Google Photograph: (Kanak News)
କନକ ବ୍ୟୁରୋ : ଗୁଗଲ୍ର ବଡ଼ ଖୁଲାସା । ୪୨ଟି ଦେଶରେ ଚାଇନିଜ୍ ଗୁପ୍ତଚର ନେଟୱାର୍କର ପର୍ଦ୍ଦାଫାଶ । ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ଗୁଗଲ୍ ଏକ ବଡ଼ ଧରଣର ଚାଇନିଜ୍ ସାଇବର ଗୁପ୍ତଚର ଅଭିଯାନର ପର୍ଦ୍ଦାଫାଶ କରିଛି । ' ଟଘଉ୨୮୧୪' ନାମକ ଏହି ହ୍ୟାକିଂ ଗ୍ରୁପ୍, ଯାହାକୁ 'ଗାଲିୟମ୍' ଭାବେ ମଧ୍ୟ ଜଣାଯାଏ, ବିଶ୍ୱର ପ୍ରାୟ ୪୨ଟି ଦେଶକୁ ନିଜର ଶିକାର ବନାଇଥିବା ଜଣାପଡ଼ିଛି। ଗୁଗଲ୍ର କ୍ଲାଉଡ୍ ମାଣ୍ଡିଆଣ୍ଟ ୟୁନିଟ୍ ଅନୁଯାୟୀ, ଏହି ଗ୍ରୁପ୍ ମୁଖ୍ୟତଃ ସରକାରୀ ସଂସ୍ଥା, ଟେଲିକମ୍ କମ୍ପାନୀ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉପରେ ନଜର ରଖୁଥିଲା ।
ଅଧିକ ପଢନ୍ତୁ : ଗୁଗଲ୍ ମ୍ୟାପକୁ ପଚାରି ୨୫ଲକ୍ଷ ଲୁଟ୍, ଚୋରକୁ ଧରିବା ପାଇଁ ୫ଶହ ସିସିଟିଭି ଯାଞ୍ଚ କଲା ପୁଲିସ
ଚାଇନିଜ୍ ହ୍ୟାକରମାନେ ଅତ୍ୟନ୍ତ ଚତୁରତାର ସହ ସଫ୍ଟୱେୟାରରେ ଥିବା ଦୁର୍ବଳତାର ସୁଯୋଗ ନେଇ ତଥ୍ୟ ଚୋରି କରୁଥିଲେ । ବିଶେଷ କରି ଦକ୍ଷିଣ-ପୂର୍ବ ଏସିଆ, ୟୁରୋପ ଏବଂ ଆଫ୍ରିକାର ଅନେକ ଦେଶ ଏହି ସାଇବର ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି । ଗୁଗଲ୍ ଏହି ରିପୋର୍ଟ ଜରିଆରେ ସତର୍କ କରାଇଛି ଯେ, ଏହି ଗୁପ୍ତଚର ନେଟୱାର୍କ କେବଳ ତଥ୍ୟ ଚୋରି କରୁନାହିଁ, ବରଂ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି ।
Follow Us