କନକ ବ୍ୟୁରୋ:  ଡାକ୍ତର ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ନିଷ୍ପତ୍ତି । ଆଗାମୀ ୬ ମାସ ପାଇଁ ଏସ୍‌ମା ଲାଗୁ କଲେ ରାଜ୍ୟ ସରକାର । ଡାକ୍ତର ଓ ନର୍ସଙ୍କ ସମେତ ସ୍ୱାସ୍ଥ୍ୟସେବାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି ଓଡ଼ିଶା ଏମର୍ଜେନ୍‌ସି ସର୍ଭିସେସ୍‌ ମେଣ୍ଟେନାନ୍‌ସ ଆକ୍‌ଟ । ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Advertisment

ଡାକ୍ତରଙ୍କ ୨ ଘଣ୍ଟା ଓପିଡି ବନ୍ଦ ଯୋଗୁ ହନ୍ତସନ୍ତ ଲୋକେ : ସକାଳ ୯ରୁ ୧୧ ପର୍ଯ୍ୟନ୍ତ ଓପିଡି ବନ୍ଦ

 ଏସ୍‌ମା ଲାଗୁ ପରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ ବିଭିନ୍ନ କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗିଛି କଟକଣା। ୬ ମାସ ପାଇଁ ସେମାନେ ଆଉ ଧର୍ମଘଟ କି କାର୍ଯ୍ୟବନ୍ଦ କରିପାରିବେ ନାହିଁ। ସୂଚନା ଯୋଗ୍ୟ ଯେ, ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ପ୍ରଭାବିତ ହୋଇଛି । ଗତକାଲିଠୁ ଦୈନିକ ୨ ଘଣ୍ଟା ଓପିଡି ବନ୍ଦ ରହିଥିଲା । ତେବେ ରୋଗୀ ସେବା ସ୍ୱାଭାବିକ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଥିବା ବେଳେ, ଏସ୍‌ମା ଲାଗୁ ପରେ ଡାକ୍ତର ସଂଘ ଓମ୍‌ସାର ପରବର୍ତ୍ତୀ ପଦକ୍ଷେପ କଣ ରହିବ ତା ଉପରେ ନଜର ରହିଛି ।