କନକ ବ୍ୟୁରୋ:  ବଲିଉଡ ଅଭିନେତା ଗୋବିନ୍ଦା ହସ୍ପିଟାଲରେ ଭର୍ତ୍ତି ।  ଘରେ ଅଚେତ ହୋଇ ପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୬୧ ବର୍ଷୀୟ ଅଭିନେତା ଗତକାଲି ରାତିରେ ଘରେ ଅସୁସ୍ଥତା ଯୋଗୁଁ ଅଚେତ ହୋଇଯାଇଥିଲେ । ଡାକ୍ତରଙ୍କ ପରାମର୍ଶ  ପରେ ଔଷଧ ଦିଆଯାଇଥିଲା ଏବଂ ପରେ ହସ୍ପିଟାଲକୁ ନିଆଯାଇଥିଲା । ଏନେଇ ତାଙ୍କର ବନ୍ଧୁ ତଥା ଆଇନଜୀବୀ ଲଳିତ ବିନ୍ଦଲ ଏନେଇ ସୂଚନା ଦେଇଛନ୍ତି । ଗୋବିନ୍ଦାଙ୍କୁ ଜୁହୁର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Advertisment

 ଆହୁରି ପଢ଼ନ୍ତୁ: ଗୋବିନ୍ଦାଙ୍କୁ ପତ୍ନୀଙ୍କ ଚେତାବନୀ : କହିଲେ , ତୁମକୁ ଲାଜ ଲାଗୁନି ; ଧୋକା ଦେଉଥିବାର ଧରିଲେ …

ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ନେଇ ଅଧିକ ସୂଚନା ମିଳିପାରିନାହିଁ। ସେ ବିଭିନ୍ନ ପରୀକ୍ଷା କରାଇଛନ୍ତି ଏବଂ ଏବେ ରିପୋର୍ଟର ଆସିବା ପରେ ବାସ୍ତବରେ କ’ଣ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିବ । ଗତ ବର୍ଷ ଅକ୍ଟୋବରରେ, ଗୋବିନ୍ଦା ନିଜର ଲାଇସେନ୍ସପ୍ରାପ୍ତ ରିଭଲଭର ଭୁଲରେ ଗୁଳି ଚଳାଇଥିଲେ । ଏବଂ ଗୁଳି ତାଙ୍କ ଗୋଡରେ ବାଜି ଆହତ ହୋଇଥିଲେ । ଆଣ୍ଠୁ ତଳେ ଗୁଳି ବାଜିଥିବା ବେଳେ ଗୁଳି ବାହାର କରିବା ପାଇଁ ଏକ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇଥିଲା । 

ଆହୁରି ପଢ଼ନ୍ତୁ: ଇଶ୍ୱର ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଦେଲେ ଅଭିନେତା ଗୋବିନ୍ଦା: ଆଜି ଅଜାଣତରେ ନିଜ ଗୋଡରେ ନିଜେ ଗୁଳିମାଡ କରିଥିଲେ ଅଭିନେତା

 ଅକ୍ଟୋବର ୧ ତାରିଖରେ ଅଭିନେତା ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିବାରୁ  ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  ।  ସୂଚନାମୁତାବକ ଭୋର ସାଢ଼େ ୪ଟାରେ ଗୋବିନ୍ଦା ତାଙ୍କ ଜୁହୁ ସ୍ଥିତ ବାସଭବନରୁ ବିମାନବନ୍ଦରକୁ ଯାଉଥିଲେ । ଏହି ସମୟରେ ତାଙ୍କ ବନ୍ଧୁକରୁ ମିସ୍ ଫାୟାର ହୋଇଯାଇଥିଲା ।  ତେବେ  ଅଭିନେତାଙ୍କୁ ସିଆରଟିଆଇ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।