ଗୋଲ୍ଡମ୍ୟାନଙ୍କୁ ହତ୍ୟା ଧମକ ; ଜାଣନ୍ତୁ ପରିବାବିକାଳିରୁ ଗୋଲ୍ଡମ୍ୟାନ୍ ସାଜିଥିବା ବ୍ୟକ୍ତି କିଏ ?

ଚିତ୍ତୋରଗଡ଼ରେ କନହୈୟାଲାଲ ଖାଟିକଙ୍କୁ ଲୋକେ ସ୍ନେହରେ ମେୱାଡର ବାପ୍ପି ଲାହିରୀ ବୋଲି ବି ଡାକିଥାଆନ୍ତି । କାରଣ କହ୍ନେୟାଲାଲଙ୍କ ସୁନା ଅଳଙ୍କାର ପ୍ରତି ରହିଛି ଖୁବ ଦୁର୍ବଳତା । ତାଙ୍କ ବେକରେ ସବୁବେଳେ ପଡ଼ିଥାଏ ଏକାଧିକ ସୁନାର ଚେନା । ଆଙ୍ଗୁଳିରେ ପିନ୍ଧିଥାଆନ୍ତି ଭାରିଭାରି ସୁନା ମୁଦି ।

Gold Man

Gold Man Photograph: (Kanak News)

କନକ ବ୍ୟୁରୋ: ରାଜସ୍ଥାନର ଚିତ୍ତୋରଗଡ଼ରେ ଗୋଲ୍ଡମ୍ୟାନ ଭାବରେ ବେଶ ଲୋକପ୍ରିୟ ଥିବା କହ୍ନେୟାଲାଲ ଖାଟିକଙ୍କୁ ମିଳିଛି ହତ୍ୟା ଧମକ । ସେ ପୁଣି ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରାଙ୍କ ଗୁଣ୍ଡାମାନଙ୍କଠାରୁ ଏହି ଧମକ ମିଳିଥିବା ଅଭିଯୋଗ ହୋଇଛି । ଏକ ହ୍ୱାଟସଆପ କଲ୍ ଏବଂ ଭଏସ୍ ରେକର୍ଡିଂ ମାଧ୍ୟମରେ କହ୍ନେୟାଲାଲ ଠାରୁ କୋଟିକୋଟି ଟଙ୍କା ଦାବି କରାଯାଇଛି । ଏହି ଟଙ୍କା ଯଦି ନମିଳେ ତା’ହେଲେ ପରିଣାମ ଭୟଙ୍କର ହେବ ବୋଲି ଗ୍ୟାଙ୍ଗଷ୍ଟାର ପକ୍ଷରୁ ଗୋଲ୍ଡମ୍ୟାନଙ୍କୁ ଚେତାବନୀ ଦିଆଯାଇଛି ।

ଚିତ୍ତୋରଗଡ଼ରେ କନହୈୟାଲାଲ ଖାଟିକଙ୍କୁ ଲୋକେ ସ୍ନେହରେ ମେୱାଡର ବାପ୍ପି ଲାହିରୀ ବୋଲି ବି ଡାକିଥାଆନ୍ତି । କାରଣ କହ୍ନେୟାଲାଲଙ୍କ ସୁନା ଅଳଙ୍କାର ପ୍ରତି ରହିଛି ଖୁବ ଦୁର୍ବଳତା । ତାଙ୍କ ବେକରେ ସବୁବେଳେ ପଡ଼ିଥାଏ ଏକାଧିକ ସୁନାର ଚେନା । ଆଙ୍ଗୁଳିରେ ପିନ୍ଧିଥାଆନ୍ତି ଭାରିଭାରି ସୁନା ମୁଦି । ଏପରିକି ପ୍ରତିଦିନ ସେ ୪ କୋଟି ଟଙ୍କାର ସୁନା ପିନ୍ଧନ୍ତି ବୋଲି ଚର୍ଚ୍ଚା ହୁଏ । 

ଅଧିକ ପଢ଼ନ୍ତୁ--ବିରୋଧୀଙ୍କୁ ମୋଦୀଙ୍କ ସିଧା ନିଶାନା: ପରାଜୟର ନିରାଶାରୁ ବିରୋଧୀ ବାହାରନ୍ତୁ

କହ୍ନେୟାଲାଲଙ୍କ କାହାଣୀ କୌଣସି ଚଳଚ୍ଚିତ୍ରଠାରୁ କମ୍ ନୁହେଁ । ୨୫ ବର୍ଷ ପୂର୍ବେ କହ୍ନେୟାଲାଲ ପନିପରିବା ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଧୀରେଧୀରେ କହ୍ନେୟାଲାଲ କାଶ୍ମୀରରୁ ସେଓ ଆମଦାନୀ କରି ଚିତ୍ତୋରଗଡ଼ରେ ବିକ୍ରି କରିବାର ବ୍ୟବସାୟ ବଢ଼ାଇବାକୁ ଲାଗିଲେ । ଭଲ ଲାଭ ସହିତ କହ୍ନେୟାଲାଲଙ୍କ ସୁନା ପିନ୍ଧିବା ପ୍ରତି ରୁଚି ବଢ଼ି ଚାଲିଲା । ସମୟକ୍ରମେ ଲୋକେ କହ୍ନେୟାଲାଲଙ୍କୁ ଗୋଲ୍ଡମ୍ୟାନ ଭାବରେ ଡାକିବାକୁ ଲାଗିଲେ । 

ଅଧିକ ପଢନ୍ତୁ...ଆଜି ସଂସଦରେ ଆସୁଛି ଦୁଇଟି ବଡ଼ ବିଲ୍ , ବଢିପାରେ ସିଗାରେଟ୍-ଗୁଟଖା ଦାମ୍‌

ଏବେ ଏ ପୁଳା ପୁଳା ସୁନା ହିଁ ତାଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି । କାରଣ ଗ୍ୟାଙ୍ଗଷ୍ଟାର ପକ୍ଷରୁ ଗୋଲ୍ଡମ୍ୟାନଙ୍କୁ ମିଳିଥିବା ଧମକ ପୂରା ଚିତ୍ତୋରଗଡ଼ରେ ଚ‌ାଞ୍ଚଲ୍ୟ ଖେଳାଇ ଦେଇଛି । ଏନେଇ ସିଟି କୋତୱାଲି ପୁଲିସ ଅଭିଯୋଗର ତଦନ୍ତ ଆରମ୍ଭ କରିଛି । ଅଜଣା ଫୋନ୍ ନମ୍ବରଟି କାହାର ଏବଂ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରାଙ୍କ ସହ କ’ଣ ରହିଛି କନେକ୍ସନ ସେନେଇ ତନାଘନା କରୁଛି ପୁଲିସ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe