କନକବ୍ୟୁରୋ : ରାଜନଗର ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ପହଁଚିଲେ ପିଲା । ନୂଆଗାଁ ରେ ଜାତିପ୍ରଥା ପରମ୍ପରା ର ପଡିଲା ପୂର୍ଣ୍ଣଛେଦ। ଜାତିପ୍ରଥା କୁ ନେଇ ତିନିମାସ ଧରି ବନ୍ଦ ଥିଲା ଅଙ୍ଗନବାଡି କେନ୍ଦ୍ର । ଆଜି ପିଲା ପହଂଚିବା ପରେ ସ୍ୱଭାବିକ ହେଲା ଅଙ୍ଗନବାଡି କେନ୍ଦ୍ର । ଅଙ୍ଗନବାଡି କେନ୍ଦ୍ରରେ ସିଡିପିଓ ଓ ରାଜନଗର ବିଧାୟକ ଉପସ୍ଥିତ । ଜାତିପ୍ରଥା କୁ ନେଇ ଦୀର୍ଘ ତିନିମାସ ଧରି ବନ୍ଦ ରହିଥିଲା ଅଙ୍ଗନବାଡି କେନ୍ଦ୍ର ।
ଗତ ୧୪ ତାରିଖ ଦିନ ଶିଶୁ ସୁରକ୍ଷା ଆୟୋଗ ଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ସେହି ଅଙ୍ଗନବାଡି କେନ୍ଦ୍ରରେ ପହଂଚି ଲୋକଙ୍କୁ ବୁଝେଇବାରେ ସଫଳ ହୋଇଥିଲେ। ଏହାପରେ ଲୋକେ ପିଲାଙ୍କୁ ଅଙ୍ଗନବାଡି କେନ୍ଦ୍ରକୁ ପଠାଇବା ପାଇଁ ଶପଥ ନେଇଥିଲେ । ଆଜି ସିଡିପିଓ ଓ ରାଜନଗର ବିଧାୟକ ଘର ଘର ବୁଲି ପିଲାଙ୍କୁ କାଖେଇ ସେଣ୍ଟର କୁ ଆଣିଥିଲେ । ତେବେ ଆଜିଠୁ ଅଙ୍ଗନବାଡି ସ୍ୱଭାବିକ ହେବ ବୋଲି ଗାଁ ଲୋକେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/16/24-2026-02-16-10-31-38.jpg)