା ଉଚିତ୍?

ସବୁଜ ମଟର ପୋଷକ ତତ୍ତ୍ୱରେ ଭରପୁର ଥାଏ । ମଟରରେ ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍, ଫୋଲେଟ୍, ଫାଇବର, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ପୋଟାସିୟମ୍ ଭଳି ଅନେକ ଜରୁରୀ ପୋଷକ ତତ୍ତ୍ୱ ରହିଛି । ଏହା ବ୍ୟତୀତ ମଟର ପ୍ରୋଟିନରେ ଭରପୁର ଅଟେ । ଏଥିରେ ଆମିନୋ ଏସିଡ୍ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ। ଶାକାହାରୀମାନଙ୍କ ପାଇଁ ଏହାକୁ ପ୍ରୋଟିନର ସବୁଠାରୁ ଭଲ ଉତ୍ସ ବୋଲି କୁହାଯାଇପାରେ । ଖାଦ୍ୟରେ ନିୟମିତ ମଟର ସାମିଲ କରିବା ଦ୍ୱାରା ପ୍ରୋଟିନର ଅଭାବ ହେବ ନାହିଁ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ।

ଅଧିକ ପଢ଼ନ୍ତୁ--ମୁଲତାନି ମାଟି ନା ଆଲୋଭେରା ଜେଲ୍‌ ; ଜାଣନ୍ତୁ ,ଶୀତଦିନେ ତ୍ୱଚା ପାଇଁ କେଉଁଟି ଅଧିକ ଭଲ ?

ହାର୍ଟ ସୁସ୍ଥ ରୁହେ

ମଟରରେ ପୋଟାସିୟମ୍ ପ୍ରଚୁର ପରିମାଣରେ ଥାଏ । ଏହା ବ୍ୟତୀତ ଫାଇବର ମଧ୍ୟ ଭଲ ମାତ୍ରାରେ ଥାଏ । ଏହା ଖରାପ କୋଲେଷ୍ଟ୍ରଲକୁ କମ୍ କରିବାରେ ସାହାଯ୍ୟ କରେ ଏବଂ ହୃଦୟର ସ୍ୱାସ୍ଥ୍ୟକୁ ଭଲ ରଖେ । ରିସର୍ଚ୍ଚ ଅନୁଯାୟୀ, ମଟର ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ କମିଥାଏ। 

ହାଡ ପାଇଁ ଲାଭଦାୟକ

ଗ୍ରୀନ୍‌ ମଟର କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ 'କେ' (K) ରେ ଭରପୁର ଥାଏ । ଏଗୁଡ଼ିକ ହାଡକୁ ମଜବୁତ ରଖିବାରେ ସାହାଯ୍ୟ କରନ୍ତି । ବୟସ ବଢିବା ସହିତ ହାଡ ଦୁର୍ବଳ ହୋଇଯାଏ, କିନ୍ତୁ ମଟର ଖାଇବା ଦ୍ୱାରା ଏହି ସମସ୍ୟାକୁ ରୋକିବାରେ ସାହାଯ୍ୟ ମିଳିପାରେ ।

ପାଚନ ତନ୍ତ୍ର ମଜବୁତ

ମଟର ଫାଇବରରେ ଭରପୁର ଥାଏ, ଯାହା ପାଚନ ତନ୍ତ୍ର ପାଇଁ ବହୁତ ଭଲ । ନିୟମିତ ଭାବେ ମଟର ସେବନ କରିବା ଦ୍ୱାରା ଅନେକ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ । ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ଭାରି ଉପକାରୀ ଗ୍ରୀନ୍ ମଟର । ଏଥିରେ ଜିଆଇ କମ୍ ଥିବାରୁ ଏହା ସୁଗାରକୁ କଣ୍ଟ୍ରୋଲ୍ କରିଥାଏ ।

ଓଜନ କମାଇବାରେ ସହାୟକ

ମଟରରେ ହାଇ ଫାଇବର ଏବଂ ପ୍ରୋଟିନ୍ ଥାଏ, ଯାହା ଅଧିକ ଖାଇବାର ଇଚ୍ଛାକୁ ନିୟନ୍ତ୍ରଣ କରେ । ଏହାଦ୍ୱାରା ବହୁତ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ରୁହେ, ଯାହାଦ୍ୱାରା ଅନାବଶ୍ୟକ ସ୍ନାକ୍ସ ଖାଇବା କମିଯାଏ । ତେଣୁ ମଟର ଖାଇବା ଓଜନ କମାଇବାରେ ସାହାଯ୍ୟ କରେ ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe