Gold Silver Photograph: (KanakNews)
କନକ ବ୍ୟୁରୋ : ୨୦୨୬ ମାର୍ଚ୍ଚ ମାସର ପ୍ରଥମ ବାଣିଜ୍ୟ ଦିବସ ଅର୍ଥାତ ମାର୍ଚ୍ଚ ୨ ତାରିଖରେ ସାମଗ୍ରୀ ବଜାର କମେକ୍ସରେ ସୁନା ଏବଂ ରୂପା ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳୁଛି । ତେବେ ଇସ୍ରାଏଲ ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ଏହି ବୃଦ୍ଧି ଘଟିଛି । ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ କରୁଛନ୍ତି ଓ ଇରାନ ମଧ୍ୟ ଅନେକ ଦେଶ ଉପରେ ଲଗାତାର ଆକ୍ରମଣ କରି ସମସ୍ତ ଆମେରିକାର ବିମାନ ଘାଟିକୁ ନଷ୍ଟ କରିଦେଉଛି । ୨୮ ଫେବୃଆରିରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଯୋଗୁଁ ସୋମବାର ସାମଗ୍ରୀ ବଜାରରେ ଏକ ବଡ଼ ଧରଣର ବୃଦ୍ଧି ଘଟିବ ବୋଲି ଅନେକ ବଜାର ବିଶେଷଜ୍ଞ ପୂର୍ବରୁ ପୂର୍ବାନୁମାନ କରିଥିଲେ । ତେବେ ଆଜି ସୁନାର ମୂଲ୍ୟ ୧.୭୫% ବୃଦ୍ଧି ପାଇ ପ୍ରତି ଆଉନ୍ସ $୫,୩୪୦.୦୦ ହୋଇଛି । କିନ୍ତୁ ବଜାର ଖୋଲିବା ପରେ ମୂଲ୍ୟ ଆଉନ୍ସ ପ୍ରତି $୫୪୦୦ ଉପରେ ପହଞ୍ଚିଥିଲା । ରୂପା ମୂଲ୍ୟ ମଧ୍ୟ ସମାନ ପରିସ୍ଥିତିରେ ଅଛି । ୦.୨୯% ବୃଦ୍ଧି ପରେ ରୂପା ମୂଲ୍ୟ ଆଉନ୍ସ ପ୍ରତି $୯୩.୫୬୫ କୁ ହ୍ରାସ ପାଇଛି । ଶୁକ୍ରବାର ଦିନ ସୁନା ଆଉନ୍ସ ପ୍ରତି $୫,୨୯୬.୪୦ ଏବଂ ରୂପା $୯୩.୮୨୫ ରେ ବନ୍ଦ ହୋଇଥିଲା । ଏହାର ଅର୍ଥ ହେଉଛି ଏହି ହଳଦିଆ ଧାତୁର ମୂଲ୍ୟ ଆଉନ୍ସ ପ୍ରତି $୪୩.୫ ର ଏକ ବିରାଟ ବୃଦ୍ଧି ପାଇଛି ।
ଆଗକୁ ପଢ଼ନ୍ତୁ : ଚୋର କରିଦେଲା ଫାଷ୍ଟଫୁଡ୍ ନିଶା : ମୋମୋ ଖାଇବ ବୋଲି ସୁନା ଦେଇଦେଲା ପୁଅ
ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବଜାରରେ ଅନିଶ୍ଚିତତା ସୃଷ୍ଟି କରିଛି । ଏପରି ପରିସ୍ଥିତିରେ ନିବେଶକମାନେ ବିପଦପୂର୍ଣ୍ଣ ସମ୍ପତ୍ତି ବଦଳରେ ସୁରକ୍ଷିତ ସମ୍ପତ୍ତି ପ୍ରତି ଆକର୍ଷିତ ହେଉଛନ୍ତି । ଅନେକ ବଜାର ବିଶେଷଜ୍ଞ ପୂର୍ବରୁ ଏହି ବୃଦ୍ଧିର ପୂର୍ବାନୁମାନ କରିଥିଲେ । ସାମଗ୍ରୀ ଏବଂ ମୁଦ୍ରା ବିଶେଷଜ୍ଞ ଅନୁଜ ଗୁପ୍ତା ମଧ୍ୟ କହିଥିଲେ ଯେ ସପ୍ତାହର ପ୍ରଥମ ଦିନରେ ବଜାର ଖୋଲିବା ପରେ ସାମଗ୍ରୀ ବଜାରରେ ଏକ ବଡ଼ ବୃଦ୍ଧି ଦେଖାଯାଇପାରେ । ସେ ପୂର୍ବାନୁମାନ କରିଥିଲେ ଯେ ସୁନାର ମୂଲ୍ୟ $୫,୩୦୦ ରୁ $୫,୩୫୦ ମଧ୍ୟରେ ଏବଂ ରୂପାର ମୂଲ୍ୟ $୯୫ ରୁ $୯୮ ମଧ୍ୟରେ ପହଞ୍ଚିପାରେ । ବର୍ତ୍ତମାନର ବଜାର ପରିସ୍ଥିତି ଦେଖି କେବଳ ସାଧାରଣ ଲୋକ ନୁହେଁ ବରଂ ଅନେକ ନିବେଶକ ମଧ୍ୟ ସତର୍କ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ବିଶ୍ୱ ସ୍ତରରେ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ଯୁଦ୍ଧ ବହୁତ ସ୍ଥିରତା ବିସ୍ତାର କରିଛି । ଯଦିଓ ଏହି ଯୁଦ୍ଧ ଅଧିକ ଦିନ ଚାଲିବ ନାହିଁ ବୋଲି ଆଶା କରାଯାଉଛି । କିନ୍ତୁ ସୁନା ଏବଂ ରୂପାର ମୂଲ୍ୟ ସାଧାରଣ ଲୋକଙ୍କ ପାଇଁ କିଣିବା ବହୁତ କାଠିକର ପାଠ ହୋଇଯିବ ବୋଲି ଅନୁମାନ କରାଯାଉଛି । ଜାନୁଆରି ୩୦ ପରେ ସୁନା କମିବାକୁ ନେଇ ଅନେକ ଲୋକ ଗହଣା କିଣିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ଉତ୍ଥାନ-ପତନ ପରେ ମଧ୍ୟ ଏବେ ସୁନା, ରୂପା କିଣିବା କାଠିକର ପାଠ ହୋଇପଡ଼ିଛି ।
Follow Us