କନକ ବ୍ୟୁରୋ : ସୁପ୍ରିମ‌କୋର୍ଟ ବୁଧବାର ହରିୟାଣାରେ ଉଚ୍ଚଜାତିର ହିନ୍ଦୁଙ୍କୁ ସଂଖ୍ୟାଲଘୁ ପ୍ରମାଣପତ୍ର ମିଳିବାକୁ ନୂଆ ପ୍ରକାର ଦୁର୍ନୀତି ବୋଲି କହି ରାଜ୍ୟ ସରକାରଙ୍କୁ ଏହି ମାମଲାରେ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି । ସଂଖ୍ୟାଲଘୁଙ୍କୁ ମିଳୁଥିବା ସୁବିଧା ସୁଯୋଗ ପାଇବାକୁ ଜଣେ ଉଚ୍ଚଜାତିର ବ୍ୟକ୍ତି ବୌଦ୍ଧ ଧର୍ମ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଥିଲେ । 

Advertisment

ଅଧିକ ପଢ଼ନ୍ତୁ : ହରିୟାଣା ଆଇପିଏସ୍ ଆତ୍ମହତ୍ୟା ମାମଲାର ନୂଆମୋଡ଼, ପତ୍ନୀ ଆଇଏଏସ୍ ଅମନିତ କୁମାରଙ୍କ ନାଁରେ ମାମଲା

ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି ବେଳେ ରାଜ୍ୟର ମୁଖ୍ୟ ସଚିବଙ୍କୁ ରାଜ୍ୟରେ କେଉଁ ଆଧାରରେ ସଂଖ୍ୟାଲଘୁ ପ୍ରମାଣପତ୍ର ପ୍ରଦାନ କରାଯାଉଛି ସେ ନେଇ ରିପୋର୍ଟ ଦେବାକୁ କହିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ୟ୍ୟକାନ୍ତ ଓ ଜ‌ଷ୍ଟିସ ଜୟମାଲ୍ୟ ବାଗ୍‌ଚି ହରିୟାଣାର ହିସାରର ନିଖିଳ କୁମାର ପୁନିଆ ନାମକ ଜଣେ ବ୍ୟକ୍ତିଙ୍କ ଦ୍ବାରା ଦାୟର ହୋଇଥିବା ଆବେଦନର ଶୁଣାଣି କରି ଏହା କହିଛନ୍ତି। ପୁନିଆ ନିଜକୁ ଜଣେ ସଂଖ୍ୟାଲଘୁ ଦର୍ଶାଇ ନାମ ଲେଖାଇବାକୁ ଚାହୁଥିଲେ। ଶୁଣାଣି ବେଳେ ପ୍ରଧାନ ବିଚାରପତି ସୂର୍ୟ୍ୟକାନ୍ତ ପୁନିଆଙ୍କ ସାମାଜିକ ପୃଷ୍ଠଭୂମି ସମ୍ପର୍କରେ ପ୍ରଶ୍ନ କରିଥିଲେ । 

ଅଧିକ ପଢ଼ନ୍ତୁ : ହରିୟାଣା ନିର୍ବାଚନରେ ରାହୁଲଙ୍କ ଭୋଟ୍ ଚୋରି ଅଭିଯୋଗ : ବ୍ରାଜିଲ୍ ମଡେଲ୍ ଦେଇଛନ୍ତି ୨୨ ଥର ଭୋଟ୍?

ପୁନିଆଙ୍କ ଓକିଲ ଧର୍ମାନ୍ତରୀକରଣ ଆବେଦନକାରୀଙ୍କ ଅଧିକାର ଓ ସେ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି ବୋଲି କହିଥିଲେ। ଓକିଲଙ୍କ ଜବାବରେ ପ୍ରଧାନ ବିଚାରପତି ପ୍ରତିକ୍ରିୟା ପ୍ରକାଶ କରି ଏହା ନୂଆ ପ୍ରକାରର ଦୁର୍ନୀତି ବୋଲି କହିଥିଲେ। ଖଣ୍ଡପୀଠ ଏହି ପ୍ରସଙ୍ଗରେ ରାଜ୍ୟରେ ସଂଖ୍ୟାଲଘୁ ପ୍ରମାଣପତ୍ର ଜାରି କରିବାର ନିୟମାବଳୀ ଉପସ୍ଥାପନ କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଧର୍ମାନ୍ତରୀକରଣ ଦ୍ବାରା ଜଣେ ଉଚ୍ଚ ଜାତିର ବ୍ୟକ୍ତି ସଂଖ୍ୟାଲଘୁ ପ୍ରମାଣପତ୍ର ପାଇ ପାରିବ କି ବୋଲି ସ୍ପଷ୍ଟ କରିବାକୁ କହିଥିଲେ। ଖଣ୍ଡପୀଠ ପୁନିଆଙ୍କ ଆବେଦନ ଖାରଜ କରିଦେବା ସହିତ ରାଜ୍ୟ ସରକାରଙ୍କ ଜବାବ ଦାଖଲ ପରେ ଏହା ଉପରେ ଅଧିକ ବିଚାର ପାଇଁ ରଖାଯାଇଛି।