ବାଲି ଚୋରି ରୋକିବାକୁ ଆଉପାଦେ ଆଗେଇଲେ ସରକାର, ଲଘୁ ଖଣିଜ ସମ୍ପଦ ପାଇଁ ଆସିଲା ନୂଆ ମାର୍ଗଦର୍ଶିକା

Advertisment

ଓଡ଼ିଶାରେ ଲଘୁ ଖଣିଜ ସମ୍ପଦ ପାଇଁ ନୂଆ ନିୟମ, ଏଣିକି ନିଲାମ ନୁହେଁ 'ଇ-ଲଟେରୀ' ମାଧ୍ୟମରେ ମିଳିବ ଖଣି ଲିଜ୍ । ରାଜ୍ୟରେ ବାଲି, ପଥର, ମୋରମ ଭଳି ଲଘୁ ଖଣିଜ ସମ୍ପଦ ସୁପରିଚାଳନା ଏବଂ କଳାବଜାରୀ ରୋକିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର । 'ଓଡ଼ିଶା ଲଘୁ ଖଣିଜ ରିହାତି (ସଂଶୋଧନ) ନିୟମାବଳୀ, ୨୦୨୫ ଅଧୀନରେ ନୂତନ କାର୍ଯ୍ୟକାରୀ ମାର୍ଗଦର୍ଶିକା ଜାରି ହୋଇଛି। 

6a

କନକ ବ୍ୟୁରୋ : ଚଳିବନି ମାଲିକଙ୍କ ମନମର୍ଜି, ମନଇଚ୍ଛା ଦରରେ ବିକ୍ରି ହୋଇପାରିବନି ଲଘୁ ଖଣିଜ । ବେଆଇନ ଖଣି ଖନନ ଉପରେ ରୋକ୍ ସହ ବାଲି ମାଫିଆଙ୍କୁ ସାବାଡ କରିବାକୁ ସରକାର ଆଣିଛନ୍ତି ନୂଆ ମାର୍ଗଦର୍ଶିକା। ଯାହା ସାଧାରଣ ଲୋକଙ୍କୁ ବେଶ ସୁହାଇବ। ଅନ୍ୟପଟେ ଇଡି ଚଢାଉ ବାଲି ମାଫିଆଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ବିଭାଗୀୟ ମନ୍ତ୍ରୀଙ୍କ ଜିଲ୍ଲାରୁ ଆସିଛି ସାଂଘାତିକ ଅଭିଯୋଗ।  

ଓଡ଼ିଶାରେ ଲଘୁ ଖଣିଜ ସମ୍ପଦ ପାଇଁ ନୂଆ ନିୟମ, ଏଣିକି ନିଲାମ ନୁହେଁ 'ଇ-ଲଟେରୀ' ମାଧ୍ୟମରେ ମିଳିବ ଖଣି ଲିଜ୍ । ରାଜ୍ୟରେ ବାଲି, ପଥର, ମୋରମ ଭଳି ଲଘୁ ଖଣିଜ ସମ୍ପଦ ସୁପରିଚାଳନା ଏବଂ କଳାବଜାରୀ ରୋକିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର । 'ଓଡ଼ିଶା ଲଘୁ ଖଣିଜ ରିହାତି (ସଂଶୋଧନ) ନିୟମାବଳୀ, ୨୦୨୫ ଅଧୀନରେ ନୂତନ କାର୍ଯ୍ୟକାରୀ ମାର୍ଗଦର୍ଶିକା ଜାରି ହୋଇଛି। 

ଅଧିକ ପଢ଼ନ୍ତୁ : ଓଡ଼ିଶାରେ ଅବୈଧ ଲଘୁ ଖଣିଜ ଲୁଟ ମାମଲା: ବିଜେଡି ନେତାଙ୍କ ଘରେ ଇଡିର ତନାଘନା

  • ଇ-ଲଟେରିରେ ଲଘୁ ଖଣି : କ’ଣ ମିଳିବ ଲାଭ? 
  • ସୁଲଭ ମୂଲ୍ୟରେ ମିଳିବ ବାଲି ଓ ପଥର 
  • ସରକାର ‘ସର୍ବାଧିକ ବିକ୍ରୟ ମୂଲ୍ୟ’ ଧାର୍ଯ୍ୟ କରିବେ 
  • ଖଣି ମାଲିକ ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଦରରେ ଲଘୁ ଖଣି ବିକ୍ରି କରିପାରିବେନି
  • ଗୋଟିଏ ଜିଲ୍ଲାରେ ସର୍ବାଧିକ ୩ଟି ଓ ରାଜ୍ୟରେ ସର୍ବାଧିକ ୫ଟି ଖଣିର ମିଳିବ ମାଲିକାନା
  • ଖଣି ଚିହ୍ନଟଠାରୁ ଆରମ୍ଭ କରି ଟ୍ରାଞ୍ଜିଟ୍ ପାସ୍ ପର୍ଯ୍ୟନ୍ତ  ସବୁକିଛି ଅନଲାଇନ୍ ହେବ 
  • ଖଣି ଉତ୍ତୋଳନ କରନ୍ତୁ ବା ନକରନ୍ତୁ, ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣ ଉପରେ ଶୁଳ୍କ ଦେବେ 
  • ନିୟମ ଉଲ୍ଲଂଘନ କଲେ ଖଣି ଲିଜ୍ ରଦ୍ଦ ସହ ମାଲିକଙ୍କୁ କଳାତାଲିକାଭୁକ୍ତ କରାଯିବ
  • ସରକାରଙ୍କ ଇ-ଲଟେରି ବ୍ୟବସ୍ଥାକୁ ନେଇ ବର୍ଷିଛି ବିଜେଡି।   

ଗୋଟିଏ ପଟେ ଲଘୁ ଖଣି ଲିଜ୍‌ରେ ସ୍ବଚ୍ଛତା ପାଇଁ ସରକାର ମାର୍ଗଦର୍ଶିକା ଆଣିଛନ୍ତି। ଅନ୍ୟପଟେ ବାଲି ମାଫିଆଙ୍କ ଅଣ୍ଟା ଭାଙ୍ଗିବାକୁ ତନାଘନାକୁ ଜୋରଦାର କରିଛି ଇଡି। ବ୍ରହ୍ମପୁରର ପ୍ରତିଷ୍ଠିତ ବ୍ୟବସାୟୀ ସୁନୀଲଙ୍କୁ ଝାଳବୁହା ଜେରା କରିଛି ଇଡି। ବିଭିନ୍ନ ଠିକଣାରେ ଇଡି ଚଢାଉ, ବାଲି ମାଫିଆଙ୍କ ନିଦ ହଜାଇଛି। ସେପଟେ ଗଞ୍ଜାମରୁ ୧୦୦ କୋଟିର ବାଲି ଚୋରି ହୋଇଥିବା ନେଇ ଶାସକ ଦଳ ଓ ବିଭାଗୀୟ ମନ୍ତ୍ରୀଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ମନ୍ତ୍ରୀ ଏନେଇ ମୁହଁ ଖୋଲିନଥିବା ବେଳେ ଜବାବ ରଖିଛି ବିଜେପି।  ସରକାର ଏସଓପି ଆଣିଲେ, କାର୍ଯ୍ୟାନୁଷ୍ଠାନର  ଭୟ ଦେଖାଇଲେ। ହେଲେ ଏହା ବାଲି ମାଫିଆଙ୍କୁ ସାବାଡ଼ କରିପାରିବ ତ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe