ରତ୍ନଭଣ୍ଡାର ଗଣତି ମଣତି ପାଇଁ ସରକାର ତତ୍ପର : ଆଇନମନ୍ତ୍ରୀଙ୍କ ଘରେ ବୈଠକ ଶେଷ

Advertisment

ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବାସଭବନରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ।

ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବାସଭବନରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ।

ratna bhandar

Photograph: (kanaknews)

କନକବ୍ୟୁରୋ : ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବାସଭବନରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକ ପରେ ସ୍ପଷ୍ଟତା ଆସିବା ନେଇ ଆଇନ ମନ୍ତ୍ରୀ କହିଛନ୍ତି, ନୂଆ ଏସଓପି ବାବଦରେ ମ୍ୟାନେଜିଂ କମିଟି ଆପ୍ରୁଭ କରିବା ପରେ ସରକାରଙ୍କ ନିକଟକୁ ପଠା ସରିଛି । ବର୍ତ୍ତମାନ ଏ ବିଷୟରେ ଏକ ବିଶେଷ ବିବରଣୀ ଆଲୋଚନା କରାଯିବ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ।  ସମୀକ୍ଷା ବୈଠକ ପରେ ତାରିଖ ବାବଦରେ ସ୍ପଷ୍ଟତା ଆସିଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ । ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ମରାମତି ସାରି ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇସାରିଲାଣି । କିନ୍ତୁ ରତ୍ନ ଅଳଙ୍କାର ଗଣତିମଣତି ହେଉନି। ଶ୍ରୀମନ୍ଦିର ପ୍ରଶାସନ ଦିନ ପରେ ଦିନ ଗଡ଼ାଇ ଚାଲିଛି । ଏପଟେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ଅଧିକ ପଢନ୍ତୁ.... ଖବର ବାଜିଲା, ଜାତିପ୍ରଥା ପରମ୍ପରାରେ ପୂର୍ଣ୍ଣଛେଦ ପଡ଼ିଲା : ସ୍ବାଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର

ଓଟିଏସ୍‌: ରତ୍ନଭଣ୍ଡାର ଗଣତିମଣତି ନେଇ ବଡ଼ ସମୀକ୍ଷା 
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବାସଭବନରେ ବସିଲା ବୈଠକ
ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ମରାମତି ସାରି ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇସାରିଲାଣି
ଏବେ ଯାଏଁ ରତ୍ନ ଅଳଙ୍କାର ଗଣତିମଣତି ହେଉନି
ଦିନ ପରେ ଦିନ ଗଡ଼ାଇ ଚାଲିଛି ଶ୍ରୀମନ୍ଦିର ପ୍ରଶାସନ
ଆସନ୍ତା ବିଧାନସଭାରେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ ରିପୋର୍ଟ ଉପସ୍ଥାପନ ନିର୍ଦ୍ଦେଶ
ତଦନ୍ତ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ 
ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

‘୩ ମାସ ଭିତରେ ରିପୋର୍ଟ ଦିନ’ 
ଫେବ୍ରୁଆରି ୧୨ରେ ରତ୍ନଭଣ୍ଡାର ଚାବି ହଜିବା ନେଇ ଜନସ୍ବାର୍ଥ ମାମଲାରେ ହାଇକୋର୍ଟଙ୍କ ରାୟ ପ୍ରକାଶ
ଜଷ୍ଟିସ ରଘୁବୀର ଦାସ କମିସନଙ୍କ ରିପୋର୍ଟକୁ କ୍ୟାବିନେଟ୍‌ରେ ଉପସ୍ଥାପନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ
ଏହି ରିପୋର୍ଟ ୨୦୧୮ ମସିହାରୁ ସରକାରଙ୍କୁ ଦିଆଯାଇଥିବା ବେଳେ ଏଯାଏ ଉପସ୍ଥାପନ ହୋଇନାହିଁ
ତୁରନ୍ତ ଏହାକୁ ପରବର୍ତ୍ତୀ କ୍ୟାବିନେଟରେ ଉପସ୍ଥାପନ କରିବାକୁ କହିଛନ୍ତି କୋର୍ଟ 
‘ଆସନ୍ତା ୩ମାସ ମଧ୍ୟରେ ମହାପ୍ରଭୁଙ୍କ ସମସ୍ତ ରତ୍ନଅଳଙ୍କାର ଗଣତି ମଣତି କରାଯାଉ’ 
୧୯୭୮ ମସିହାର ଗଣତିମଣତି ରିପୋର୍ଟ ସହ ଏହାକୁ ମେଳ କରାଇବାକୁ ନିର୍ଦ୍ଦେଶ
ଯଥାଶୀଘ୍ର ସମସ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ 


--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe