କନକ ବ୍ୟୁରୋ : ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦିନିକିଆ ଗସ୍ତରେ ଆସି କଟକ, ପାରାଦୀପ ଓ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। କଟକ ମୁଣ୍ଡଳି ସ୍ଥିତି ସିଆଇଏସଏଫ କ୍ୟାମ୍ପସରେ ପ୍ରତିଷ୍ଠା ଦିବସରେ ସାମିଲ ହୋଇ ମାଓ ମୁକ୍ତ ଅଭିଯାନରେ ଯବାନଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି
ମାଓମୁକ୍ତ ଭାରତ ସ୍ୱପ୍ନ ନେଇ ପୁଣି ଥରେ ସ୍ୱରକୁ ଶାଣିତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଆହୁରି ୨୫ ଦିନ ପରେ ଦେଶ ମାଓମୁକ୍ତ ହେବାକୁ ଯାଉଛି । ମୋଦୀ ସରକାର ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲବାଦ ମୁକ୍ତ କରିବାକୁ ସଂପକଳ୍ପବଦ୍ଧ। କଟକ ମୁଣ୍ଡଳି ସ୍ଥିତ ଆଞ୍ଚଳିକ ପ୍ରଶିକ୍ଷଣ କେନ୍ଦ୍ରରେ ସିଆଇଏସଏଫ୍ ୫୭ ତମ ପ୍ରତିଷ୍ଠା ଦିବସରେ ସାମିଲ ହୋଇ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି। ମାଓମୁକ୍ତ ଅଭିଯାନ ଓ ଔଦ୍ୟୋଗିକ ବିକାଶରେ ସିଆଇଏସଏଫର ଭୂମିକାକୁ ପ୍ରଶଂସା କରିଛନ୍ତି । ପ୍ରତିଷ୍ଠା ଦିବସ ଅବସରରେ ଅଦମ୍ୟ ସାହାସ ଓ ପରାକ୍ରମ ଦେଖାଇଛନ୍ତି ସିଆଇଏସଏଫ କମାଣ୍ଡୋ । ସାମରିକ କଳା କୌଶଳ ସହ ହାଜାହ, ବସ ଓ ବିମାନ ଅପହରଣ ସମୟର ଦୁଃସାହାସିକ ଉଦ୍ଧାର ଅଭିଯାନର ଚିତ୍ତାକର୍ଷକ ପ୍ରଦର୍ଶନ ସମସ୍ତଙ୍କ ମନ ଜିଣିଛି ।
ଅଧିକ ପଢ଼ନ୍ତୁ : ଔଦ୍ୟୋଗିକ ବିକାଶ ସିଆଇଏସଏଫ୍ ବିନା ଅସମ୍ଭବ : ସିଆଇଏସଏଫର ୫୭ତମ ପ୍ରତିଷ୍ଠା ଦିବସରେ ପ୍ରତିକ୍ରିୟା ରଖିଲେ ଗୃହ ମନ୍ତ୍ରୀ ଅମିତ ଶାହ
କଟକ ପରେ ଜଗତସିଂହପୁର ଜିଲ୍ଲା ପାରାଦୀପକୁ ଯାଇ ଇଫ୍କୋର ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି ଅମିତ ଶାହ । ଏହି ଅବସରରେ ସେ କହିଛନ୍ତି ଗ୍ରାମୀଣ ଜୀବନକୁ ସମୃଦ୍ଧ କରାଯିବ। ସମୟବାୟ ଜରିଆରେ ଗାଁର ଜନଜୀବନ, ମାଆ ଭଉଣୀଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ପାରାଦୀପ କାର୍ଯ୍ୟକ୍ରମ ପରେ ଭୁବନେଶ୍ୱର ଫେରି ଶାହ ଇନଫୋଭ୍ୟାଲି ପରିସରରେ ଏନଏସଏଫୟୁସିର ସ୍ଥାୟୀ ଏବଂ ଅସ୍ଥାୟୀ ପରିସର ଓ ସିଏଫଏସଏଲ ଭବନର ଶିଳାନ୍ୟାସ ଓ ଭୂମିପୂଜନ କରିଛନ୍ତି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ନୂତନ ନ୍ୟାୟ ସଂହିତାର ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ୩ ହଜାର ୨୭୫କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/06/6c-2026-03-06-20-26-00.jpg)