କନକ ବ୍ୟୁରୋ: ଟୋଲ୍ ପ୍ଲାଜାରେ ଗାଡ଼ି ଅଟକିଛି, ଗାଡ଼ିରେ ଫାସଟ୍ୟାଗ୍ ମଧ୍ୟ ଲାଗିଛି ଏବଂ ସେଥିରେ ପର୍ଯ୍ୟାପ୍ତ ଟଙ୍କା ମଧ୍ୟ ଅଛି । ତଥାପି ହଠାତ୍ ମେସିନ୍ ବିପ୍ କରୁଛି ଏବଂ ଆଗରୁ ଶବ୍ଦ ଆସୁଛି – "KYV ଅପଡେଟ୍ କରାନ୍ତୁ" । ଏହି ଶବ୍ଦ ଶୁଣିବା ମାତ୍ରେ ଗାଡ଼ି ଚାଳକଙ୍କ ମନରେ ବିରକ୍ତି ଆସେ, ପଛରେ ଗାଡ଼ିର ଲମ୍ବା ଲାଇନ୍ ଲାଗିଯାଏ ଏବଂ ସମସ୍ତେ ଚିନ୍ତାରେ ପଡ଼ନ୍ତି ଯେ ଯେତେବେଳେ ସବୁକିଛି ଠିକ୍ ଅଛି, ତେବେ ଏହି ସମସ୍ୟା କାହିଁକି? ଲକ୍ଷ ଲକ୍ଷ ବ୍ୟକ୍ତିଗତ ଗାଡ଼ି ଚାଳକଙ୍କ ଏହି ଦୈନନ୍ଦିନ ସମସ୍ୟାର ସମାଧାନ ଏବେ କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ।
ଏନଏଚଏଆଇ ନୂଆ ଫାସଟ୍ୟାଗ୍ ଜାରି କରିବା ପ୍ରକ୍ରିୟାକୁ ଅଧିକ ସହଜ କରିବାକୁ ଏକ ବଡ଼ ନିଷ୍ପତ୍ତି ନେଇଛି । ବ୍ୟକ୍ତିଗତ ଗାଡ଼ିଗୁଡ଼ିକ ପାଇଁ ଫାସଟ୍ୟାଗ୍ ଜାରି ହେବା ପରେ କରାଯାଉଥିବା ବାଧ୍ୟତାମୂଳକ KYV ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ଏହି ନୂଆ ନିୟମ ୧ ଫେବୃଆରୀ ୨୦୨୬ରୁ ସାରା ଦେଶରେ ଲାଗୁ ହେବ । ଏହାଦ୍ୱାରା ଟୋଲ୍ ପ୍ଲାଜାରେ ଅଯଥା ରୋକ କମିବ, କାଗଜପତ୍ର କାମର ବୋଝ ହ୍ରାସ ପାଇବ ଏବଂ ଯାତ୍ରା ଆହୁରି ସୁଗମ ହେବ ।
୧ ଫେବ୍ରୁଆରି ୨୦୨୬ ବା ତା’ପରେ ଜାରି ହେବାକୁ ଥିବା ସମସ୍ତ ନୂଆ ଫାସଟ୍ୟାଗ୍ ପାଇଁ KYVର ଆବଶ୍ୟକତା ପଡ଼ିବ ନାହିଁ । କାର୍, ଜିପ୍ ଏବଂ ଭ୍ୟାନ୍ ଭଳି ଛୋଟ ଗାଡ଼ିଗୁଡ଼ିକ ପାଇଁ ଏହି ନିୟମ କୋହଳ କରାଯାଇଛି । ପୂର୍ବରୁ ଫାସଟ୍ୟାଗ୍ ସକ୍ରିୟ ହେବା ପରେ ମଧ୍ୟ ଗାଡ଼ି ମାଲିକଙ୍କୁ ବାରମ୍ବାର ଡକ୍ୟୁମେଣ୍ଟ ମଗାଯାଉଥିଲା । ସଠିକ୍ ଡକ୍ୟୁମେଣ୍ଟ ଦେବା ପରେ ମଧ୍ୟ ଅନେକ ସମୟରେ ଫାସଟ୍ୟାଗ୍ ସସପେଣ୍ଡ୍ ହୋଇଯାଉଥିଲା, ଯାହା ଏବେ ବନ୍ଦ ହେବ ।
ନୂଆ ନିୟମ ଅନୁସାରେ, ଫାସଟ୍ୟାଗ୍ ଜାରି କରିବା ପୂର୍ବରୁ ହିଁ ସମସ୍ତ ଯାଞ୍ଚ ଶେଷ କରାଯିବ । ବ୍ୟାଙ୍କଗୁଡ଼ିକ ଏବେ 'ବାହନ' ଡାଟାବେସ୍ ଜରିଆରେ ଗାଡ଼ିର ପଞ୍ଜୀକରଣକୁ ସୂଚିତ କରିବେ । ଏହା ବ୍ୟାଙ୍କଗୁଡ଼ିକ ପାଇଁ ବାଧ୍ୟତାମୂଳକ ହେବ । କେବଳ କିଛି ସ୍ୱତନ୍ତ୍ର ପରିସ୍ଥିତିରେ ଆରସିର କ୍ରସ୍-ଭେରିଫିକେସନ୍ କରାଯାଇପାରେ । ଅର୍ଥାତ୍, ଟ୍ୟାଗ୍ ଜାରି କରିବା ସମୟରେ ସବୁ ତଥ୍ୟ ସଠିକ୍ ଅଛି କି ନାହିଁ, ତାହା ଦେଖିବା ଦାୟିତ୍ୱ ଏବେ ବ୍ୟାଙ୍କଗୁଡ଼ିକର ରହିବ ।
ଆହୁରି ପଢ଼ନ୍ତୁ... ଆଉ କେତେ ସୁଯୋଗ ଦେବେ ଗୌତମ ଗମ୍ଭୀର? ୪ ମ୍ୟାଚରେ ମାତ୍ର ୪୦ ରନ୍
ଯଦିଓ ସାଧାରଣ ଗାଡ଼ି ଚାଳକଙ୍କ ପାଇଁ ଏହା ଉଚ୍ଛେଦ ହୋଇଛି, କିନ୍ତୁ କିଛି ବିଶେଷ ସ୍ଥିତିରେ ଏହା ଲାଗୁ ହୋଇପାରେ । ଯଦି ଫାସଟ୍ୟାଗ୍ କୌଣସି ଭୁଲ୍ ଗାଡ଼ି ସହ ଜଡ଼ିତ ଥିବା ଜଣାପଡ଼େ, ଟ୍ୟାଗ୍ ସଠିକ୍ ଭାବେ ଲଗାଯାଇନଥାଏ କିମ୍ବା କୌଣସି ଜାଲିଆତିର ସନ୍ଦେହ ହୁଏ, ତେବେ KYV ମଗାଯାଇପାରେ । ପୁରୁଣା ବ୍ୟବହାରକାରୀଙ୍କ ପାଇଁ ନିୟମରେ କୌଣସି ପରିବର୍ତ୍ତନ ହୋଇନାହିଁ।
ଏହି ସୁବିଧା କେବଳ ବ୍ୟକ୍ତିଗତ ବ୍ୟବହାର ହେଉଥିବା ଗାଡ଼ି ପାଇଁ । ବସ୍, ଟ୍ରକ୍ ଏବଂ ଅନ୍ୟାନ୍ୟ ବଡ଼ ବ୍ୟବସାୟିକ ଗାଡ଼ିଗୁଡ଼ିକ ପାଇଁ KYV ପ୍ରକ୍ରିୟା ପୂର୍ବଭଳି ବଳବତ୍ତର ରହିବ । NHAIର ବିଶ୍ୱାସ ଯେ, ଏହି ପରିବର୍ତ୍ତନ ଦ୍ୱାରା ଡିଜିଟାଲ୍ ସିଷ୍ଟମ ଅଧିକ ଶକ୍ତିଶାଳୀ ହେବ ଏବଂ ଟୋଲ୍ ପ୍ଲାଜାରେ ଅଯଥା କାମ କମିବ । ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେମାନେ ନିଜ ଫାସଟ୍ୟାଗକୁ ସଠିକ୍ ମୋବାଇଲ୍ ନମ୍ବର ସହ ଲିଙ୍କ୍ ରଖନ୍ତୁ ଏବଂ ସମୟ ଅନୁସାରେ ରିଚାର୍ଜ କରନ୍ତୁ, ଯେପରି ଯାତ୍ରା ସମୟରେ କୌଣସି ସମସ୍ୟା ନଉପୁଜେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/30/fastag-update-2026-01-30-15-52-14.jpg)