ରାଜ୍ୟବ୍ୟାପି ବିଭିନ୍ନ ମହୋତ୍ସବକୁ ଅତି ଆଡ଼ମ୍ବରରେ କରାଯାଉଛି ପାଳନ, ମଞ୍ଚରେ ଲାଗୁଛି ମନ୍ତ୍ରୀଙ୍କ ଭିଡ଼, ହେଲେ ଖର୍ଚ୍ଚ ହୋଇପାରୁନି ବଜେଟ୍ ଟଙ୍କା

Advertisment

ମୁଣ୍ଡ ଉପରେ ରାଜ୍ୟ ବଜେଟ୍ । ଆସନ୍ତା ୨୦ରେ ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ । ହେଲେ ଏବେ ବି ଖର୍ଚ୍ଚ ହୋଇପାରିନି ପୂର୍ବ ବଜେଟ୍‌ର ଅଧାରୁ ଅଧିକ ଅର୍ଥ । ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ।

ମୁଣ୍ଡ ଉପରେ ରାଜ୍ୟ ବଜେଟ୍ । ଆସନ୍ତା ୨୦ରେ ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ । ହେଲେ ଏବେ ବି ଖର୍ଚ୍ଚ ହୋଇପାରିନି ପୂର୍ବ ବଜେଟ୍‌ର ଅଧାରୁ ଅଧିକ ଅର୍ଥ । ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ।

A4

କନକ ବ୍ୟୁରୋ : ରାଜ୍ୟବ୍ୟାପି ବିଭିନ୍ନ ମହୋତ୍ସବକୁ ଅତି ଆଡ଼ମ୍ୱର ସହକାରେ ଆୟୋଜନ କରାଯାଉଛି, ମଞ୍ଚରେ ମନ୍ତ୍ରୀଙ୍କ ଗହଳି ଲାଗୁଛି। ଅନ୍ୟପଟେ ଏପର୍ଯ୍ୟନ୍ତ  ଖର୍ଚ୍ଚ ହୋଇପାରିନି ପୂର୍ବ ବର୍ଷର ବଜେଟ ଟଙ୍କା। ଅଧାରେ ପଡିଛି ଅଧିକାଂଶ ବିକାଶ କାର୍ଯ୍ୟ । ଯାହାକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି। କଡା ଜବାବ ରଖିଛି ଶାସକ ଦଳ। 

ମୁଣ୍ଡ ଉପରେ ରାଜ୍ୟ ବଜେଟ୍ । ଆସନ୍ତା ୨୦ରେ ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ । ହେଲେ ଏବେ ବି ଖର୍ଚ୍ଚ ହୋଇପାରିନି ପୂର୍ବ ବଜେଟ୍‌ର ଅଧାରୁ ଅଧିକ ଅର୍ଥ । ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ । ଅର୍ଥ ବିଭାଗର ଏ ତଥ୍ୟ କହୁଛି ଜାନୁଆରୀ ଶେଷ ସୁଦ୍ଧା - ପଞ୍ଚାୟତିରାଜ ବିଭାଗ ପାଇଁ ହୋଇଥିବା ବ୍ୟୟ ବରାଦର ମାତ୍ର ୨୮.୪୧% ଅର୍ଥ ଖର୍ଚ୍ଚ ହୋଇଛି । ସେହିପରି ଗ୍ରାମ୍ୟ ଉନ୍ନୟନ- ୪୮.୩୦%, ସ୍କୁଲ ଓ ଗଣଶିକ୍ଷା- ୪୫.୬୬%, ମହିଳା ଓ ଶିଶୁ ବିକାଶ- ୫୬.୫୨%, ପୂର୍ତ୍ତ ବିଭାଗ- ୫୫.୮୮% ଏବଂ କ୍ରୀଡ଼ା ଓ ଯୁବସେବା- ମାତ୍ର ୫.୬୭% ଟଙ୍କା ଖର୍ଚ୍ଚ କରିଛି । ନିୟମ କହୁଛି, ତୃତୀୟ ତ୍ରୈମାସିକ ଅର୍ଥାତ୍ ଗତ ଡିସେମ୍ୱର ସୁଦ୍ଧା ଅତିକମ୍‌ରେ ୬୦% ଅର୍ଥ ଖର୍ଚ୍ଚ ହେବା କଥା । କିନ୍ତୁ ସରକାର ଖର୍ଚ୍ଚ କରିପାରିଛନ୍ତି ମାତ୍ର ୪୯% ।

ଅଧିକ ପଢ଼ନ୍ତୁ :ବଜେଟ୍ ଦେଖି ରାଗିଲେ ଦିଦି : କହିଲେ ବଙ୍ଗଳା ପାଇଁ କିଛି ନାହିଁ , ଏ ବଜେଟ୍ ନା’ ଅଳିଆ ?

 ସୁଭଦ୍ରାଶକ୍ତି ମେଳା ହେଉ କି ଶିଶିର ସରସ । ଗୋପାଳପୁର ମହୋତ୍ସବ ହେଉ ଅବା ସତ୍ୟବାଦୀ ମହୋତ୍ସବ। ସେପଟେ ବଜେଟ୍ ଅର୍ଥ ଲୋକଙ୍କ କାମରେ ନଲାଗି ପଡ଼ିରହିଥିବା ବେଳେ, ଏପଟେ ସରକାର ମେଳା ମହୋତ୍ସବରେ ବ୍ୟସ୍ତ ଥିବା କହି ସମାଲୋଚନା କରିଛନ୍ତି ବିରୋଧୀ । ବିଜେଡି କହିଛି- ଗାଁରେ ମାଟି ମୁଠାଏ ପଡ଼ୁନି । ବିକାଶ ଠପ୍ ହୋଇଯାଇଛି । ଲୋକ ପଚାରୁଛନ୍ତି, କେବେ ସରିବ ସରକାରଙ୍କ ମେଳା ମହୋତ୍ସବ । ବିଜେପି କହିଛି- ଲୋକଙ୍କ ସରକାର ଲୋକଙ୍କ ପାଖକୁ ଯିବ, ଲୋକଙ୍କ କାମ କରିବ । ମେଳା ମହୋତ୍ସବ ଲୋକଙ୍କ ନିକଟତର ହେବାର ଏକ ମାଧ୍ୟମ । ଏଥର ବଜେଟ୍ ଆକାର ୩ ଲକ୍ଷ କୋଟିକୁ ବଢ଼ିପାରେ ବୋଲି ଆଶା କରାଯାଉଥିବା ବେଳେ, ସେପଟେ ବିଭିନ୍ନ ବିଭାଗର ଖର୍ଚ୍ଚ ବଢ଼ାଇବାକୁ ତାଗିଦ କରିଛନ୍ତି ମୁଖ୍ୟ ଶାସନ ସଚିବ। 

କେଉଁ ବିଭାଗ କରିଛି କେତେ ଖର୍ଚ୍ଚ? 

  • ପଞ୍ଚାୟତିରାଜ- ୨୮.୪୧%
  • ଗ୍ରାମ୍ୟ ଉନ୍ନୟନ- ୪୮.୩୦%
  • ସ୍କୁଲ ଓ ଗଣଶିକ୍ଷା- ୪୫.୬୬%
  • ମହିଳା ଓ ଶିଶୁ ବିକାଶ- ୫୬.୫୨%
  • ପୂର୍ତ୍ତ ବିଭାଗ- ୫୫.୮୮%
  • କ୍ରୀଡ଼ା ଓ ଯୁବସେବା- ୫.୬୭% 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe