କନକ ବ୍ୟୁରୋ : ଘନ କୁହୁଡ଼ି ଓ ଉତ୍କଟ ବାୟୁ ପ୍ରଦୂଷଣରେ ରୁନ୍ଧି ହୋଇଗଲାଣି ଦେଶର ରାଜଧାନୀ ଦିଲ୍ଲୀ । ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ମଧ୍ୟ  ହ୍ରାସ ପାଇଛି । ଅତି ଖରାପ ରହିଛି ବାୟୁ ଗୁଣବତ୍ତା । ଆଜି ସକାଳ ୭ଟା ସୁଦ୍ଧା ଦିଲ୍ଲୀରେ ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ -ଏକ୍ୟୁଆଇ ୪୧୪ ଥିଲା । କେତେକ ସ୍ଥାନରେ ଏହା ଯଥେଷ୍ଟ ଅଧିକ ରହିଥିଲା । ଆନନ୍ଦ ବିହାରରେ ୪୬୬, ମୁନ୍ଦକାରେ ୪୫୧, ଅଶୋକ ବିହାରରେ ୪୪୪ ଏବଂ ଆଇଟିଓ ଅଞ୍ଚଳରେ ଏକ୍ୟୁଆଇ ଥିଲା ୪୩୬ । ଇଣ୍ଡିଆ ଗେଟ୍, କର୍ତ୍ତବ୍ୟ ପଥ ଓ ରାଷ୍ଟ୍ରପତି ଭବନ ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ୪ ଶହ ଉପରେ ଏକ୍ୟୁଆଇ ରେକର୍ଡ କରାଯାଇଛି । 

Advertisment

ଦିଲ୍ଲୀ ଏନସିଆର ଅଞ୍ଚଳରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି । ନୋଏଡ଼ାରେ ଏକ୍ୟୁଆଇ ୪୨୬ ଓ ଗାଜିଆବାଦରେ ଏକ୍ୟୁଆଇ ଆଜି ସକାଳେ ଏକ୍ୟୁଆଇ ଥିଲା ୪୧୫ । ପ୍ରଦୂଷଣ ହ୍ରାସ ପାଇଁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ- ଗ୍ରାପ୍- ୪ ଲାଗୁ କରାଯିବା ସହିତ ବିଭିନ୍ନ ସ୍ଥାନରେ ପାଣି ସିଞ୍ଚନ କରାଯାଉଛି । କୁହୁଡ଼ି ଓ ଖରାପ ପାଗ ଯୋଗୁ ବିମାନ ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତକାଲି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୪ଟି ବିମାନ ବାତିଲ ହୋଇଥିବା ବେଳେ ୫ ଶହରୁ ଅଧିକ ବିମାନ ଚଳାଚଳ ବିଳମ୍ବ ହୋଇଥିଲା । 

ଅଧିକ ପଢ଼ନ୍ଚୁ---‘ପ୍ରିୟଙ୍କା ଗାନ୍ଧୀଙ୍କୁ PM କରନ୍ତୁ, ବାଂଲାଦେଶକୁ....’କଂଗ୍ରେସ ସାଂସଦଙ୍କ ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ରୁନ୍ଧି ହୋଇଗଲାଣି ଦିଲ୍ଲୀ  

  • ଉତ୍କଟ ବାୟୁ ପ୍ରଦୂଷଣ ଓ ଘନ କୁହୁଡ଼ି 
  • ଦୃଶ୍ୟମାନ ଦୂରତା ମଧ୍ୟ ଯଥେଷ୍ଟ ହ୍ରାସ 
  • ଖରାପରୁ ଅତି ଖରାପ ରହିଛି ବାୟୁ ଗୁଣବତ୍ତା
  • ଦିଲ୍ଲୀ ଏନ୍‌ସିଆର ଅଞ୍ଚଳରେ ମଧ୍ୟ ସ୍ଥିତି ଗମ୍ଭୀର 
  • ପ୍ରଦୂଷଣ ହ୍ରାସ ପାଇଁ ନିଆଯାଉଛି ବ୍ୟାପକ ପଦକ୍ଷେପ
  • ଗ୍ରାପ୍- ୪ ଲାଗୁ ସହିତ ବିଭିନ୍ନ ସ୍ଥାନରେ ପାଣି ସିଞ୍ଚନ
  • ଗାଡ଼ି ଚଳାଚଳ ଓ ନିର୍ମାଣ କାମ ଉପରେ କଟକଣା
  • ବହୁ ବିମାନ ବାତିଲ ଓ ବିଳମ୍ବ, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ 
  • କିଛିଦିନ ହେଲା ଲୋକଙ୍କୁ ନାକେଦମ୍ କଲାଣି ଦିଲ୍ଲୀ ସ୍ଥିତି