କନକ ବ୍ୟୁରୋ : ହରିୟାଣା ଅତିରିକ୍ତ ପୁଲିସ ଡିଜି ୱାଇ. ପୂରନ କୁମାରଙ୍କ ଆତ୍ମହତ୍ୟା ମାମଲାର ନାଟକୀୟ ମୋଡ଼ । ପୂରନ କୁମାରଙ୍କ ପତ୍ନୀ ବରିଷ୍ଠ ଆଇଏଏସ୍ ଅଫିସର ଅମନିତ କୁମାର, ତାଙ୍କ ଭାଇ ତଥା ପଞ୍ଜାବ ବିଧାୟକ ଅମିତ ରତନ ଓ ପୂରନଙ୍କ ପିଏସଓ ହେଡ୍ କନଷ୍ଟେବଳ ସୁଶୀଲ କୁମାରଙ୍କ ନାଁରେ ରୁଜୁ ହୋଇଛି ମାମଲା । ପୂରନ କୁମାରଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା ଏଏସଆଇ ସନ୍ଦୀପ କୁମାର ଲାଥରଙ୍କ ଆତ୍ମହତ୍ୟା ପରେ ରୋହତକ ପୁଲିସ ଏହି ମାମଲା ରୁଜୁ କରିଛି । ଏଏସଆଇ ସନ୍ଦୀପ କୁମାର ଲାଥରଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଓ ଆପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ରୁଜୁ ହୋଇଛି ମାମଲା । ଏଡିଜିପି ୱାଇ. ପୂରନ କୁମାରଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା ସନ୍ଦୀପ କୁମାର ମଧ୍ୟ ପୂରନ କୁମାରଙ୍କ ଭଳି ସମାନ ଢାଞ୍ଚାରେ ସର୍ଭିସ ରିଭରଭଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ । ତାଙ୍କ ସୁଇସାଇଡ୍ ନୋଟରେ ସେ ପୂରନ କୁମାରଙ୍କୁ ଦୁର୍ନୀତିଗ୍ରସ୍ତ ଦର୍ଶାଇଥିଲେ । ସୁଇସାଇଡ୍ ନୋଟ୍ ଅନୁସାରେ ପୂରନ କୁମାରଙ୍କ ପତ୍ନୀ ଆଇଏଏସ ଅଫିସର ଅମନିତ, ତାଙ୍କ ଭାଇ ତଥା ଆପ୍ ବିଧାୟକ ଅମିତ ରତନ ଓ ପିଏସଓଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଛି ।
- ଆତ୍ମହତ୍ୟା ମାମଲାର ନୂଆମୋଡ଼
- ହରିୟାଣା ଆଇପିଏସ୍ ଆତ୍ମହତ୍ୟା ମାମଲାର ନୂଆମୋଡ଼
- ପତ୍ନୀ, ତାଙ୍କ ଭାଇ ଓ ପିଏସଓଙ୍କ ନାଁରେ ମାମଲା ରୁଜୁ
- ପତ୍ନୀ ଆଇଏଏସ୍ ଅମନିତ କୁମାରଙ୍କ ନାଁରେ ମାମଲା
- ଅମନିତଙ୍କ ଭାଇ ପଞ୍ଜାବ ବିଧାୟକ ଅମିତ ରତନଙ୍କ ନାଁରେ ମାମଲା
- ଏଡିଜିପିଙ୍କ ପୂରନ କୁମାରଙ୍କ ପିଏସଓଙ୍କ ନାଁରେ ମାମଲା ରୁଜୁ
- ଆଇପିଏସ୍ ଆତ୍ମହତ୍ୟାର ତଦନ୍ତ କରୁଥିବା ଏଏସଆଇ ଆତ୍ମହତ୍ୟା କରିଥିଲେ
- ତାଙ୍କ ଆତ୍ମହତ୍ୟା ପାଇଁ ୩ ଜଣଙ୍କ ନାଁରେ ପୁଲିସର ମାମଲା ରୁଜୁ
- ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଓ ଆପରାଧିକ ଷଡ଼୍ଯନ୍ତ୍ର ଅଭିଯୋଗରେ ମାମଲା
- ଗତ ୧୦ ଅକ୍ଟୋବରରେ ଆଇପିଏସ୍ ଅଧିକାରୀ ନିଜ ରେସିଡେନ୍ସରେ ଆତ୍ମହତ୍ୟା କରିଥିଲେ । ପୁଲିସ୍ ତଦନ୍ତ ଆରମ୍ଭ ହୋଇଛି, କିନ୍ତୁ କାରଣ ବିଷୟରେ ଅନୁମାନ ହେଉଛି କର୍ମକ୍ଷେତ୍ରର ଚାପ ଓ ବ୍ୟକ୍ତିଗତ ସମସ୍ୟା । ତେବେ ହରିୟାଣା ପୁଲିସ ଆଇପିଏସଙ୍କ ପତ୍ନୀ ଆଇଏଏସ ଅଭନୀତଙ୍କୁ ଘଟଣାକୁ ନେଇ ପଚରାଉଚରା ଚଳାଇଛନ୍ତି ।