ଚାଷୀଙ୍କୁ ସ୍ୱପ୍ନ ଦେଖାଇଲେ ସରକାର; ୧୨ ହଜାର ଡେଇଁବ ମାସିକ ଆୟ

ବିକଶିତ ଓଡ଼ିଶାର ପରିକଳ୍ପନା ଭିତରେ ଚାଷୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ମାସିକ ଆୟ ୨ ଗୁଣାରୁ ଅଧିକ କରିବାକୁ ଅଙ୍କାଯାଇଛି ନକ୍ସା । ୨୦୩୬ ସୁଦ୍ଧା ଚାଷୀଙ୍କ ମାସିକ ଆୟ ୧୨ ହଜାରକୁ ବୃଦ୍ଧି ପାଇବ । ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହରେ ଏଭଳି ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।

Farmers Income

Farmers Income Photograph: (Kanak News)

କନକ ବ୍ୟୁରୋ : ଚାଷୀଙ୍କ ମାସିକ ଆୟ ୧୨ ହଜାର ଟପିବ । ହେଲେ ଏବେ ନୁହେଁ । ଏଥିପାଇଁ ୨୦୩୬ର କଣ୍ଟ ରଖିଛନ୍ତି ସରକାର । ହେଲେ ବିରୋଧୀ କହିଛନ୍ତି, ୨୦୩୬ରେ ୧୨ ହଜାର ଟଙ୍କାରେ ଚାଷୀ କରିବ କଣ ?

ବିକଶିତ ଓଡ଼ିଶାର ପରିକଳ୍ପନା ଭିତରେ ଚାଷୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ମାସିକ ଆୟ ୨ ଗୁଣାରୁ ଅଧିକ କରିବାକୁ ଅଙ୍କାଯାଇଛି ନକ୍ସା । ୨୦୩୬ ସୁଦ୍ଧା ଚାଷୀଙ୍କ ମାସିକ ଆୟ ୧୨ ହଜାରକୁ ବୃଦ୍ଧି ପାଇବ । ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହରେ ଏଭଳି ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଯାହାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ବିଜେଡି କହିଛି, ୨୦୩୬ ବେଳକୁ ୧୨ ହଜାର ଟଙ୍କାର ମୂଲ୍ୟ କ’ଣ ଥିବ ?  ଚାଷୀଙ୍କ ଆୟ ବୃଦ୍ଧି ପାଇଁ ୨୦୩୬ ଯାଏଁ କାହିଁକି ଅପେକ୍ଷା କରିବା ବୋଲି ପ୍ରଶ୍ନ କରିଛି କଂଗ୍ରେସ ? ବିଜେପିର ଯୁକ୍ତି, ଧାନ ବିକି ଚାଷୀଙ୍କ ଆୟରେ ବୃଦ୍ଧି ହୋଇଛି ।

ଅଧିକ ପଢ଼ନ୍ତୁ : ଚାଷୀଙ୍କୁ ନେଇ ବଡ କଥା : ୧୨ହଜାର ହେବ ଚାଷୀଙ୍କ ଆୟ , ବିଧାନସଭାରେ ଲିଖିତ ଉତ୍ତର ଦେଲେ କୃଷି ମନ୍ତ୍ରୀ କେଭି ସିଂଦେଓ

୨୦୧୮-୧୯ରେ ରାଜ୍ୟର କୃଷକ ପରିବାରର ମାସିକ ଆୟ ୫ ହଜାର ୧୧୨ ଟଙ୍କା ଥିଲା । ଯାହା ଦେଶର ଅନ୍ୟ ରାଜ୍ୟର ଚାଷୀଙ୍କ ଆୟ ତୁଳନାରେ ଯଥେଷ୍ଟ କମ । 
କେଉଁ ରାଜ୍ୟରେ ଚାଷୀଙ୍କ ଆୟ କେତେ ?

ରାଜ୍ୟ                   ଚାଷୀଙ୍କ ଆୟ
ମେଘାଳୟ            ୨୯ ହଜାର ୩୪୮
ପଞ୍ଜାବ                ୨୬ ହଜାର ୭୦୧
ହରିୟାଣା             ୨୨ ହଜାର ୮୪୧
ଅରୁଣାଚଳ ପ୍ରଦେଶ   ୧୯ ହଜାର ୨୨୫
ଜମ୍ମୁ କାଶ୍ମୀର          ୧୮ ହଜାର ୯୧୮

ସର୍ବାଧିକ ଆୟ କରୁଥିବା ଚାଷୀଙ୍କ ତାଲିକାର ତଳଆଡୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଏହି ତଥ୍ୟ ହିଁ ସୂଚାଉଛି କେତେ କଷ୍ଟରେ ଜୀବନ ଜିଉଁଛନ୍ତି ଓଡ଼ିଶାର ଚାଷୀ । ଅନ୍ୟପଟେ ସରକାର ଚାଷୀଙ୍କୁ ନେଇ ସଫଳତାର ଫର୍ଦ୍ଦ ଓଲଟାଇଛନ୍ତି । ନୂଆ ସରକାରରେ ଜଣେ ବି ଚାଷୀ ଋଣଭାର କିମ୍ବା ଚାପଗ୍ରସ୍ତ ହୋଇ ଜୀବନ ହାରିନଥିବା କହିଛନ୍ତି ମନ୍ତ୍ରୀ ।

ଶାସକ-ବିରୋଧୀଙ୍କ ତର୍କ ଭିତରେ ପ୍ରଶ୍ନ ଉଠୁଛି, ୧୨ ହଜାର ଟଙ୍କାରେ କ’ଣ ଚାଷୀ ନିଜର ପରିବାର ପୋଷି ପାରିବ ? ଦୁଇଗୁଣା କାହିଁକି, ଚାଷୀଙ୍କ ଆୟ ବହୁଗୁଣା କାହିଁକି ହେବନି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe