କନକ ବ୍ୟୁରୋ : ବଡ଼ବଡ଼ିଆଙ୍କ କବଜାରେ ଅନେକ ସରକାରୀ ଜମି ରହିଛି । କେଉଁଠି ସୁଉଚ୍ଚ ଅଟ୍ଟାଳିକା ହୋଇଛି ତ ପୁଣି କିଏ ଜାଗା ମାଡିବସି ବ୍ୟବସାୟ କରୁଛନ୍ତି । ହେଲେ ସେମାନଙ୍କୁ ଉଚ୍ଛେଦ କରିବାରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉନି। ହେଲେ ଗରିବଙ୍କୁ ଛାଡୁନାହାଁନ୍ତି । ବିକାଶ ପାଇଁ ବଳି ପଡୁଛନ୍ତି ଦିନ ମଜୁରିଆ, ଖଟିଖିଆ।
ଆହୁରି ପଢ଼ନ୍ତୁ -ବିଚିତ୍ର ଭତ୍ତା ବଣ୍ଟନ ବ୍ୟବସ୍ଥା ; ବଞ୍ଚି ଥାଉ ଥାଉ ବର୍ଦ୍ଧିତ ଭତ୍ତା ପାଇଁ ବୃଦ୍ଧାଙ୍କୁ ମାରିଦେଲେ
କିଏ ଜେସିବି ଆଗରେ ଶୋଇକି ପ୍ରତିବାଦ କରୁଛି ତ ଆଉ କିଏ ହାତ ଯୋଡି ନେହୁରା ହେଉଛି । ଆଉ କିଏ ଭଙ୍ଗା ଘରୁ ସାଉଣ୍ଟୁଛି ସ୍ମୁତି । କିଛି ଦିନ ପୂର୍ବରୁ ସାଲିଆ ସାହି ଉଚ୍ଛେଦ ବେଳେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ। ଘରସଂସାର କରି ରହୁଥିବା ସାଲିଆ ସାହି ବସ୍ତିବାସିନ୍ଦା ହୋଇଥିଲେ ବେଘର । ରାସ୍ତା ସଂପ୍ରସାରଣ ପାଇଁ ବସ୍ତି ଉଚ୍ଛେଦ କରାଯାଇଛି । କେବଳ ସାଲିଆ ନୁହେଁ। ଆଗକୁ ଏଭଳି ଅନେକ ବସ୍ତି ଉଚ୍ଛେଦ ପାଇଁ ମଧ୍ୟ ନୋଟିସ ହୋଇଛି । ଅନ୍ୟପଟେ ସହରରେ ଏକାଧିକ ସ୍ଥାନ ଜବରଦଖଲକାରୀଙ୍କ କବଜାରେ । କେଉଁଠି ସରକାରୀ ଜାଗାକୁ ମାଡ଼ି ବସି ବ୍ୟବସାୟ ପ୍ରତିଷ୍ଠାନର ପାର୍କିଂ ହୋଇଛି ତ ଆଉ କେଉଁଠି ଘରବାଡ଼ି କରି ରହୁଛନ୍ତି । ଧନୀ ହେଉ କି ଗରିବ ନିୟମ ସମସ୍ତଙ୍କ ପାଇଁ ସମାନ ରହିବା କଥା।
ଆହୁରି ପଢ଼ନ୍ତୁ -ଅନାଥ ବୋଲି ଅଣଦେଖା..ହୋଇପାରୁନି ଆଧାର, ମିଳୁନି ଆହାର;ସାହାରା ହେବେ ତ ସରକାର?
ଏକର ଏକର ସରକାରୀ ଜମି ଏବେ ଜବରଦଖଲକାରୀଙ୍କ କବଜାରେ। ଗତମାସରେ ୨୪ଟି ସ୍ଥାନରେ ଜବରଦଖଲ ଉଚ୍ଛେଦ କରି ୮ ଏକର ଜାଗାକୁ ନିଜ ଅଧୀନକୁ ଆଣିଥିଲା ବିଡିଏ । ବିକାଶମୂଳକ କାର୍ଯ୍ୟ ଆଗରେ ଯେଉଁଠି ବି ପ୍ରତିବନ୍ଧକ ସୃଷ୍ଟି ହେବ ସେ ଜାଗାରେ ଜବରଦଖଲ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ବିଡିଏ କର୍ତ୍ତୃପକ୍ଷ । ବଡ ପ୍ରକଳ୍ପ ଓ ଡ୍ରେନେଜ ସମସ୍ୟା ଥିଲେ ସେଠାରେ ପ୍ରାଥମିକତା ଭିତ୍ତିରେ ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରାଯିବ ବୋଲି ଯୋଜନା ରଖିଛି ବିଡିଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/26/bbsr-2025-11-26-18-16-05.jpg)