Government Welfare Schemes Photograph: (Kanak News)
କନକ ବ୍ୟୁରୋ : ମା’ ବାପା ଆରପାରିରେ । ସାହାରା କହିଲେ କେହି ନାହିଁ । ସରକାରୀ ସହାୟତାରୁ ବଞ୍ଚିତ ହୋଇ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ କରୁଛନ୍ତି ୨ ଦିବ୍ୟାଙ୍ଗ ଭଉଣୀ ସୁଷମା ଓ ସୁଭଦ୍ରା । ଦିନେ ଖାଇଲେ ଦୁଇ ଦିନ ଉପାସ ଜୀବନ କାଟୁଛନ୍ତି ।
c ଲାଗୁଥିବା ସମସ୍ତେ ହାତ ଛାଡ଼ିଦେଲେ ହେଲେ ସରକାର ଆମ ଦୁଃଖ ନିଶ୍ଚୟ ବୁଝିବେ । କିନ୍ତୁ ସରକାରୀ କାଗଜପତ୍ରରେ ବି ଏମାନେ ଅବହେଳିତ । ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନା ଏମାନଙ୍କ ପାଇଁ ପ୍ରହସନ ।
ଅଧିକ ପଢ଼ନ୍ତୁ : ଓଡ଼ିଶାରେ ପଡ଼ିଶାର ଫୁଲ ଚାରା ! ଚଢ଼ା ଦରରେ ଚାଲିଛି ବିକ୍ରି
ଭଉଣୀ ସୁଷମାଙ୍କୁ ୫୪ ବର୍ଷ ଓ ସାନ ଭଉଣୀ ସୁଭଦ୍ରାଙ୍କୁ ୪୮ ବର୍ଷ । ବଡ଼ ଭଉଣୀ ସୁଷମାଙ୍କୁ କିଛି ଶୁଣାଯାଏନି ସାନ ଭଉଣୀ ସୁଭଦ୍ରା ୯୦ ପ୍ରତିଶତ ଠିକ୍ରେ କଥା କହିପାରନ୍ତିନି । ଦୁନିଆ କ’ଣ ବୁଝିବାକୁ ସକ୍ଷମ ନୁହଁନ୍ତି । ବଡ଼ ଭଉଣୀଙ୍କୁ ୫ କିଲୋ ଚାଉଳ ଓ ଏକ ହଜାର ଟଙ୍କା ଭତ୍ତା ମିଳୁଛି । ସୁଭଦ୍ରାଙ୍କୁ ଏଯାଏଁ ଦିବ୍ୟାଙ୍ଗ ଭତ୍ତା କି ଚାଉଳ ମିଳୁନି । ଗାଁରେ ଥାଳି ଧରି ବୁଲିଲେ ଯାହା ମିଳୁଛି ସେଥିରେ ପେଟ ପୁରୁଛି । ଅନେକ ଦିନ ଉପାସରେ ବି ରାତି କଟୁଛି । ସୁଭଦ୍ରା ବାରମ୍ବାର ସରକାରୀ ବାବୁଙ୍କୁ ଅଭିଯୋଗ କରି କରି ଏବେ ଆଶା ଛାଡ଼ି ଘରେ ବସିଛନ୍ତି । ଅନ୍ୟପଟେ ଖୁବଶୀଘ୍ର ଦୁଇ ଭଉଣୀଙ୍କୁ ସବୁ ଯୋଜନାରେ ଯୋଡ଼ିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ।
ଯୋଗ୍ୟ କାହିଁକି ଅବହେଳିତ ? ପ୍ରକୃତରେ କାହା ପାଇଁ ସରକାରଙ୍କ ମାଳମାଳ ଯୋଜନା ? ଆଉ ଏମିତି କେତେ ଖବର ବାଜିଲେ ଚେତିବେ ସରକାର । ତେବେ ଦୁଇ ଭଉଣୀଙ୍କୁ କିଛି ସରକାରୀ ସହାୟତା ଯୋଗାଇବା ସହ ବିଭିନ୍ନ ଯୋଜନାରେ ସାମିଲ କଲେ ବାକି ତକ ଜୀବନ ସେମାନେ ସୁରୁଖୁରୁରେ କାଟିପାରିବେ ।
Follow Us