ସ୍ମାର୍ଟ ମିଟର ଲଗାଇବାକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ : ୭୩୫ କୋଟି ଟଙ୍କାର ଅନୁଦାନ ପ୍ରଦାନ କଲେ ସରକାର

Advertisment

ସ୍ମାର୍ଟ ମିଟର ଲଗାଇବାକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ । ୨ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରୁଥିବା ସବୁ ଉପଭୋକ୍ତାଙ୍କ ମିଟର ବିଲ ଛାଡ କଲେ ରାଜ୍ୟ ସରକାର ।  

ସ୍ମାର୍ଟ ମିଟର ଲଗାଇବାକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ । ୨ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରୁଥିବା ସବୁ ଉପଭୋକ୍ତାଙ୍କ ମିଟର ବିଲ ଛାଡ କଲେ ରାଜ୍ୟ ସରକାର ।  

89

Photograph: (KANAKNEWS)

କନକବ୍ୟୁରୋ : ସ୍ମାର୍ଟ ମିଟର ଲଗାଇବାକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ । ୨ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରୁଥିବା ସବୁ ଉପଭୋକ୍ତାଙ୍କ ମିଟର ବିଲ ଛାଡ କଲେ ରାଜ୍ୟ ସରକାର ।  ଏନେଇ ସରକାରଙ୍କ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । 
ରାଜ୍ୟରେ ସ୍ମାର୍ଟ ମିଟର ସ୍ଥାପନକୁ ତ୍ୱରାନ୍ୱିତ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବଢ଼ାଇବା ଦୃଷ୍ଟିରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।  ୨ କିଲୋୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର ସ୍ଥାପନରେ ଶତ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି ।  

ସର୍ଭେ ରିପୋର୍ଟ ବଢ଼ାଇଲା କଂଗ୍ରେସର ସମସ୍ୟା; କର୍ଣ୍ଣାଟକରେ ୮୪% ଲୋକଙ୍କ ଭରସା ଇଭିଏମ୍

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଗତ ମାର୍ଚ୍ଚ ୨୪ ତାରିଖରେ ଦେଇଥିବା ଟାରିଫ୍ ଆଦେଶର ମିଟର ଭଡ଼ା ବାତିଲ କରିଛନ୍ତି । ପୁରୁଣା ନନ୍-ସ୍ମାର୍ଟ ମିଟରକୁ ସ୍ମାର୍ଟ ମିଟରରେ ପରିବର୍ତ୍ତନ ଏବଂ ପୂର୍ବରୁ ସ୍ଥାପିତ ସ୍ମାର୍ଟ ମିଟରର ଅପୁନରୁଦ୍ଧାର ଖର୍ଚ୍ଚ ପୂରଣ ପାଇଁ  ଏକକାଳୀନ ଅନୁଦାନ ୭୩୫ କୋଟି ଟଙ୍କା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe