କନକ ବ୍ୟୁରୋ : ସୁନା ଓ ରୂପାର ଦର ଆକାଶଛୁଆଁ ହେବା ପରେ ଏବେ ପୁଣି ଦାମ୍ ତଳକୁ ଖସିବାରେ ଲାଗିଛି । ଏହି ଦର ଆହୁରି କମିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି । ଧନତେରାସ ଓ ଦୀପାବଳିରେ ସୁନା ଓ ରୂପାର ଦର ସର୍ବାଧିକ ବୃଦ୍ଧି ପାଇଥିଲା । ମାତ୍ର ବୁଧବାର ଦିନ ଆନ୍ତର୍ଜାତୀୟ ବଜାରରେ ସୁନା ଓ ରୂପାର ଦର କମିଛି । ଏହାର ପ୍ରଭାବ ଭାରତୀୟ ବଜାରରେ ବି ଦେଖିବାକୁ ମିଳିଛି । ବୁଧବାର ଭାରତରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରମା ପ୍ରତି ମୂଲ୍ୟ ୩୭ ଶହ ଟଙ୍କା କମିଛି । ସେହିଭଳି ରୂପାର ମୂଲ୍ୟ କିଲୋ ପ୍ରତି ୧୦ ହଜାର ୬୦୦ ଟଙ୍କାରୁ ଅଧିକ କମିଛି । ହେଲେ ବିଶେଷଜ୍ଞଙ୍କ କହିବା ମୁତାବକ ଆସନ୍ତା କାଲି ଗୁରୁବାର ସୁନା ଓ ରୂପାର ଦାମ୍ ବଡ଼ ଧରଣରେ କମିପାରେ ।
ଦ୍ରୁତ ଗତିରେ ଖସୁଛି ରୁପା ; ୬ ଦିନରେ କମିଲା କେଜି ପିଛା ୨୫ ହଜାର ଟଙ୍କା
ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ କହିବା ମୁତାବକ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ପ୍ରତି ଦାମ ୧,୨୩,୯୦୭ ଟଙ୍କାରେ ପହଂଚିଛି । ଏହା ପୂର୍ବରୁ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ମୂଲ୍ୟ ୧,୨୭,୬୩୩ ଟଙ୍କା ଥିଲା । ଆଜି ସୁନାର ୧୦ ଗ୍ରାମର ମୂଲ୍ୟରେ ୩୭୨୬ ଟଙ୍କା କମିଛି । ସେହିଭଳି ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୧୬,୯୧୨ ଟଙ୍କାରୁ ଖସି ୧,୧୩,୪୯୯ ରେ ପହଂଚିଛି ।
ସୁନା ସହିତ ରୂପା ମୂଲ୍ୟ ମଧ୍ୟ କମ୍ ହୋଇଛି । ରୂପାର ଦାମ କିଲୋପ୍ରତି ୧୦ ହଜାର ୫୪୯ ଟଙ୍କା କମ୍ ହୋଇଛି । ଏବେ ରୂପାର କିଲୋ ପ୍ରତି ଦାମ ୧,୫୨, ୫୦୧ ରେ ପହଂଚିଛି । ଗୋଟିଏ ସପ୍ତାହ ପୂର୍ବରୁ ରୂପା କିଲୋ ପ୍ରତି ୧ଲକ୍ଷ ୬୩ ହଜାର ଟଙ୍କାରେ ବିକ୍ରି ହେଉଥିଲା ।