କନକ ବ୍ୟୁରୋ : ଗାଡ଼ିଙ୍କ ପାଇଁ ପ୍ରଦୂଷଣ ପ୍ରମାଣପତ୍ର କଡ଼ାକଡ଼ି କରିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଯିଏ ନିୟମ ଭାଙ୍ଗିଲା ୧୦ ହଜାର ଟଙ୍କାର ତଣ୍ଡ ଗଣିବ । ଏହାକୁ ଡରି ଏବେ ଦୁଇଦିନ ଧରି ଯାଞ୍ଚ ପ୍ରମାଣ ପତ୍ର ଗାଡ଼ି ସାମ୍ନାରେ ଲାଗିଛି ଲମ୍ୱା ଧାଡ଼ି । ହେଲେ ସମସ୍ତଙ୍କୁ ନାଲି ଆଖି ଦେଖାଉଥିବା ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ତାଗିଦ କିନ୍ତୁ ସରକାରୀ ଗାଡିକୁ ଡରାଇପାରିନି । ଖୋଦ୍ ରାଜଧାନୀରେ ସରକାରୀ ଗାଡ଼ି କିଭଳି ଏହି ନିୟମର ଧଜ୍ଜିଆ ଉଡାଉଛନ୍ତି, ଗ୍ରାଉଣ୍ଡ ଜିରୋରୁ ଚିତ୍ର ଉତ୍ତୋଳନ କରିଛି କନକ ନ୍ୟୁଜ ।
ପ୍ରଦୂଷଣ ପ୍ରମାପତ୍ର ନଥିଲେ ଫାଇନ । କେବଳ ଘରୋଇ ଗାଡ଼ି ନୁହେଁ, ଘରୋଇ ଆମ୍ବୁଲାନ୍ସକୁ ହୋଇଛି ମୋଟା ଅଙ୍କର ଫାଇନ୍ । ସାଧାରଣ ଲୋକଙ୍କୁ କୋକୁଆ ଭୟ ଘାରିଲାଣି । ହେଲେ ସରକାରୀ ଗାଡ଼ି କେତେ ଏହି ନିୟମ ମାନନ୍ତି, ଗ୍ରାଉଣ୍ଡ ଜିରୋରୁ ସତ ସାମ୍ନାକୁ ଆଣିଛି କନକ ନ୍ୟୁଜ । ଗୋଟିଏ ପରେ, ଗୋଟିଏ ୧୦୮ ଆମ୍ବଲାନ୍ସ ଗାଡିର ନମ୍ବର ଯାଞ୍ଚ ହେଲା । ନୂଆ ଗାଡ଼ିକୁ ଛାଡି ଦେଲେ, ଆଉ କାହାର ବୀମା କରିନାହାନ୍ତି । ବର୍ଷ ବର୍ଷ ଧରି ଏମିତି ଗଡ଼ୁଛନ୍ତି । ପ୍ରଦୂଷଣ ପ୍ରମାଣପତ୍ର ଅଛି କି ନାହିଁ, ତାହା ଜଣାପଡ଼ୁନି ।
ଅଧିକ ପଢ଼ନ୍ତୁ : ଉତ୍କଟ ବାୟୁ ପ୍ରଦୂଷଣ ସାଙ୍ଗକୁ ଘନ କୁହୁଡ଼ି ; କାମ ଦେଉନି କଟକଣା
ସରକାରୀ ଗାଡ଼ି ସ୍ଥିତି ତଦ୍ରୁପ । ନମ୍ବର ଯାଞ୍ଚ କଲେ କିଛି ବି ତଥ୍ୟ ଦେଖାଉନି । ସରକାରୀ ଗାଡି ଯୋଗୁଁ କୌଣସି ତଥ୍ୟ ପ୍ରଦାନ କରାଯାଇପାରିବନି ବୋଲି ଲେଖାଯାଇଛି ।ସରକାରଙ୍କ ନିୟମ ସରକାରୀ ଗାଡି ପାଇଁ କାହିଁକି କୋହଳ ? ସାଧାରଣ ଲୋକଙ୍କ ପାଇଁ ଅଲଗା ନିୟମ କାହିଁକି ? ଅସନ୍ତୋଷ ଝାଡ଼ିଛନ୍ତି ସଡକ ସୁରକ୍ଷା ବିଶେଷଜ୍ଞ ।
ପ୍ରତିଦିନ ଶହ ଶହ ଯାତ୍ରୀ ଏଥିରେ ଯାତାୟାତ କରୁଛନ୍ତି । ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଥିବା ଏହି ଗାଡ଼ିର ପ୍ରମାଣପତ୍ର ଆମେ ଯାଞ୍ଚ କରିଥିଲୁ । ଆମ ବସ୍ ଡ୍ରାଇଭର ରାଗିଗଲେ । ହେଲେ ବାସ୍ତବ ଚିତ୍ର ହେଉଛି, ସବୁଜ ରଙ୍ଗର କୌଣସି ଗାଡ଼ିର ଇନସ୍ୟୁରାନ୍ସ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/24/govt-vehicles-2025-12-24-21-58-08.jpg)