କନକବ୍ୟୁରୋ : ସ୍ମାର୍ଟ ମିଟର ଲଗାଇବାକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ । ୨ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରୁଥିବା ସବୁ ଉପଭୋକ୍ତାଙ୍କ ମିଟର ବିଲ ଛାଡ କଲେ ରାଜ୍ୟ ସରକାର । ଏନେଇ ସରକାରଙ୍କ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟରେ ସ୍ମାର୍ଟ ମିଟର ସ୍ଥାପନକୁ ତ୍ୱରାନ୍ୱିତ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବଢ଼ାଇବା ଦୃଷ୍ଟିରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ୨ କିଲୋୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର ସ୍ଥାପନରେ ଶତ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି ।
ସର୍ଭେ ରିପୋର୍ଟ ବଢ଼ାଇଲା କଂଗ୍ରେସର ସମସ୍ୟା; କର୍ଣ୍ଣାଟକରେ ୮୪% ଲୋକଙ୍କ ଭରସା ଇଭିଏମ୍
ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଗତ ମାର୍ଚ୍ଚ ୨୪ ତାରିଖରେ ଦେଇଥିବା ଟାରିଫ୍ ଆଦେଶର ମିଟର ଭଡ଼ା ବାତିଲ କରିଛନ୍ତି । ପୁରୁଣା ନନ୍-ସ୍ମାର୍ଟ ମିଟରକୁ ସ୍ମାର୍ଟ ମିଟରରେ ପରିବର୍ତ୍ତନ ଏବଂ ପୂର୍ବରୁ ସ୍ଥାପିତ ସ୍ମାର୍ଟ ମିଟରର ଅପୁନରୁଦ୍ଧାର ଖର୍ଚ୍ଚ ପୂରଣ ପାଇଁ ଏକକାଳୀନ ଅନୁଦାନ ୭୩୫ କୋଟି ଟଙ୍କା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/03/89-2026-01-03-07-20-32.jpg)