ଘୋଷଣାରେ ସିମିତ ରହିଯାଉଛି ସରକାରଙ୍କ ବିକାଶ, ଆଗେଇପାରୁନି ବିକାଶମୂଳକ କାର୍ଯ୍ୟ

Advertisment

ମଡେଲ ପୋଖରୀର ସ୍ବପ୍ନ ଦେଖାଇ ନଷ୍ଟ କରିଦେଲେ ୧୪ ଏକକର ପୋଖରୀ: ବଣ, ବୁଦା ପାଲଟିଗଲାଣି ଯୋଡ଼ା ମୁନିଷିପାଲଟି ପୋଖରୀ

ମଡେଲ ପୋଖରୀର ସ୍ବପ୍ନ ଦେଖାଇ ନଷ୍ଟ କରିଦେଲେ ୧୪ ଏକକର ପୋଖରୀ: ବଣ, ବୁଦା ପାଲଟିଗଲାଣି ଯୋଡ଼ା ମୁନିଷିପାଲଟି ପୋଖରୀ

model pokhari

model pokhari Photograph: (KanakNews)

କନକ ବ୍ୟୁରୋ: ସରକାର ଘୋଷଣା କରି ଚାଲିଯାଉଛନ୍ତି । କିନ୍ତୁ କାମ ହେଉଛି କି ନାହିଁ କେହି ତାର ତଦାରଖ କରୁନାହାଁନ୍ତି । ଫଳରେ ବିକାଶମୂଳକ କାର୍ଯ୍ୟ ହୋଇପାରୁନାହିଁ । ମଡେଲ ପୋଖରୀର ସ୍ବପ୍ନ ଦେଖାଇ ୧୪ ଏକକର ପୋଖରୀକୁ କିପରି ନଷ୍ଟ କରିଦିଆଯାଇଛି । ବଣ, ବୁଦା ଭଳି ଦେଖାଯାଉଥିବା ଏହି ଅଞ୍ଚଳ ବାସ୍ତବରେ ଏକ ବଡ଼ ପୋଖରୀ। କେନ୍ଦୁଝର ଜିଲ୍ଲା ଯୋଡ଼ା ମ୍ୟୁନିସିଲଟି କମାର ଯୋଡ଼ା ଠାରେ ରହିଛି ଏହି ପୋଖରୀ । ଆବଶ୍ୟକତା ଦୃଷ୍ଟିରୁ ୧୯୬୨ ମସିହାରେ ପ୍ରାୟ ୧୪ ଏକର ଜମିରେ ଏକ ପୋଖରୀ ଖୋଳାଯାଇଥିଲା । ଯୋଡ଼ା ମ୍ୟୁନିସିପାଲଟିର ୧୧,୧୨,୧୩ ନମ୍ବର ଓ୍ବାର୍ଡର ଲୋକଙ୍କ ଗାଧୁଆ ପାଧୁଆ ସହ ଠାକୁରାଣୀ ଆବାହନ, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟର ଆବଶ୍ୟକତା ମେଣ୍ଟାଇ ଆସୁଥିଲା ଏହି ପୋଖରୀ । ୨୦୨୦ରେ ପୋଖରୀର ପୁନଃଉଦ୍ଧାର ପାଇଁ OMBDC ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଯୋଗାଇ ଦେଇଥିଲା ।

ଅଧିକ ପଢନ୍ତୁ: ପୂର୍ବ ସ୍ଥିତି ଫେରିପାଇବ ତ ପୁରୁଣା ପୋଖରୀ ? ଫଳକ ପରେ ଫଳକରେ ସୀମିତ ପୁନରୁଦ୍ଧାର !

ପୋଖରୀରୁ ପଙ୍କ ଉଦ୍ଧାର ସହ ପାର୍କ ନିର୍ମାଣ, ବିଦ୍ୟୁତୀକରଣ,  ସୌନ୍ଦର୍ଯ୍ୟୀକରଣ, ବୃକ୍ଷରୋପଣ ଓ ବୋଟିଂ ପାଇଁ ଯୋଜନା କରାଯାଇଥିଲା । କିନ୍ତୁ ଠିକା ସଂସ୍ଥା ଅଧା କାମ କରି ଟଙ୍କା ହଡପ କରି ପଳାଇଯାଇଥିଲା । ସମୟ ଅବଧି ମଧ୍ୟରେ  କାମ ନସରିବାରୁ ବଳକା ଟଙ୍କା ଫେରାଇନେଇଥିଲା OMBDC। ଫଳରେ ଯୋଡ଼ାବାସୀଙ୍କ ମଡେଲ ପୋଖରୀ ସ୍ବପ୍ନରେ ରହିଯାଇଛି । ଅଧପନ୍ତରିଆ ପଡ଼ିଥିବା ପୋଖରୀର ଜଳଧାରଣ କ୍ଷମତା ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଯାଇଛି । ପୋଖରୀଟି ଅନାବନା ଗଛ ଏଠାରେ ଭରିଯାଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ତଥାପି ଏବେ ଲୋକ  ନିଜ ଆବଶ୍ୟକତା ମେଣ୍ଟାଇବାକୁ  ଏହା ଉପରେ ନିର୍ଭର କରୁଛନ୍ତି । ତେବେ ଆଗକୁ  ଗ୍ରୀଷ୍ମ ଦିନରେ  ପୋଖରୀ ସମ୍ପୂର୍ଣ୍ଣ ଶୁଖିଯିବାର ଆଶଙ୍କା ରହିଛି । ହେଲେ ସମାଧାନର ଉତ୍ତର ମ୍ୟୁନିସିପାଲଟି ଅଧିକାରୀଙ୍କ ପାଖରେ ନାହିଁ ।  ପୁଣି କେବେ ଅର୍ଥ ରାଶି ଆସିବ ଆଉ ୬୦ ବର୍ଷର ଏହି ପୁରୁଣା ପୋଖରୀର ପୁନଃଉଦ୍ଧାର କାମ ହେବ ତାକୁ ଚାହି ବସିଛନ୍ତି ଯୋଡାବାସିନ୍ଦା । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଅବହେଳାକୁ ଦେଖି ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି । 
 
 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe