କନକ ବ୍ୟୁରୋ;  ସରକାର କା ମାଲ ଦରିଆ ମେ ଡ଼ାଲ ନୀତିରେ ସ୍ୱାସ୍ଥ୍ୟ ବିଭାଗ । ରୋଗୀଙ୍କୁ ଦେଲେନି ସରକାରୀ ଔଷଧ । ବାଲେଶ୍ୱର ଜିଲ୍ଲା ବାହାନଗା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ପେଟି ପେଟି ଔଷଧକୁ ଫିଙ୍ଗିଦେଲେ, ପୋଡ଼ି ଦେଲେ। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପଡ଼ିଛି ଓ ପୋଡ଼ାଯାଇଛି ଅନେକ ଏକ୍ସପାରି ଔଷଧ ଓ ରକ୍ତ ପରୀକ୍ଷା କିଟ୍ । ବାହାନଗା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଅଳିଆ ପକାଇବା ସ୍ଥାନରେ ପେଟିପେଟି ଔଷଧକୁ ରୋଗୀଙ୍କୁ ଦିଆନଯାଇ ନଷ୍ଟ କରାଯାଇଛି । ବିଭିନ୍ନ ରୋଗ ପାଇଁ ସରକାରଙ୍କ ନିରାମୟ ଯୋଜନାରେ ଆସିଥିବା ଔଷଧ ଏବଂ ସିରାପ, ମଲମ, ଇଞ୍ଜେକ୍ସନ ଆଦି ରୋଗୀଙ୍କୁ ଦିଆଯିବା ପରିବର୍ତ୍ତେ ଫିଙ୍ଗା ଯାଇଛି ।

Advertisment

ଅଧିକ ପଢନ୍ତୁ:  ରୋଗୀଙ୍କୁ ମିଳୁନି, ରାସ୍ତା କଡ଼ରେ ଫିଙ୍ଗା ହେଉଛି ସରକାରୀ ଔଷଧ

କେବଳ ଏକ୍ସପାରି ଐଷଧ ନୁହେଁ  ବାହାନଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରେ ପଡିଥିବା ଔଷଧରେ ଓଡିଶା ସରକାରଙ୍କ ଯୋଗାଣ , ବିକ୍ରୟ ପାଇଁ ନୁହଁ ବୋଲି ଲେଖାଥିବା ବେଳେ କେତେକ ଔଷଧ ରୋଗୀଙ୍କୁ ନଦେଇ ଏକ୍ସପାୟାରୀ କରି ଫିଙ୍ଗା ଯାଇଛି ତ କେତେକ ଔଷଧର ଅବଧି ଦୀର୍ଘ ମାସ ଥିବା ବେଳେ ତାହାକୁ ଫିଙ୍ଗା ଯାଇଥିବାର ଦେଖିବାକୁ ମିଳିଥିଲା । ସେଥିମଧ୍ୟରୁ ଆମୋକ୍ସିସିଲିନ୍ ଏବଂ ପୋଟାସିୟମ୍ କ୍ଲାଭୁଲାନେଟ୍ ଓରାଲ୍ ସସ୍ପେନ୍ସନ୍ (ଡ୍ରାଏ ସିରପ୍) ଔଷଧର ବେଚ ନମ୍ବର ପିଡ଼ି୨୫୦୩୦ ଲେଖାଥିବା ବେଳେ ପ୍ରସ୍ତୁତି ଫେବୃୟାରି ୨୦୨୫ ଏବଂ ଔଷଧର ଅବଧି ଜୁଲାଇ ମାସ ୨୦୨୬ ରହିଛି । ଅର୍ଥାତ ଏହି ଔଷଧର ଅବଧି ସରିବାକୁ ଆହୁରି ୭ ମାସରୁ ଉର୍ଦ୍ଧ ସମୟ ଥିବା ବେଳେ ରୋଗୀଙ୍କ  ଔଷଧ ମେଡିକାଲରେ ରହିବା ପରିବର୍ତ୍ତେ ମେଡିକାଲ ପରିସରରେ ପୋଡା ଯାଇଛି ।

ଅଧିକ ପଢନ୍ତୁ: ରୋଗୀଙ୍କୁ ମିଳୁନି କିନ୍ତା ରାସ୍ତାରେ ଫିଙ୍ଗା ଯାଉଛି ପୂଳା ପୂଳା ଔଷଧ । କେଉଁଠି ଅଳିଆ ଗଦା ତ କେଉଁଠି ରାସ୍ତା କଡ଼ରେ ମିଳୁଛି ସରକାରୀ ଔଷଧ

କେବଳ ଏହି ଗୋଟିଏ ଔଷଧ ନୁହଁ ଅନେକ ରୋଗର ଔଷଧକୁ ଏଭଳି ନଷ୍ଟ କରିଛନ୍ତି ମେଡିକାଲ କର୍ତ୍ତୁପକ୍ଷ । କେଉଁଠି ଲୋକଙ୍କୁ ଔଷଧ ଦିଆନଯାଇ ଏକ୍ସପାୟାରି କରି ଫିଙ୍ଗା ଯାଇଛି ତ କେଉଁଠି ଅବଧି ଥିବା ଔଷଧକୁ ଫିଙ୍ଗିବା ସହ ପୋଡ଼ି ମଧ୍ୟ ଦିଆଯାଇଛି । ସେହିଭଳି ଅଳିଆ ପାଇଁ ଉଦ୍ଦୀଷ୍ଠ ଥିବା କଂକ୍ରିଟ ଚ୍ୟାମ୍ବରରେ ଏଚବିଚେକ କିଟ (ହିମଗ୍ଲୋବିନ ଚେକ ପାଇଁ ଉଦ୍ଦୀଷ୍ଠ ) ଶତାଧିକ କିଟ ପ୍ୟାକେଟ ମଧ୍ୟ ଫିଙ୍ଗା ଯାଇଛି  । ମେଡ଼ିସିନ ପୋଡ଼ି ନଷ୍ଟ କରାଯିବା ଏବଂ ଅଳିଆ ଗଦାରେରେ ଫିଙ୍ଗା ଯାଉଥିବା ବେଳେ ମେଡିକାଲ କର୍ତ୍ତୁପକ୍ଷ ଯାଞ୍ଚ ନକରିବା ବିଭାଗୀୟ ଅବହେଳାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି ।  ଗତ ୧୦ ତାରିଖରେ ରେମୁଣା ବ୍ଲକ ଶ୍ରୀଜଙ୍ଗ ଇଞ୍ଚୁଡି ରାସ୍ତାର ତୁଣ୍ଡରା ପୋଲ ନିକଟ ରାସ୍ତା କଡ ଆଳିଆଗଦାରେ ଆଇରାନ ଏବଂ ଫଲିକ ଏସିଡର ୩୦୦ ରୁ ଉର୍ଦ୍ଧ ସିରାପ ଅବଧି ଥିବା ସତ୍ତ୍ୱେ ଫିଙ୍ଗା ଯାଇଥିବାର ଖବର ପ୍ରସାରଣ ପରେ ତଦନ୍ତ କରାଯାଇ ସମ୍ପୃକ୍ତ ଥିବା ୨ ମହିଳା ସ୍ଵାସ୍ଥ୍ୟକର୍ମୀ ନିଲମ୍ବିତ ହୋଇଥିଲେ । ମାତ୍ର ୧୨ ଦିନ ପରେ ପୁଣି ସମାନ ଚିତ୍ରକୁ ଦୋହରାଇଛି ବାହାନଗା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ।