କନକ ବ୍ୟୁରୋ : ନିଜ ପରିବେଶକୁ ସୁନ୍ଦର ରଖିବାକୁ କିଏ ନଚାହିଁବ । ଏଥିପାଇଁ ବିଭିନ୍ନ ଜିନିଷ ବ୍ୟବହାର କରିଥାନ୍ତି ଲୋକେ । ବୃକ୍ଷ ରୋପଣ ଦ୍ୱାର ବର୍ତ୍ତମାନ ସମୟରେ ପରିବେଶକୁ ସୁନ୍ଦର ଓ ସୁରକ୍ଷିତ ଏକାସାଙ୍ଗରେ ରଖିହେବ । ହେଲେ ଏହି ଫୁଲ ଗଛର ଚାରା ଚଢା ଦରରେ ବିକ୍ରି ପରିବେଶପ୍ରେମୀଙ୍କ ମନରେ ଆଘାତ ଦେଉଛି ।
ସଜେଇ ହୋଇଛି ଭଳିକି ଭଲି ସୁଗନ୍ଧିତ ସୁନ୍ଦର ଫୁଲ ଚାରା । ସତେ ଯେମିତିକି କୌଣସି ଏକ ବଗିଚା । ନାଲି, ନେଳୀ, ହଳଦିଆ ତଥା ଅନ୍ୟାନ୍ୟ ରଙ୍ଗର ଫୁଲ ସହ ରହିଛି ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟୀକରଣ ଗଛ । ସପ୍ତାହର ଦୁଇ ଦିନ ଶନିବାର ଓ ମଙ୍ଗଳବାର ଦେଖିବାକୁ ମିଳେ ଫୁଲର ପସରା । ହେଲେ ବ୍ୟବସାୟୀ ଆମ ରାଜ୍ୟର ନୁହେଁ, ଛତିଶଗଡ଼ରୁ ବ୍ୟବସାୟୀ ଆସି ପଦ୍ମପୁର ସହରରେ ଚଢ଼ା ଦରରେ ବିକ୍ରି କରୁଛନ୍ତି ଚାରା । ଦର ୬୦ ଟଙ୍କାରୁ ଆରମ୍ଭ କରି ୩ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ବ୍ୟବସାୟୀ ଲାଭବାନ ହେଉଛନ୍ତି, ଚଢ଼ାଦର ଗଛପ୍ରେମୀଙ୍କ ମଧ୍ୟରେ ଆଘାତ ଦେଉଛି ।
ଅଧିକ ପଢ଼ନ୍ତୁ : ପାଣିରେ ପଡ଼ିଛି ୫୦ ଲକ୍ଷ; କୋରାପୁଟରେ ଖତ ଖାଉଛି ଆଞ୍ଚଳିକ ସାଧନା କେନ୍ଦ୍ର
ରାଜ୍ୟ ସରକାର ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଦେଉଛନ୍ତି । ଉଦ୍ୟାନ କୃଷି ବିଭାଗ ଯୋଜନା କାର୍ଯ୍ୟକାରୀ ବି କରୁଛି । ହେଲେ ଚାଷୀଙ୍କ ପାଖରେ ନା ଯୋଜନା ପହଞ୍ଚୁଛି ନା ସଚେତନତା । ପଦ୍ମପୁରରେ ବିଭିନ୍ନ ଫୁଲ, ସୌନ୍ଦର୍ଯ୍ୟୀକରଣ ଗଛର ନର୍ସରି ବ୍ୟବସ୍ଥା ନାହିଁ ! ଯେଉଁଥିପାଇଁ ବିଭାଗୀୟ ଅପାରଗତା ପାଇଁ ପଡ଼ିଶା ଚାରା ଚଢ଼ାଦରରେ ପଦ୍ମପୁରରେ ବିକ୍ରି ହେଉଛି । ଅନ୍ୟପଟେ ଚାଷୀଙ୍କ ପାଇଁ ନର୍ସରୀର ବ୍ୟବସ୍ଥା କରିବା ସହ ଛତିଶଗଡ଼ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ଉଦ୍ୟାନ କୃଷି ନିର୍ଦ୍ଦେଶକ ।
ସ୍ଥାନୀୟ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଗଲେ, ସେମାନେ ନର୍ସରି କରି ଲୋକଙ୍କୁ ଚାରା ଯୋଗାଇ ଲାଭବାନ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/21/flower-saplings-2026-01-21-18-53-26.jpg)