କନକ ବ୍ୟୁରୋ :  ରାଜ୍ୟର ସମସ୍ତ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଦେଇଛନ୍ତି । ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବାଧ୍ୟତାମୂଳକ ହୋଇଥିବା ଇ-କେୱାଇସିର ଅବଧି ଆଉ ଦୁଇମାସ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବ ନିର୍ଦ୍ଧାରିତ ସମୟ ମୁତାବକ ଆଜି ଇ-କେୱାଇସି ଭରିବାର ଶେଷ ତାରିଖ ଥିଲା ।

Advertisment

ଅଧିକ ପଢ଼ନ୍ତୁ : ସରି ସରି ଆସୁଛି ଇ-କେୱାଇସି ଅପଡେଟ୍ ସମୟ ସୀମା ; ବାକି ଅଛନ୍ତି ୫୦ଲକ୍ଷରୁ ଅଧିକ ରାସନକାର୍ଡ ହିତାଧୀକାରୀ

ବିିଭାଗର ସୂଚନା ମୁତାବକ ଏପର୍ଯ୍ୟନ୍ତ ରାଜ୍ୟର ୯୬ ପ୍ରତିଶତ ହିତାଧିକାରୀ ଇ-କେୱାଇସି ଭରିସାରିଥିବା ବେଳେ ବାକି ରହିଛନ୍ତି ୪ ପ୍ରତିଶତ । ଯୋଗାଣମନ୍ତ୍ରୀ କହିଛନ୍ତି କି, କଟକ ଏବଂ ଉପକୂଳ ଜିଲ୍ଲାଗୁଡିକରେ ଅଧିକ ହିତାଧିକାରୀ ଇ-କେୱାଇସି ଭରି ନାହାନ୍ତି । ମନ୍ତ୍ରୀ କହିଛନ୍ତି, ସରକାର ଚାହୁଛନ୍ତି କୌଣସି ଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ ନକଟୁ । ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ହିତାଧିକାରୀ ଇ-କେୱାଇସି ଭରିଦିଅନ୍ତୁ ବୋଲି ମନ୍ତ୍ରୀ ଅନୁରୋଧ କରିଛନ୍ତି । ସେପଟେ ଏପର୍ଯ୍ୟନ୍ତ ୮ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ ହୋଇଥିବା କଥା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।